/odishatv-khabar/media/post_attachments/uploadimage/library/16_9/16_9_0/IMAGE_1676978029.jpg)
The Kashmir Files wins Best Film award at Dadasaheb Phalke Awards 2023
ସୋମବାର ମୁମ୍ବାଇରେ ‘ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବଲିଉଡ୍ ସେଲିବ୍ରିଟି ଯୋଗଦେଇଥିଲେ। ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ଚଳଚ୍ଚିତ୍ର 'RRR'କୁ ‘ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିବାବେଳେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର 'ଦ କାଶ୍ମୀର ଫାଇଲ୍ସ'କୁ ‘ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର’ ପ୍ରଦାନ କରାଯାଇଛି। ଏଥି ସହିତ ଆଲିଆ ଭଟ୍ଟ ଚଳିତ ବର୍ଷର ‘ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର’ ପାଇଛନ୍ତି। ଆଉ କାହାକୁ କ’ଣ ମିଳିଛି ଆସନ୍ତୁ ଜାଣିବା।
ଅଭିନେତ୍ରୀ ଆଲିଆ ଭଟ୍ଟ 'ଗଙ୍ଗୁବାଇ କାଠିଆୱାଡି' ପାଇଁ ‘ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର’ ପାଇଛନ୍ତି। ଏହି ସମୟରେ, ଇଭେଣ୍ଟ୍ରେ ପହଞ୍ଚିଥିବା ଆଲିଆଙ୍କୁ ଅଭିନେତ୍ରୀ ରେଖାଙ୍କ ସହ ପୋଜ୍ ଦେଉଥିବା ଦେଖିବାକୁ ମିଳେ। ଆଲିଆ ଏବଂ ରେଖାଙ୍କ ଏହି ଶାଢୀ ପିନ୍ଧା ଲୁକ୍ ଖୁବ୍ ଚମତ୍କାର ଲାଗୁଛି।
ଅଧିକ ପଢ଼ନ୍ତୁ: 'ଦ କାଶ୍ମୀର ଫାଇଲ୍ସ'କୁ ‘ବକ୍ବାସ୍’ କହିଲେ ପ୍ରକାଶ ରାଜ୍; ଜବାବ ରଖିଲେ ଅନୁପମ
ସେହିପରି ଆଲିଆଙ୍କ ସ୍ୱାମୀ ତଥା ବଲିଉଡ ଅଭିନେତା ରଣବୀର କପୁରଙ୍କୁ ତାଙ୍କ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର' ପାଇଁ ‘ଶ୍ରେଷ୍ଠ ଅଭିନେତା ପୁରସ୍କାର’ ପ୍ରଦାନ କରାଯାଇଛି। ଗତ ବର୍ଷର ସୁପରହିଟ୍ ଚଳଚ୍ଚିତ୍ର 'କାନ୍ତାରା' ପାଇଁ ଅଭିନେତା ଋଷଭ ଶେଟ୍ଟୀଙ୍କୁ ‘ବେଷ୍ଟ୍ ପ୍ରମିଜିଙ୍ଗ୍ ଆକ୍ଟର ପୁରସ୍କାର’ ପ୍ରଦାନ କରାଯାଇଛି।
ଏହି ପୁରସ୍କାରରେ ବରୁଣ ଧାୱନଙ୍କୁ ତାଙ୍କ ଚଳଚ୍ଚିତ୍ର 'ଭେଡିୟା' ପାଇଁ ‘ସମାଲୋଚକ ଶ୍ରେଷ୍ଠ ଅଭିନେତା ପୁରସ୍କାର’ ପ୍ରଦାନ କରାଯାଇଛି। ଗତ ବର୍ଷ 'ଦ କାଶ୍ମୀର ଫାଇଲ୍ସ', 'ଉଚାଇ' ଏବଂ 'କାନ୍ତାରା' ଭଳି ଚଳଚ୍ଚିତ୍ରରେ ଦେଖାଯାଇଥିବା ଅନୁପମ ଖେର୍ଙ୍କୁ ‘ମୋଷ୍ଟ ଭର୍ସାଟାଇଲ୍ ଅଭିନେତା ପୁରସ୍କାର’ ପ୍ରଦାନ କରାଯାଇଛି। ଏଥି ସହିତ ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ ତାଙ୍କ ଚଳଚ୍ଚିତ୍ର 'ଜଲ୍ସା' ପାଇଁ ‘ସମାଲୋଚକ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର’ ପ୍ରଦାନ କରାଯାଇଛି। ନିର୍ଦ୍ଦେଶକ ଆର୍ ବାଲକୀଙ୍କୁ ତାଙ୍କ ଚଳଚ୍ଚିତ୍ର 'ଚୁପ୍' ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି।
ଏଠି ଦେଖନ୍ତୁ ଅନ୍ୟାନ୍ୟ ତାଲିକା:
('ଦ କାଶ୍ମୀର ଫାଇଲ୍ସ'କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର)
ANNOUNCEMENT:#TheKashmirFiles wins the ‘Best Film’ award at #DadaSahebPhalkeAwards2023.
“This award is dedicated to all the victims of terrorism and to all the people of India for your blessings.” pic.twitter.com/MdwikOiL44— Vivek Ranjan Agnihotri (@vivekagnihotri) February 21, 2023
ଚଳଚ୍ଚିତ୍ର ସହିତ ଏହି ପୁରସ୍କାର ମଧ୍ୟ ଟିଭି ବର୍ଗରେ ଦିଆଯାଇଛି। ‘ଟେଲିଭିଜନ ସିରିଜ୍ ଅଫ୍ ଦ ଇୟର ପୁରସ୍କାର’ 'ଅନୁପମା'କୁ ଦିଆଯାଇଛି। ସେହିପରି ସିରିଏଲ୍ 'ଫାନା' ପାଇଁ ଟେଲିଭିଜନ ସିରିଜ୍ର ଶ୍ରେଷ୍ଠ ଅଭିନେତା ଜୈନ୍ ଇମାମ୍ଙ୍କୁ ପ୍ରଦାନ କରାଯାଇଛି। ଏଥି ସହିତ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର 'ନାଗିନ୍' ପାଇଁ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶଙ୍କୁ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଚଳଚ୍ଚିତ୍ର ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ ରେଖାଙ୍କୁ ପୁରସ୍କୃତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)