Advertisment

ଏମିତି ପୋଷାକ ପିନ୍ଧିବାକୁ କହିବାରୁ ନିର୍ଦ୍ଦେଶକଙ୍କ ଉପରେ ରାଗିଗଲେ ଟ୍ୱିଙ୍କଲ ଖାନ୍ନା

ଗୋଟିଏ ଚଳଚ୍ଚିତ୍ର ସହିତ ଜଡିତ ଏକ ପରିସ୍ଥିତିକୁ ମନେପକାଇଛନ୍ତି ଟ୍ୱିଙ୍କଲ ଖାନ୍ନା। ଜଣେ ନିର୍ଦ୍ଦେଶକ ଚାହୁଁଥିଲେ ଯେ ସେ ବର୍ଷାର ଏକ ସିନ୍ ପାଇଁ ଦେହ ଦିଶୁଥିବା ପୋଷାକ ପିନ୍ଧନ୍ତୁ। ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ।

author-image
Pramod Behera
ଅଦ୍ୟତନ ହୋଇଛି
Twinkle khanna

Twinkle khanna angreed when director asked for transparent clothes

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ତଥା ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ଫିଲ୍ମ ଜଗତରୁ ଦୂରରେ ଥାଇ ମଧ୍ୟ ତାଙ୍କର ଚର୍ଚ୍ଚା କମିଯାଇନି। ଟ୍ୱିଙ୍କଲ ଖାନ୍ନା ତାଙ୍କ ସମୟରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ସତ କିନ୍ତୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ସେମିତି କିଛି ସ୍ୱତନ୍ତ୍ର ନଥିଲା।

Advertisment

ନିକଟରେ ଟ୍ୱିଙ୍କଲ ଖାନ୍ନା ତାଙ୍କର ଗୋଟିଏ ଚଳଚ୍ଚିତ୍ର ସହିତ ଜଡିତ ଏକ ପରିସ୍ଥିତିକୁ ମନେପକାଇଥିଲେ ଯେଉଁଥିରେ ଜଣେ ନିର୍ଦ୍ଦେଶକ ଚାହୁଁଥିଲେ ଯେ ସେ ବର୍ଷାର ଏକ ସିନ୍ ପାଇଁ ଦେହ ଦିଶୁଥିବା ପୋଷାକ ପିନ୍ଧନ୍ତୁ।

ଅଧିକ ପଢ଼ନ୍ତୁ: ସର୍ଭେ ରିପୋର୍ଟ, ଏଥିରେ ବି ଅକ୍ଷୟ କୁମାରଙ୍କ ନାଁ ସବୁଠୁ ଆଗରେ..

ୟୁଟ୍ୟୁବ୍ ଚ୍ୟାନେଲ୍‌ର ଏକ ବାର୍ତ୍ତାଳାପରେ ଟ୍ୱିଙ୍କଲ୍ ଖାନ୍ନା ରେହମାନଙ୍କ ସହ ହୋଇଥିବା ଅସଦାଚରଣକୁ ମନେ ପକେଇ ଏହାର ଖୁଲାସା କରିଛନ୍ତି। ଟ୍ୱିଙ୍କଲ ଖାନ୍ନା କହିଛନ୍ତି, “ମୁଁ ଏକ ଧଳା କୁର୍ତ୍ତା ପିନ୍ଧିଥିଲି ଏବଂ ବର୍ଷାରେ ଶୁଟ୍ ହେବାକୁ ଥିବା ଏକ ଗୀତ ପାଇଁ ପ୍ରସ୍ତୁତ ଥିଲି। ସେତିକି ବେଳେ ନିର୍ଦ୍ଦେଶକ ଗୁରୁ ଦତ୍ତଙ୍କ ନକଲ କରି ଏକ ଶାଲ ଘୋଡି ହୋଇ ଭିତରକୁ ଆସିଲେ। ସେ କହିଲେ, 'ଯଦି ମୁଁ ତୁମକୁ ମନ୍ଦାକିନି ବାଲା ଦୃଶ୍ୟ କରିବାକୁ କହିବି, ତୁମେ କ’ଣ କହିବ?' ମୁଁ କହିଲି ମୁଁ ଦୁଇଟି କଥା କହିବି। ପ୍ରଥମେ, ମୁଁ ‘ନା’ କହିବି ଏବଂ ଦ୍ୱିତୀୟଟି, 'ତୁମେ ରାଜ କପୁର ନୁହଁ'।”

Advertisment

ଟ୍ୱିଙ୍କଲ ଖାନ୍ନା ଆହୁରି ମଧ୍ୟ କହିଛନ୍ତି, “ଏହା ପରେ ସେ ମୋ ସହ କଦାପି କଥା ହୋଇ ନାହାନ୍ତି ଏବଂ ସେ ମୋତେ ଆଉ କାଷ୍ଟ କରି ନଥିଲେ ଏବଂ ଏହା ଭୟଙ୍କର ଥିଲା।” ଏହି ଘଟଣା ତାଙ୍କ ଚଳଚ୍ଚିତ୍ର ‘ମେଲା’ର ଥିଲା, ଯେଉଁଥିରେ ଟ୍ୱିଙ୍କଲ ବର୍ଷା ଗୀତରେ ଅଭିନୟ କରିଥିଲେ, ଆଉ ସେ ମଧ୍ୟ ଧଳା କୁର୍ତ୍ତା ପିନ୍ଧିଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଧର୍ମେଶ ଦର୍ଶନ।

ଟ୍ୱିଙ୍କଲ ଖାନ୍ନା ୨୦୧୮ ରେ ତାଙ୍କ ବହି ଉନ୍ମୋଚନ ଇଭେଣ୍ଟରେ ତାଙ୍କ ଅଭିନୟ କ୍ୟାରିୟର ବିଷୟରେ କହିଥିଲେ। ସେ କହିଥିଲେ  “ମୁଁ କୌଣସି ହିଟ୍ ଫିଲ୍ମ ଦେଇ ନାହିଁ। ମୁଁ କରିଥିବା ସମସ୍ତ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ଏବଂ ସେସବୁକୁ କେହି ଦେଖିବା ଉଚିତ୍ ନୁହେଁ। ଅଧିକାଂଶ ସମୟରେ, ମୁଁ ଭାବେ ଯେ ମୋର ଆଲଝିମର ହୋଇଛି ଏବଂ ମୋର ଚଳଚ୍ଚିତ୍ର କ୍ୟାରିୟର ବାବଦରେ କିଛି ମନେ ନାହିଁ ଏବଂ ଏହା ମୋତେ ଖୁସି ଦିଏ। ପ୍ରକାଶଥାଉ ଯେ ଟ୍ୱିଙ୍କଲ ବର୍ତ୍ତମାନ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଫିକ୍ସନ୍ ଲେଖିବାରେ ମାଷ୍ଟର୍ସ କରୁଛନ୍ତି।

Bollywood Twinkle Khanna
Advertisment
Advertisment