• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ୧୨ ବର୍ଷ ପରେ ପୁଣି ଏକାଠି ରାନୀ-ସୈଫ୍

ମୁମ୍ବାଇ: ରାନୀ ଓ ସୈଫ୍‌ଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ଫିଲ୍ମ ‘ବଣ୍ଟି ଔର ବବ୍‌ଲି ୨' ର ଟିଜର ୟଶରାଜ୍‌ ଫିଲ୍ମସ ପକ୍ଷରୁ ରିଲିଜ୍ ହୋଇଛି । ଫିଲ୍ମରେ ୧୨ ବର୍ଷ ପରେ ପୁଣି ଏକାଠି ନଜର ଆସୁଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଓ ରାନୀ ମୁଖାର୍ଜୀ । ଫିଲ୍ମରେ ରାନୀ ମୁଖାର୍ଜୀ ଓ ସୈଫ୍ ଅଲ୍ଲୀ ଖାନ୍ ଙ୍କ ବ୍ୟତୀତ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀ ଓ ଅଭିନେତ୍ରୀ ଶରବରୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

'ବଣ୍ଟି ଅର ବାବଲି ୨'ର ଟିଜର ଭିଡିଓରେ ଆରମ୍ଭରେ ଉଭୟ ରାନୀ ମୁଖାର୍ଜୀ ଏବଂ ସୈଫ୍ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଛି । ଟିଜରର ପରବର୍ତ୍ତୀ ଭାଗରେ ଚତୁର୍ବେଦୀ ଓ ଅଭିନେତ୍ରୀ ଶରବରୀଙ୍କୁ ପଛରୁ ଫ୍ରେମ୍ ଆସି ସେମାନେ କହିଛନ୍ତି ଯେ ସେମାନେ ମଧ୍ୟ ସୁଟିଂ ପାଇଁ ପ୍ରସ୍ତୁତ ଅଛନ୍ତି । ସିଦ୍ଧାନ୍ତ ଏବଂ ଶାରଭାରୀ କୁହନ୍ତି ଯେ ସେମାନେ ମଧ୍ୟ ବାବଲି ବଣ୍ଟି । ତେବେ ଏହିଭଳି ଭାବେ ଟିଜରରେ ମଜାଳିଆ ତୁତୁ ମେ ଭଳି ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ।

ସୂଚନା ଅନୁସାରେ ଫିଲ୍ମର ଟିଜରରେ ଦେଖାଯାଇଛି ଯେ ଫିଲ୍ମରେ ୨ ଜଣ ନୁହେଁ ବରଂ ୪ ଜଣ କଳାକାର ମୁଖ୍ୟ ଭୂମିକାରେ ଅଛନ୍ତି । ସମସ୍ତେ ଅଲଗା ଅଲଗା ଜେନେରେସନ୍‌ର ହୋଇଥିବା ବେଳେ ସମସ୍ତେ ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ସେମାନେ ସବୁଠୁ ଭଲ। ଫିଲ୍ମର ଟ୍ରେଲର ଅକ୍ଟୋବର ୨୫ରେ ରିଲିଜ୍‌ ହେବ । ନଭେମ୍ବର ୧୯ରେ ଏହି ଫିଲ୍ମଟି ରିଲିଜ୍ ହେବା ନେଇ ସୂଚନା ମିଳିଛି ।

ସୂଚନ ମୁତାବକ ୨୦୦୫ ମସିହାରେ ଫିଲ୍ମ ‘ବଣ୍ଟି ଔର ବବ୍‌ଲି’ ରିଲିଜ୍ ହୋଇଥିଲା । ପ୍ରଥମ ଫିଲ୍ମରେ ଅଭିଷେକ ବଚ୍ଚନ ଓ ରାନୀ ମୁଖାର୍ଜୀ ଏକାଠି ନଜର ଆସିଥିଲେ। ଫିଲ୍ମର ଦ୍ୱୀତିୟ ଭାଗରେ ସୈଫ୍ ଓ ରାନୀଙ୍କୁ ଦେଖିବାକୁ ମିଳିବ । ପୂର୍ବରୁ ପରଦାରେ ସୈଫ୍‌ ଓ ରାନୀଙ୍କ ଯୋଡ଼ିଙ୍କୁ ସବୁବେଳେ ଦର୍ଶକେ ପସନ୍ଦ କରିଛନ୍ତି । ଏବେ ପୁଣିଥରେ ଏକାଠି ପରଦାରେ ଧୁମ୍ ମଚେଇବେ ରାନୀ ଓ ସୈଫ୍ ।