• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasanjit Ray

ଟାଇଗର-୩କୁ ଦେଖିବାକୁ ହଲରେ ଖଚାଖଚ୍ ଭିଡ଼ । ସିନେମା ଦେଖିବାକୁ ଭୋରରୁ ହଲ୍ ଯିବା ଏକ ପରମ୍ପରା ପାଲଟି ଗଲାଣି । ବଲିଉଡରେ ଏସବୁ କେଜିଏଫ୍-୨ରୁ ଆରମ୍ଭ ହୋଇଛି । ସଲମାନଙ୍କ ଟାଇଗର୍-୩ ବି ସକାଳୁ ସକାଳୁ ଦେଖିଛନ୍ତି ଦର୍ଶକ । ଭୁବନେଶ୍ୱରର ଅନେକ ହଲରେ ଫାଷ୍ଟ ଡେ’ ଫାଷ୍ଟ ଶୋ’ ହାଉସ୍ ଫୁଲ୍ ଚାଲିଥିଲା ।

 ସଲମାନଙ୍କ ଫିଲ୍ମରେ ଫୁଲ୍ ଆକ୍ସନ, ଭାଇଙ୍କ ସ୍ୱାଗ୍, କିଛି ବଡ଼ ଡାଇଲଗ୍ ଥାଏ । ହେଲେ ଦୁଃଖର ସହ କହିବାକୁ ପଡ଼ୁଛି କି ଏହି ଫିଲ୍ମରେ ନାହିଁ ସେମିତି କିଛି । ସିନେମା ସଲମାନଙ୍କ ନୁହେଁ ବରଂ ଇମ୍ରାନଙ୍କ, ଶାହରୁଖ୍‌ଙ୍କ ଆଉ ଏକ ବଡ଼ ହେଉଛି ହ୍ରିତିକଙ୍କ ଫିଲ୍ମ ।

ଏକ ଥା ଟାଇଗର୍, ଟାଇଗର୍ ଜିନ୍ଦା ହେ.. ଭଳି ଦୁଇଟି ହାଇଭୋଲଟେଜ୍ ଆକ୍ସନ୍ ଦେଖିଛନ୍ତି ଦର୍ଶକ । ଟାଇଗରର ଗୋଟେ ଗୋଟେ ଏଣ୍ଟ୍ରି, ଗୋଟେ ଗୋଟେ ଫାଇଟ୍, ମନ ପସନ୍ଦର ଗୀତ ଆଉ ଭରପୁର ରୋମାନ୍ସ । ହେଲେ ଏଥିରେ ସେସବୁ ପାଇବେନି । ଫିଲ୍ମରେ ସବୁ ଅଛି କିନ୍ତୁ କିଛି ନାହିଁ । ଅର୍ଥାତ ଆକ୍ସନ ଅଛି କିନ୍ତୁ ଥଣ୍ଡା ପଡ଼ିଗଲା ଭଳି ଲାଗୁଛି । ଡାଇଲଗ୍ କହିଲେ ଗୋଟିଏ ‘ଜବ୍ ତକ୍ ଟାଇଗର୍ ମରା ନେହି, ତବ୍ ତକ୍ ଟାଇଗର୍ ହାରା ନେହି ।’ କିନ୍ତୁ ୟାକୁ ଶୁଣିବାକୁ ଶେଷ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।

ସଲମାନଙ୍କ ଆଟିଟ୍ୟୁଡ୍‌ ଏତେଟା ପ୍ରଭାବିତ କରିନି । ହାତରେ ଷ୍ଟେନ୍ ଗନ୍ ଏମିତି ଧରା ଯାଇଛି କି ସତେ ଯେମିତି ଏହା ଏକ ହୋଲିର ପିଚକାରୀ । ରୋମାନ୍ସ ନାହିଁ, ଲାଗିବ କ୍ୟାଟ୍ରିନା ଏଠି ଖାଲି ତୁଚ୍ଛା ଆକ୍ସନ୍ ପାଇଁ ରହିଛନ୍ତି । କୁମୁଦ ମିଶ୍ରା ଭଳି ବଡ଼ ଭର୍ସାଟାଇଲଙ୍କୁ ବ୍ୟବହାର କରାଯାଇନି । ଭିଲିଏନ୍ ଭାବେ ଇମ୍ରାନଙ୍କ ଅଭିନୟ ନିଶ୍ଚିତ ପ୍ରଭାବିତ କରିବ । ଶେଷ ୧୦ ମିନିଟ୍ ହିଁ ଫିଲ୍ମର ୟୁଏସପି । କିନ୍ତୁ ସେଇ ଇମ୍ରାନଙ୍କ ଲୁକ୍ ଯେମିତି ଭାବିଥିଲେ ସେମିତି ନାହିଁ । 

ଲୋମଟାଙ୍କୁରା ସିନ୍ ଗୋଟିଏ ବି ନାହିଁ । ହଁ, ପାକିସ୍ତାନରେ ‘ଜନ ଗଣ ମନ୍’ ଗାଇବା କିଛିଟା ପ୍ରଭାବିତ କରିବ । ସିନେମାରେ ୧୦ ମିନିଟ୍ ଫାଇଟ୍ କରିଛନ୍ତି ଶାହରୁଖ । ଯେପରି ପଠାନରେ କ୍ୟାମିଓ କରିଥିଲେ ସଲମାନ । କହିବାକୁ ଗଲେ, ସଲମାନଙ୍କ ଏଣ୍ଟ୍ରି ପଠାନରେ ଯେମିତି ଥିଲା ତାଠୁ ୧୦ ପ୍ରତିଶତ ବି ଟାଇଗର ୩ରେ ନାହିଁ ।

ପୁରା ଫିଲ୍ମ ଗୋଟେପଟେ ହିତ୍ରିକ୍ ରୋଶନ୍‌ଙ୍କ ସିନ୍ ଅନ୍ୟପଟେ । ବାପ୍ ରେ, ମସ୍ତ ଏଣ୍ଟ୍ରି । ୱାରରେ ହିରୋ ଆଉ ଏହି ସିନ୍ ପୁରା ଭିଲିଏନ୍ ଭାଇବ୍ ଦେଇଛି । ଏତେ ସବୁ ଖରାପ ଭିତରେ ଗୋଟିଏ ହିଁ ସିନେମାରେ ଭଲ । ଭାରତରେ ସ୍ପାଏ ସିରିଜ୍‌ର ସୁପରଷ୍ଟାର୍ ଆଉ ଜନକ ହେଉଛନ୍ତି ଖୋଦ୍ ସଲମାନ । ତାଙ୍କଠୁ ଟାଇଗର୍ ଆରମ୍ଭ ହୋଇଥିଲା ଆଉ ଏବେ ଦେଖିଲେ ଲାଗୁଛି ଟାଇଗର୍ ଥଣ୍ଡା ପଡ଼ି ଯାଇଛି ।