• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •  ବିଗ ବସ୍ ର ନୂଆ ପ୍ରୋମୋରେ ନୂଆ କଳାକାର

  • ୪ ପ୍ରତିଯୋଗୀଙ୍କ ଝଲକ ଦେଖି ଦର୍ଶକ ଉତ୍ସାହିତ

 ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିଆଲିଟି ସୋ ବିଗ୍ ବସ୍-୧୫ । ବିଗ୍ ବସ୍ ଶୋ' ର ଫ୍ୟାନ ମାନେ ବହୁ ପ୍ରତିକ୍ଷାର ସହ ଅପେକ୍ଷା କରିଥିବା ବେଳେ ଅତିଶୀଘ୍ର ଏହାର ଅନ୍ତ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୨ରେ ଏହି ଶୋ’  ଆରମ୍ଭ ହେବାକୁ ଯାଉଛି । ଆଗରୁ ଦର୍ଶକ ବିଗ୍ ବସ୍-୧୫ର ପ୍ରୋମୋ ଭିଡିଓ ଦେଖିବା ପରେ ଆହୁରି ଉତ୍ସାହିତ ହୋଇପଡିଛନ୍ତି । ତେବେ ଶୋ’ ର ଗ୍ରାଣ୍ଡ୍ ପ୍ରିମିୟର ପୂର୍ବରୁ ଶୋ’ ର ଆଉ ଏକ ପ୍ରୋମୋ ଭିଡିଓ ରିଲିଜ ହୋଇଛି । 

 

ଏହି ପ୍ରୋମୋ ଭିଡିଓରେ ୪ ଜଣ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିଛି । ତେବେ ଭିଡିଓ ରିଜିଜ୍ ହେବା ପରେ ୪ ଜଣ ପ୍ରତିଯୋଗିଙ୍କ ଶୋ’ ରେ ଭାଗ ନେବେ ବୋଲି ସ୍ପଷ୍ଟ ହୋଇଯାଇଛି । ଭିଡିଓରେ ଏକ ଜଙ୍ଗଲରେ ୪ ଜଣ କଳାକାର ନଜର ଆସିଛନ୍ତି । ଭିଡିଓରେ ପ୍ରଥମେ ହାତରେ ଏକ ଲଗେଜ୍ ଧରି ଜଣେ ଅଭିନେତ୍ରୀ ନଜର ଆସିଛନ୍ତି । ସେ ହେଉଛନ୍ତି ଟିଭି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ । ଏହାପରେ ଭିଡିଓରେ ପଞ୍ଜାବୀ ଗାୟିକା ଅଫସନା ଖାନଙ୍କୁ ଗୀତ ଗାଇବାର ଝଲକ୍ ଦେଖିବାକୁ ମିଳିଛି ।

ଏହା ସହ ୨ ଜଣ ଅଭିନେତାଙ୍କୁ ଭିଡିଓରେ ଦେଖିବାକୁ ମିଳିଛି । ଏହି ୨ ଜଣ ଲୋକପ୍ରିୟ ଅଭିନେତା ଅଟନ୍ତି । ପ୍ରଥମେ ଭିଡିଓରେ ଅଭିନେତା କରନ୍ କୁନ୍ଦ୍ରା ନଜର ଆସିଛନ୍ତି । ଏହାପରେ ଅଭିନେତା ସିମ୍ବା ନାଗପାଳଙ୍କୁ ଭିଡିଓରେ ଦେଖିବାକୁ ମିଳିଛି । ଶେଷରେ ଶୋ’ ର ହୋଷ୍ଟ ଦବଙ୍ଗ୍ ଖାନ୍ ସଲମାନ ନଜର ଆସିଛନ୍ତି । ସଂପୂର୍ଣ୍ଣ ଭିଡିଓରେ ଏକ ବିଗବସ୍ ର ଜଙ୍ଗଲ ପରି ଚିତ୍ରଣ କରାଯାଇଛି । ଏଥିରେ କୁହା ଯାଉଛି କି ବିଗବସରର ଏହି ଜଙ୍ଗଲରେ ବଡ଼ ବିଚିତ୍ର ପ୍ରାଣୀ ଆସିବାକୁ ଯାଉଛନ୍ତି ।

ସୂଚନା ଅନୁସାରେ ପୂର୍ବରୁ 'ବିଗ୍ ବସ୍ ୧୫'ର ସେଟ୍‌ର ଭିତର ଫଟୋ ସାମ୍ନାକୁ ଆସିଥିଲା । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ପୂର୍ବରୁ ସିଜନ-୧୫ରେ ବଲିଉଡ୍‌ର ଏକ ବଡ଼ ନାଁ ଯୋଡ଼ି ହେବାକୁ ଯାଉଛି । ପୂର୍ବରୁ ଅଭିନେତ୍ରୀ ରେଖା ବିଗ୍‌ ବସ୍‌- ୧୫ର ପ୍ରୋମୋରେ ନଜର ଆସିଛନ୍ତି । ସୋ'ରେ ଏକ ଗଛ ପାଇଁ ସ୍ୱତନ୍ତ୍ର ଭଏସ୍ ଦେଇଛନ୍ତି ରେଖା । ବିଗ୍ ବସ୍-୧୫ର ଆଉ ଅନ୍ୟ ସଦସ୍ୟ ସାମିଲ ହେବା ଭଲ ଭାବେ ସୁନିଶ୍ଚିତ ହୋଇନଥିବା ବେଳେ ଦର୍ଶକଙ୍କ ଉତ୍କଣ୍ଠା ଦିନକୁ ଦିନ ବଢିବାରେ ଲାଗିଛି ।