Advertisment

ଆଗକୁ ସ୍ୱାଭାବିକ ହେବ ତ ବାବୁସାନଙ୍କ ଆକ୍ଟିଂ କ୍ୟାରିୟର ?

ବାବୁ-ପ୍ରକୃତି ଏବଂ ତୃପ୍ତି ମଧ୍ୟରେ ହୋଇଥିବା ଝଗଡା ଅନେକ ଫ୍ୟାନ୍‌ଙ୍କ ମନକୁ ଆଘାତ ଦେଇଛି।

author-image
Chandan Shishu
Babusaan

Babusaan

ଥମିବ କି ଓଲିଉଡ୍‌ର ହଟ୍ ଷ୍ଟାର ବାବୁସାନ ମହାନ୍ତିଙ୍କ ଜୀବନରେ ଆସିଥିବା ଅଦିନିଆ ଝଡ଼? ପ୍ରକୃତିଙ୍କ ସହ ସମ୍ପର୍କକୁ ନେଇ ବିବାଦକୁ ଆସିବା ପରେ ଏବେ ଏ ମାମଲାକୁ ଭୁଲି ପୁଣି ନିଜ କ୍ୟାରିୟର ଉପରେ ଫୋକସ୍ କରିପାରିବେ କି ଓଡ଼ିଆ ସୁପରଷ୍ଟାର ? ଗୋଟେପଟେ ପୁଣି ଥରେ ଫ୍ୟାମିଲିକୁ ସାଜାଡିବାର ଦାୟିତ୍ୱ ଅନ୍ୟପଟେ ଓଲିଉଡ୍‌ରେ ପୁଣିଥରେ ଷ୍ଟାରଡମ୍ ହାସଲ କରିବାର ଚ୍ୟାଲେଞ୍ଜ। ତୃପ୍ତିଙ୍କ ସହ ବାବୁଙ୍କ ସାଂସାରିକ ଜୀବନ ସ୍ବାଭାବିକ ହେବ ତ? 

Advertisment

ବାବୁ-ପ୍ରକୃତି ଏବଂ ତୃପ୍ତି ମଧ୍ୟରେ ହୋଇଥିବା ଝଗଡା ଅନେକ ଫ୍ୟାନ୍‌ଙ୍କ ମନକୁ ଆଘାତ ଦେଇଛି। ପୁଣିଥରେ ସେହି ଫ୍ୟାନ୍ ବାବୁସାନଙ୍କ ପାଇଁ ଦିଓ୍ବାନା ହେବେତ ?  ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ଉଙ୍କି ମାରୁଛି ଓଡିଆ ସିନେ ପ୍ରେମୀଙ୍କ ମନରେ। ଏପଟେ ଇଣ୍ଡଷ୍ଟ୍ରୀକୁ ହିଟ୍ ପରେ ହିଟ୍ ଦେବାର ଫର୍ମୁଲା ପାଇଥିବା ବାବୁସାନଙ୍କୁ ନେଇ ଫିଲ୍ମ କରିବାକୁ ପ୍ରଯୋଜକଙ୍କ ଭିତରେ ପ୍ରତିଯୋଗିତା ହୁଏ।  ଏଭଳି ସ୍ଥିତିରେ ବାବୁସାନ୍ ଯେମିତି ଏ ଘଟଣାକୁ ସମ୍ପୂର୍ଣ୍ଣ ପାସୋରି ପୁଣି ତାଙ୍କ ଅଭିନୟ କ୍ୟାରିୟକୁ ଫେରିବେ ଓ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବେ, ସେ ନେଇ ଅପିଲ କରିଛନ୍ତି ଓଲିଉ଼ଡର ବହୁ ଆଗଧାଡ଼ିର ପ୍ରଯୋଜକ ଓ ନିର୍ଦ୍ଦେଶକ। 

ଅଭିନେତା ବାବୁସାନଙ୍କୁ ନେଇ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ମଧ୍ୟରେ ଭାଳେଣି ପଡ଼ିଥିବା ବେଳେ ସେପଟେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ବି ଥମିନି ଚର୍ଚ୍ଚା। ସଫଳ ଅଭିନେତା ବାବୁସାନଙ୍କ ଜୀବନରେ ଆସି ବିବାଦରେ ଫସିବା ପରେ ଏବେ କେଉଁ ଆଡ଼କୁ ଯିବ ପ୍ରକୃତିଙ୍କ ଫିଲ୍ମ କ୍ୟାରିୟର? ବାବୁସାନଙ୍କ ସହ ପ୍ରକୃତି କଣ ଆଉ ଫିଲ୍ମ କରିବେ ? ୟା ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀରେ ଅଭିନୟ ଜାରି ରଖିବେ ନା ପୂର୍ବ ଭଳି ମାୟନଗରୀ ମୁମ୍ବାଇକୁ ଅଧିକ ପସନ୍ଦ କରିବେ? ତାକୁ ନେଇ ଉଠିଛି ପ୍ରଶ୍ନ
ରିପୋର୍ଟ: ପ୍ରଭାତ ବିଷୋୟୀ

Advertisment
Babushan Mohanty Actress Prakruti Mishra
Advertisment
Advertisment