• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ନୂଆଦିଲ୍ଲୀ: ପ୍ରତିବର୍ଷ ଓସ୍କାର ପାଇଁ ଭାରତୀୟ ସିନେମା ମଧ୍ୟରୁ କିଛି ଫିଲ୍ମ ମନୋନୀତ ହୋଇଥାଏ । ବିଦ୍ୟା ବାଲନ ଅଭିନିତ ‘ଶେରନୀ’ ଏବଂ ଭିକ୍କି କୌଶଲ ଅଭିନିତ ଫିଲ୍ମ ‘ସର୍ଦ୍ଦାର ଉଧମ୍‌ ସିଂ’ ଓସ୍କାର ୨୦୨୨’ ପାଇଁ ମନୋନୀତ ହୋଇଛି । ଏନେଇ ୨ଟି ଫିଲ୍ମର କଳାକାର ବିଦ୍ୟା ବାଲନ ଓ ବିକି କୌଶଲ ନିଜର ଖୁସି ଜାହିର କରିଛନ୍ତି । ସେପଟେ ସେମାନଙ୍କ ପ୍ରଶଂସକ ଏବଂ ବଲିଉଡ୍‌ର ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ।

ସୂଚନା ଅନୁସାରେ ପ୍ରତିବର୍ଷ ପରି କୋଲକାତାର ଜୁରି ସଦସ୍ୟମାନେ ଭାରତୀୟ ସିନେମାରୁ ୧୪ଟି ଫିଲ୍ମ ତାଲିକାଭୁକ୍ତ କରିଛନ୍ତି । ଏହି ୧୪ଟି ଫିଲ୍ମଟି ମଧ୍ୟରୁ ତାମିଲ ଫିଲ୍ମ ‘ମଣ୍ଡେଲା’, ମାଲୟାଲମ୍‌ ଫିଲ୍ମ ‘ନାୟଟୁ’, ହିନ୍ଦୀ ଫିଲ୍ମ ‘ଶେରନୀ’ ଏବଂ ‘ସର୍ଦ୍ଦାର ଉଧମ ସିଂ’ ରହିଛି । ଏହି ଦୁଇ ବଲିଉଡ୍‌ ଫିଲ୍ମ ଏବେ ଆମାଜନ ପ୍ରାଇମ୍‌ ଭିଡିଓରେ ଷ୍ଟ୍ରିମିଂ ହେଉଛି ।

ଏହାଛଡ଼ା ଓସ୍କାର ପାଇଁ ଭାରତୀୟ ୨ଟି ଫିଲ୍ମ ମନେନୀତ ହେବା ପରେ ବହୁ ସେଲିବ୍ରେଟି ମାନେ ନିଜର ଖୁସି ଜାହିର କରିଛନ୍ତି । ବିଦ୍ୟା ବାଲନଙ୍କ ଅଭିନିତ ‘ଶେରନୀ’ ଏକ ଦମଦାର କାହାଣୀ ଉପରେ ପର୍ଯ୍ୟବେସିତ । ଅମିତ୍‌ ଭି ମସୁରକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଶେରନୀ’ରେ ବିଦ୍ୟା ବାଲନ ଜଣେ ଫରେଷ୍ଟ ଅଫିସରର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ବିଦ୍ୟା ଜଣେ ଦୁର୍ଦ୍ଦାନ୍ତ ବାଘକୁ ଧରିବା ପାଇଁ ଉଦ୍ୟମ କରୁଛନ୍ତି । ଏହାଛଡ଼ା ଫିଲ୍ମରେ ଶରତ ସକ୍ସେନା, ମୁକୁଲ ଖଡ୍ଡା, ବିଜୟ ରଜ, ଇଲା ଅରୁଣ, ବ୍ରିଜେନ୍ଦ୍ର କାଲା, ନୀରଜ କବି ପ୍ରମୁଖ କଳାକାର ମାନେ ଅଭିନୟ କରିଛନ୍ତି ।

ସେହିପରି ଫିଲ୍ମ ‘ସର୍ଦ୍ଦାର ଉଧମ ସିଂ’ରେ ଅଭିନେତା ଭିକ୍କି କୌଶଲ ଦମଦାର ଅଭିନୟ କରିଛନ୍ତି । ଏଥିରେ କ୍ରାନ୍ତିକାରୀ ସର୍ଦ୍ଦାର ଉଧମ ସିଂଙ୍କ ଭୂମିକା ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଏକ କ୍ରାନ୍ତିକାରୀଙ୍କ କାହାଣୀ ଉପରେପର୍ଯ୍ୟବେସିତ । ଫିଲ୍ମର ପ୍ରଯୋଜନା କରିଛନ୍ତି ସୁଜିତ୍‌ ସରକାର । ତେବେ ଏହା ୧୫ ଜଣିଆ ବିଚାରପତିଙ୍କୁ ନେଇ ଏକ ପ୍ୟାନେଲ ତିଆରି କରାଯାଇଛି । ଏହି ୧୪ଟି ଫିଲ୍ମକୁ ଜୁରି ଏହାକୁ ଦେଖି ସର୍ଟ ଲିଷ୍ଟ କରିଛନ୍ତି ।