Advertisment

Viral Video: ଭାଇରାଲ୍ ହେଉଛି ଉର୍ଫିଙ୍କ ଗ୍ରୀଲ୍ ଡ୍ରେସ୍; କହିଲେ ‘ସୁରକ୍ଷାକୁ ଧରି ବୁଲୁଛି’

ଅଜବଗଜବ ଡ୍ରେସ୍ ପିନ୍ଧିବାରେ ମାହିର ଉର୍ଫି ଜାଭେଦ। ଏନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ଯେଉଁ ଲୁକ୍‌ରେ ଦେଖିବାକୁ ମିଳିଛନ୍ତି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ଭାଇରାଲ୍ ଭିଡିଓ ଦେଖିଲେ ଆପଣ ହସି ହସି ଗଡିବେ।

author-image
Pramod Behera
ଅଦ୍ୟତନ ହୋଇଛି
Urfi Javed Wearing Metal Grill

Urfi Javed wearing metal grill, netizens call it Tihar Jail’s new uniform

ନିଜର ଅଜବଗଜବ ଷ୍ଟାଇଲ୍ ଯୋଗୁଁ ଉର୍ଫି ଜାଭେଦ ସବୁବେଳେ ସୋସିଆଲ ମିଡିଆରେ ହଙ୍ଗାମା କରନ୍ତି। ସେ ତାଙ୍କର ଡ୍ରେସ୍ ସେନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଉର୍ଫି ଏପର୍ଯ୍ୟନ୍ତ ପିନ୍‌, ସିମ୍ କାର୍ଡ, ପଥର, ଚୁଇଁଗମ ଭଳି ଅନେକ ଅଜବ ଜିନିଷରେ ତିଆରି ପୋଷାକ ପିନ୍ଧି ସାରିଛନ୍ତି। ଏବେ ପୁଣି ଥରେ ମୁମ୍ବାଇ ରାସ୍ତାରେ ଉର୍ଫିଙ୍କୁ ଏକ ଅଜବ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କ ମନକୁ ପୋଲିସର ଲାଟିଚାର୍ଜ କଥା ଆସିଯିବ।

Advertisment

ଏହି ଭିଡିଓରେ ଉର୍ଫି ଜାଭେଦ୍ କଳା ରଙ୍ଗର ସର୍ଟ ଡ୍ରେସରେ ନଜର ଆସିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କରିବ ସେ ପିନ୍ଧିଥିବା ଏକ ଗ୍ରୀଲ୍। ସେ ତାଙ୍କ ସାମ୍ନାରେ ଏକ କଳା ରଙ୍ଗର ଗ୍ରୀଲ୍ ଲଗେଇଛନ୍ତି। ଏହା ସହିତ ସେ କଳା ରଙ୍ଗର ବ୍ରାଲେଟ୍ ଆଉ ଜଗର୍ ପିନ୍ଧିଛନ୍ତି। ଲୋକେ ଯେତେବେଳେ ତାଙ୍କର ଏହି ଲୁକ୍ ବିଷୟରେ ପଚାରନ୍ତି, ସେ ସୁରକ୍ଷା ସହିତ ବୁଲୁଥିଲା ଉର୍ଫି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସେ ତାଙ୍କ ଜେଲ୍‌କୁ ସାଙ୍ଗରେ ଧରି ବୁଲୁଛନ୍ତି।

ଅଧିକ ପଢ଼ନ୍ତୁ: ଉର୍ଫିଙ୍କ ପୋଷାକ ଦେଖି ରେଷ୍ଟୁରାଣ୍ଟରେ ଏଣ୍ଟ୍ରି ଦେଲେନି ମ୍ୟାନେଜର୍‌, ଚାଲିଲା ତୁତୁ ମେଁ ମେଁ..

Advertisment

ଉର୍ଫିଙ୍କ ଲୁକ୍‌କୁ ନେଇ ଏହା କୁହାଯାଇପାରେ ଯେ ସେ କୌଣସି ଏକ ପୋଷାକ ପିନ୍ଧିବେ ଆଉ ଟ୍ରୋଲ୍‌ ହେବନି, ଏହା ଅସମ୍ଭବ। ଲୋକେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ମତ ଦେଉଛନ୍ତି। ଜଣେ ଲେଖିଛନ୍ତି, “ପୋଲିସ ପାଇଁ ଏହା ଏକ ଭଲ ଆଇଡିଆ। ଏମିତି ପିନ୍ଧି ପୋଲିସ କାର୍ଯ୍ୟାନୁଷ୍ଠାନ ନେଲେ ସେମାନଙ୍କ ଦୁଇ ହାତ ଫ୍ରି ରହିବ।” ଅନ୍ୟ ଜଣେ ଲେଖିଛନ୍ତି, “ଆରେ, ଏହା ହେଉଛି ଲାଠି ଚାର୍ଜ ବାଲା ସୁରକ୍ଷା।”

ସେହିପରି ଅନ୍ୟଜଣେ କହିଛନ୍ତି, “ଏହା ହେଉଛି ତିହାର ଜେଲ୍‌ର ନୂଆ ୟୁନିଫର୍ମ, ଉର୍ଫି ପାକିସ୍ତାନୀ ରେଞ୍ଜର୍ ଭଳି ଲାଗୁଛନ୍ତି।” ଆଉ ଜଣେ ଏହାକୁ “ଷ୍ଟୋନ୍ ପ୍ରୁଫ୍ ଡ୍ରେସ୍” ବୋଲି କହିଛନ୍ତି।

ଆଉ କଣେ ଲେଖିଛନ୍ତି, “ବୋଧହୁଏ ତୁମର ବାପାମାଆ ମଧ୍ୟ ଏପରି କିଛି ସୁରକ୍ଷାକୁ ବ୍ୟବହାର କରୁଥିବେ।” ଏଥିସହିତ, ଜଣେ ସଲମାନ ଖାନଙ୍କ ବିଷୟରେ କହି ଏମିତି ଲେଖିଛନ୍ତି- “ସଲମାନ ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ୍ ଗ୍ଲାସ୍‌ ସହିତ ଏହି ପୋଷାକ ମଧ୍ୟ ତିଆରି କରିବା ଉଚିତ।

ସୋମବାର, ଉର୍ଫି ଜାଭେଦ୍ ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ଚୁଇଙ୍ଗମ୍‌ରେ ତିଆରି ଟପ୍ ପିନ୍ଧିଥିବାର ନଜର ଆସିଥିଲେ। ସେ ଏହି ଟପ୍‌କୁ ବବୁଲ୍‌ଗମ୍ ଟପ୍ ବୋଲି କହିଥିଲେ। ଆପଣ ଫଟୋରେ ଦେଖିପାରିବେ ଯେ ଉର୍ଫି ଏକ ଗୋଲାପୀ ଟପ୍ ପିନ୍ଧି ସୋଫାରେ ବସିଥିବାର ନଜର ଆସିଛନ୍ତି। ସେ ଗୋଟିଏ ପରେ ଗୋଟିଏ ଅନେକ ପୋଜ୍ ଦେଉଥିବାର ଦେଖାଯାଏ। ଉର୍ଫି ଏହି ପୋଷ୍ଟର କ୍ୟାପସନ୍ ଦେଇଛନ୍ତି, "ଚୁଇଙ୍ଗମ୍‌ରୁ ତିଆରି ବବୁଲ୍‌ଗମ୍ ଟପ୍।"

ଉର୍ଫି ଜାଭେଦ୍ ବର୍ତ୍ତମାନ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ନିକଟରେ ତାଙ୍କୁ ପ୍ରସିଦ୍ଧ ଡିଜାଇନର୍ ଆବୁ ଜାନି ଏବଂ ସନ୍ଦୀପ ଖୋସଲାଙ୍କ ସହ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ଡିଜାଇନର୍ ଅମିତ ଅଗ୍ରୱାଲଙ୍କ ନୂଆ ଷ୍ଟୋର୍‌ରେ ମଧ୍ୟ ନଜର ଆସିଥିଲେ।

Social Media Viral Video Urfi Javed
Advertisment
Advertisment