• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରଜନୀକାନ୍ତଙ୍କ ଜନ୍ମଦିନରେ ମନେ ପକାଇଛନ୍ତି ଫ୍ୟାନ୍‌ 

(ପ୍ରସନଜିତ୍‌ ରାୟ) ଆଜି ସକାଳୁ ସକାଳୁ ଚେନ୍ନାଇ ସ୍ଥିତ ତାଙ୍କ ଘର ବାହାରେ ଗୋଟିଏ ଝଲକ ଦେଖିବାକୁ ଅପେକ୍ଷା କରିଛନ୍ତି ତାଙ୍କ ଫ୍ୟାନ୍ । ୧୯୫୦ରେ ବେଙ୍ଗାଲୁରୁରେ ଜନ୍ମ ନେଇଥିବା ଶିବାଜୀ ରାଓ ପରବର୍ତ୍ତି ସମୟରେ ରଜନୀ ଭାବେ ପ୍ରତିଟି ସିନେ ପ୍ରେମୀଙ୍କ ହୃଦୟରେ ସ୍ଥାନ ବନାଇପାରିଛନ୍ତି ।

୧୯୭୫ରେ ତାମିଲ ଫିଲ୍ମ ଅପୂର୍ବା ରଙ୍ଗାଲ୍‌ରେ ସହ ଅଭିନେତା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ କିଏ ଭାବିଥିଲା ସେହି ଅଭିନେତା ଯେ ଦିନେ ଭାରତୀୟ ଫିଲ୍ମ ଜଗତର ବେତାଜ୍‌ ବାଦଶାହ ହେବ ବୋଲି । ପରେ ରଜନୀଙ୍କ ଗୋଟିଏ ପରେ ଗୋଟିଏ ହିଟ୍‌ ତାମିଲ, ତେଲୁଗୁ, କନ୍ନଡ ଇଣ୍ଡଷ୍ଟ୍ରିରେ ସୃଷ୍ଟି କରିଛି ମାଇଲ୍‌ଖୁଣ୍ଟ ।

ରଜନୀଙ୍କ ନିକଟରେ ରିଲିଜ୍‌ ହୋଇଥିବା ପେଟା, ରୋବଟ୍‌ ସିରିଜ୍‌, କବାଲି, ଶିବାଜୀ ଦ ବସ୍‌, ଚନ୍ଦ୍ରମୁଖୀ ସୁପରହିଟ୍‌ ହୋଇଛି । ଖାଲି ତେଲୁଗୁ, ତାମିଲ କିମ୍ବା ଦକ୍ଷିଣ ଭାରତୀୟ ଫିଲ୍ମ ନୁହେଁ ରଜନୀ । ଏକାଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି । ଅମିତାଭ୍‌ଙ୍କ ସହ ହମ୍‌, ବାଦଶାହ୍‌, ଜନ୍‌ ଜୋନି ଜନାଦ୍ରନ୍‌, ଫୁଲ୍‌ ଓର୍‌ ଅଙ୍ଗାରେ ଭଳି ଫିଲ୍ମରେ ରଜନୀଙ୍କ ସାନଦାର ଅଭିନୟ ଦେଖିଛନ୍ତି ଦର୍ଶକ ।

ନୂତନ ପିଢ଼ି ପାଇଁ ଶିବାଜୀଙ୍କ ସବୁବେଳେ ଆଇକନ୍‌ ହୋଇ ରହିଛନ୍ତି । ନିଜର ବିନ୍ଦାସ୍‌ ଆଟିଟ୍ୟୁଟ୍‌, ୟୁନିକ୍‌ ଷ୍ଟାଇଲ୍‌ ଓ ଜବରଦସ୍ତ ଆକ୍ସନ୍‌ ପାଇଁ ରଜନୀ ବିଶେଷ ଭାବେ ଫ୍ୟାନ୍‌ଙ୍କ ପାଖରେ ଆଦୃତ । ଚୁଇଗମ୍‌ ଓ ସିଗାରେଟ୍‌କୁ ଗୋଟିଏ ହାତରୁ ଅନ୍ୟ ଏକ ହାତକୁ ଫୋପାଡ଼ିବା ହେଉଛି ରଜନୀଙ୍କ ଆଇକୋନିକ୍‌ ଷ୍ଟାଇଲ୍‌ । ଏହା ବ୍ୟତିତ୍‌ ଜବରଦସ୍ତ ଡ୍ୟାନ୍ସ ଫ୍ୟାନଙ୍କ ମନ ଜିଣିଛି ।

Superstar RajnikantaSuperstar Rajnikanta

ଆଜି ବହୁ ସଂଖ୍ୟାରେ ଫ୍ୟାନ୍‌ ଚେନ୍ନାଇ ସ୍ଥିତ ରଜନୀଙ୍କ ବାସଭବନକୁ ଯାଇଛନ୍ତି । ନିଜ ସହ କିଛି ଉପହାର ଓ ଚକୋଲେଟ୍‌ ବି ଆଣିଛନ୍ତି । ଫେଭରେଟ୍‌ ଅଭିନେତାକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍‌ । ପ୍ରତିବର୍ଷ ରଜନୀଙ୍କ ଜନ୍ମଦିନକୁ ବଡ଼ ଧୁମ୍‌ଧାମରେ ମନାଇଥାନ୍ତି ତାଙ୍କ ଫ୍ୟାନ୍‌ ।