Advertisment

ବବିଙ୍କ ପୋଲ୍ ଖୋଲିଲେ ଧର୍ମେନ୍ଦ୍ର; କହିଲେ ବିନା…

ବିଗତ ଦିନର ବଲିଉଡ୍‌ର ସୁପରଷ୍ଟାର ଧର୍ମେନ୍ଦ୍ର ୮୬ ବର୍ଷରେ ପହଞ୍ଚିଥିଲେ ବି ନିଜ କଥାରେ ସେ କାହାକୁ ବି ହସେଇ ଦେଇ ପାରନ୍ତି। ନିକଟରେ ସେ ବବି ଦେଓଲଙ୍କ ପୋଲ୍ ଖୋଲିଛନ୍ତି, ଯାହା ସମସ୍ତଙ୍କୁ ହସେଇବା ପାଇଁ ବାଧ୍ୟ କରୁଛି।

author-image
Pramod Behera
Dharmendra revealed1 Bobby Deol Secret

Dharmendra revealed1 Bobby Deol Secret

ମୁମ୍ବାଇ: ଧର୍ମେନ୍ଦ୍ରଙ୍କୁ ବଲିଉଡର ହିମେନ କେବଳ ତୁଚ୍ଛାରେ କୁହାଯାଏ ନାହିଁ। ଆଜି ବି ୮୬ ବର୍ଷ ବୟସରେ ସେ ନିଜ କଥାରେ ଲୋକଙ୍କ ମୁହଁରେ ହସ ଫୁଟାଇପାରନ୍ତି। ତାଙ୍କ ସମୟରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିବା ବେଳେ ବର୍ତ୍ତମାନ ସେ ଖୁବ୍ ଶୀଘ୍ର କରଣ ଜୋହରଙ୍କ ଫିଲ୍ମ 'ରକି ଔର୍‌ ରାନୀ କି ପ୍ରେମ କାହାନି'ରେ ନଜର ଆସିବେ। ନିକଟରେ ଫିଲ୍ମର ସୁଟିଂ ଶେଷ ହେବା ପରେ ସେ ନିଜ ଫାର୍ମ ହାଉସ୍‌କୁ ଫେରିଛନ୍ତି।

Advertisment

ଧର୍ମେନ୍ଦ୍ର ନିକଟରେ ଟିଭିର ହିଟ୍ ରିଅଲିଟି ସୋ ‘ବିଗ୍ ବସ୍ ୧୫’ରେ ନଜର ଆସିଥିଲେ, ଯେଉଁଠାରେ ସେ କେବଳ ସଲମାନ ଖାନଙ୍କ ସହ ମଜା କରି ନଥିଲେ, ବରଂ ବବି ଦେଓଲଙ୍କ ଏପରି ଏକ ରହସ୍ୟର ମଧ୍ୟ ଖୁଲାସା କରିଥିଲେ ଯାହାକୁ କେହି ଜାଣି ନଥିଲେ।

ବିଗ୍ ବସ୍ ୧୫ ରେ ବର୍ଷର ପ୍ରଥମ ଦିନରେ ବଲିଉଡର ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା। ଧର୍ମେନ୍ଦ୍ର ସଲମାନ ଖାନଙ୍କ ସହ ବହୁତ ମଜା କରିଥିଲେ। ଏହି ଏପିସୋଡ୍‌ରେ ଦେଖାଯାଇଥିଲା ଯେ ଧର୍ମେନ୍ଦ୍ର ଏବଂ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଦର୍ଶକଙ୍କୁ ମଜା କରେଇବାର। ଉଭୟ ସମସତଙ୍କର ଖୁବ ମନୋରଂଜନ କରିଥିଲେ।

Advertisment

ଭାରତୀ ସିଂ କୁହନ୍ତି ଯେ , “ସଲମାନ ଭାଇଙ୍କର ଜନ୍ମଦିନ ଥିଲା, ସେ କେକ୍ କାଟିଥିଲେ, ତା’ପରେ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଘର ଭିତରେ ଥିବା ପ୍ରତିଯୋଗୀମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ ମଝିରେ ଧର୍ମେନ୍ଦ୍ର ଥଟ୍ଟା କରି କହିଥିଲେ ଯେ ସେ ସାପ ନଥିଲା ସେ ସର୍ପିଣୀ ହୋଇଥିବ।” ଏହା ଶୁଣି ସମସ୍ତେ ହସିବାକୁ ଲାଗିଲେ।

ସଲମାନ ଖାନଙ୍କ ବିଶେଷ ଅନୁରୋଧ କ୍ରମେ ଧର୍ମେନ୍ଦ୍ର ତାଙ୍କ ସୁପରହିଟ୍ ଫିଲ୍ମ 'ଶୋଲେ'ର ଟ୍ୟାଙ୍କି ଉପର ଦୃଶ୍ୟକୁ ରିକ୍ରିଏଟ୍ କରିଥିଲେ। ବିଗ୍ ବସ୍ ପ୍ରତିଯୋଗୀ ପ୍ରତୀକ ସହଜପାଲ ଏବଂ ଉମର ରିଆଜ୍ ଫିଲ୍ମ 'ଶୋଲେ'ର ଚରିତ୍ର ଜୟ ଏବଂ ଭୀରୁ ଭାବରେ ଅଭିନୟ କରନ୍ତି। ଏହି ସମୟରେ ଧର୍ମେନ୍ଦ୍ର ଫିଲ୍ମ ସହ ଜଡିତ କିଛି କଥା ସେୟାର କରିଥିଲେ।

ଧର୍ମେନ୍ଦ୍ର କହିଥିଲେ ଯେ “ଏକ ଚଳଚ୍ଚିତ୍ରରେ ମୋର ପିଲାଦିନର ଭୂମିକାର ସୁଟିଂ କରିବା ପାଇଁ ଏକ ପିଲା ଦରକାର ଥିଲା। ମୁଁ ବବି ଦେଓଲଙ୍କୁ ମନେଇଥିଲି କାରଣ ସେ ସେତେବେଳେ ଛୋଟ ଥିଲା। ବବି ଦେଓଲ ପାଇଁ ଏକ ପୋଷାକ ସିଲେଇ କରାଯାଇଥିଲା। କିନ୍ତୁ ସେ ବିନା ଚଢିରେ ସେ ଡ୍ରେସ୍‌ ପିନ୍ଧି ଆସିଗଲା।”

ଦେଖିବାକୁ ଗଲେ ଏଠାରେ ଭାରତୀ ସିଂ ପ୍ରତୀକ-ଉମରଙ୍କ ପୋଷାକ ଦେଖି ତାଙ୍କୁ ପରିହାସ କରାଯାଉଥିଲା। ତେବେ ଧର୍ମେନ୍ଦ୍ର ତ ଏହି ଚଳଚ୍ଚିତ୍ରର ନାମ ପ୍ରକାଶ କରି ନଥିଲେ, କିନ୍ତୁ ୧୯୭୭ ମସିହାର ଚଳଚ୍ଚିତ୍ର 'ଧର୍ମ ବୀର'ରେ ବବି ପିଲା ଦିନର ଧର୍ମେନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିଲେ।

Bollywood
Advertisment
Advertisment