/odishatv-khabar/media/post_attachments/uploadimage/library/16_9/16_9_0/Bollywood_1691725699.jpg)
Bollywood
ଏଥର ସୁପର ଫ୍ରାଇଡେ। ରିଲିଜ୍ ହୋଇଛି ବଲିଉଡର ଦୁଇ ବହୁପ୍ରତିକ୍ଷିତ ଫିଲ୍ମ । ୨୧ ବର୍ଷ ପରେ ଗଦରର ସିକ୍ୱେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କ ମହାଦେବ ଅବତାରକୁ OMG 2ରେ ଦେଖିବେ ଦର୍ଶକ ।
କମେଡି vs ଆକ୍ସନ । ଦୁଇଟି ପାର୍ଟ ଟୁ, ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ । ଏବର୍ଷର ଦୁଇଟି ମୋଷ୍ଟ ଆୱେଟେଡ୍ ଫିଲ୍ମ ରିଲିଜ୍ ହୋଇଛି । ପରଦାକୁ ଆସିଛି ସନ୍ନି ପାଜିଙ୍କ ଗଦରର ସିକ୍ୱେଲ୍ ଗଦର ପାର୍ଟ-୨ । ପୁଣି ଥରେ ପାକିସ୍ତାନ ଯାଇ ତାରା ସିଂହ ମଚାଇଛନ୍ତି ଗଦର । ଭାଙ୍ଗିଛନ୍ତି, ଉପାଡ଼ିଛନ୍ତି, ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି । ଭାରତୀୟ ସିନେମାର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ଭାବେ ୨୦୦୧ରେ ରିଲିଜ୍ ହୋଇଥିବା ଗଦରକୁ ପୁଣି ଥରେ ଦେଖିବାକୁ ସିନେମା ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।
ଅଧିକ ପଢ଼ନ୍ତୁ: ଆସୁଛି ‘ଡନ୍-୩’; ଶାହରୁଖ୍ ନୁହେଁ କି ଅମିତାଭ ନୁହେଁ, ଡନ୍ ହେବେ ନୂଆ ନାୟକ
ଆଡଭାନ୍ସ ବୁକିଂରେ ରେକର୍ଡ ସୃଷ୍ଟି କରିଥିବା ଗଦର୍ ୨କୁ ଏକ ବଡ଼ ଓପେନିଂ ମିଳିଛି । ସନ୍ନି ଦେଓଲ୍ ଓ ଅମିଷା ପଟେଲଙ୍କ ଏହି ଫିଲ୍ମ ଅଢ଼େଇ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ସରିଛି । ତେଣୁ ଆଶା କରାଯାଉଛି ଆଜି ପ୍ରଥମ ଦିନରେ ୧୦ କୋଟିରୁ ଅଧିକ ଆୟ କରିପାରେ ଫିଲ୍ମ ।
ଗଦରକୁ ଟକ୍କର ଦେଉଛି ଖିଲାଡ଼ି କୁମାରଙ୍କ ଫିଲ୍ମ ‘ଓଃ ମାଇ୍ ଗଡ୍’ ପାର୍ଟ ଟୁ । ଗତଥର କୃଷ୍ଣ ଏଥର ମହାଦେବ । ଅକ୍ଷୟ କୁମାରଙ୍କ ଏହି ଲୁକ୍ ସୋସିଆଲ୍ ମିଡିଆରେ ସେନସେସନ୍ ଖେଳାଇଛି । ଏଥର ପଙ୍କଜ ତ୍ରିପାଠୀଙ୍କ ସହ ସିରିଏସ୍ କମେଡି ଅବତାରରେ ନଜର ଆସିବେ । ସେକ୍ସ ଏଜୁକେସନ୍କୁ ନେଇ ଆଧାରିତ OMG-2 ରିଲିଜ୍ ପୂର୍ବରୁ ଡାଇଲଗ୍ ଓ ଦୃଶ୍ୟକୁ ନେଇ ବିବାଦରେ ଫସିଛି । ତଥାପି ଆଡଭାନ୍ସ ବୁକିଂରେ ଏତେଟା ଉତ୍ସାହ ଦେଖିବାକୁ ମିଳିନି । ଆଶା କରାଯାଉଛି ଫିଲ୍ମ ରିଲିଜ୍ ପରେ ଏହାକୁ ପିକଅପ୍ ମିଳିପାରେ ।
ଗଦରରେ ଯେଉଁଠୁ କାହାଣୀ ସରିଥିଲା ସେଠୁ ଆରମ୍ଭ ହେଉଥିବା ବେଳେ OMG 2ରେ ଅନେକ କିଛି ନୂଆ ଦେଖିବାକୁ ମିଳିବା ଏହି ଦୁଇଟି ଫିଲ୍ମରୁ କାହାକୁ ଦର୍ଶକଙ୍କ ଥମସ ଅପ୍ ମିଳୁଛି ତାଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)