• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅକ୍ଷୟ କୁମାର । ଏହି ନାଁକୁ କିଏ ବା ନଜାଣେ । ବଲିଉଡ ଜଗତରେ ଅକ୍ଷୟ କୁମାର ହେଉଛନ୍ତି ଜଣେ ଚର୍ଚ୍ଚିତ ଅଭିନେତା । ଦର୍ଶକଙ୍କ ପାଇଁ ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ଦେଇ ଅକ୍ଷୟ କୁମାର ଖୁବ୍‌ ଚର୍ଚ୍ଚାରେ । ସବୁଠାରୁ ସମୟାନୁବର୍ତ୍ତିତା ଭାବେ ମଧ୍ୟ ସେ ବେଶ ଜଣାଶୁଣା । ଏମିତିକି ବଲିଉଡ୍‌ରେ ତାଙ୍କୁ ସବୁଠାରୁ ଫିଟ୍ ଆକ୍ଟର ବୋଲି ମଧ୍ୟ କୁହାଯାଏ । ତେବେ ଅଜି ହଠାତ୍ ଅକ୍ଷୟ କୁମାରଙ୍କୁ ନେଇ କାହିଁକି ଏତେ ଚର୍ଚ୍ଚା । ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଆସିବା ସ୍ୱାଭାବିକ୍ କଥା ।

ନିକଟ ଅତୀତରେ TAMର ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଅକ୍ଷୟ କୁମାରଙ୍କ ନାଁ ସବୁଠୁ ଆଗରେ ରହିଛି । କହିବାକୁ ଗଲେ ଅକ୍ଷୟ କୁମାର ଯେମିତି ବ୍ୟାକ୍‌ ଟୁ ବ୍ୟାକ୍‌ ବଲିଉଡ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଛନ୍ତି, ଠିକ୍ ସେମିତି ବିଜ୍ଞାପନ କ୍ଷେତ୍ରରେ ମଧ୍ୟ ତାଙ୍କ ନାଁ ଏବେ ସବୁଠୁ ଆଗରେ । ଆମେ ଟିଭି ହେଉ କି ମୋବାଇଲ, ଯେଉଁଥିରେ ବି କିଛି ନା କିଛି ବିଜ୍ଞାପନ ଦେଖୁଛେ ପ୍ରାୟ ସବୁଥିରେ ଏବେ ଖିଲାଡ଼ି କୁମାରଙ୍କୁ ଦେଖିବାକୁ ମିଳୁଛି ।

କହିବାକୁ ଗଲେ ଜୋତା ବ୍ରାଣ୍ଡଠାରୁ ଆରମ୍ଭ ବିଭିନ୍ନ କମ୍ପାନୀର ତଥା କରି ବଡ଼ ବଡ଼ ଜିନିଷର ବିଜ୍ଞାପନରେ ମଧ୍ୟ ଅକ୍ଷୟ କୁମରଙ୍କୁ ଦେଖିବାକୁ ମିଳୁଛି । ସେ ଘର ହେଉ କିମ୍ବା ସରକାର ସଚେତନତା ବାର୍ତ୍ତା । ସେ ଗୁଡ୍‌ଖା ହେଉ କିମ୍ବା କୌଣସି ଅନ୍ତବସ୍ତ୍ର ବ୍ରାଣ୍ଡର ବିଜ୍ଞାପନ । ପ୍ରାୟ ସବୁଥିରେ ସେ ନଜର ଆସନ୍ତି । ଏହି ଆଧାରରେ ହିଁ ୨୦୨୨ରେ TAM ପକ୍ଷରୁ ଜାରି କରାଯାଇଥିବା ସର୍ଭେ ରିପୋର୍ଟରେ ଅକ୍ଷୟ କୁମାରଙ୍କ ନାଁ ସବୁଠୁ ଆଗରେ ରହିଛି ।

ଗୋଟିଏ ଦିନରେ ବିଭିନ୍ନ ଚ୍ୟାନେଲ୍‌ରେ ଅକ୍ଷୟ କୁମାରଙ୍କ ପ୍ରାୟ ୩୭ ଘଣ୍ଟାର ବିଜ୍ଞାପନ ବାଜୁଛି । ତାଙ୍କ ପଛକୁ ରହିଛନ୍ତି, ଅମିତାଭ ବଚ୍ଚନ ଏବଂ ଆଲିଆ ଭଟ୍ଟ । ବିଭିନ୍ନ ଟିଭି ଚ୍ୟାନେଲରେ ଅମିତାଭ ବଚ୍ଚନଙ୍କ ୧୮ ଘଣ୍ଟାର ବିଜ୍ଞାପନ ବାଜୁଥିବା ବେଳେ ଆଲିଆଙ୍କର ୧୪ ଘଣ୍ଟାର ବିଜ୍ଞାପନ ବାଜୁଛି । ଏଥିରୁ ସ୍ପଷ୍ଟ ଯେ, ଅକ୍ଷୟ କୁମାର ଲୋକଙ୍କର ସବୁଠାରୁ ଅଧିକ ପସନ୍ଦ । ତାଙ୍କର ସାମାଜିକ କାର୍ଯ୍ୟ ବା ସମାଜ ସେବା ଯୋଗୁଁ ମଧ୍ୟ ଲୋକେ ତାଙ୍କୁ ଅଧିକ ପସନ୍ଦ କରୁଛନ୍ତି । ସୂଚନାଥାଉ କି ତାଙ୍କ ପତ୍ନୀ ଟ୍ୱିଙ୍କିଲ ଖନ୍ନା ବି ଏବେ ବିଜ୍ଞାପନ କରିବାରେ ବ୍ୟସ୍ତ ଅଛନ୍ତି ।

ଅନ୍ୟପଟେ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରାମ ସେତୁକୁ ଲୋକେ ଚାତକ ଭଳି ଚାହିଁ ରହିଛନ୍ତି । ଯେଉଁଥିରେ ଜ୍ୟାକ୍‌ଲିନ୍‌ ପର୍ଣ୍ଣାଣ୍ଡିଜ୍‌ ମଧ୍ୟ ରହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now