Advertisment

ମାତାଲ୍‌ ହୋଇ ରାସ୍ତାରେ ବୁଲୁଥିଲେ ସନ୍ନି ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲ ନିଶାଶକ୍ତ ଅବସ୍ଥାରେ ମୁମ୍ବାଇ ରାଜରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେ ମଦ୍ୟପାନ କରି ରାସ୍ତା ପାର ହେଉଥିବାବେଳେ ଜଣେ ଅଟୋ ଚାଳକ ସନ୍ନିଙ୍କୁ ସମ୍ଭାଳିବା ସହ ତାଙ୍କୁ ଅଟୋରେ ବସାଇଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Sunny Deol

Sunny Deol

ପୁଣି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ସନ୍ନି ଦେଓଲ। ଏଥର କିନ୍ତୁ ତାଙ୍କ ଫିଲ୍ମ ପାଇଁ ନୁହେଁ ବରଂ ଏକ ଭିଡିଓ ପାଇଁ ଏବେ ଚର୍ଚ୍ଚାରେ । ନିକଟରେ ସନ୍ନି ଦେଓଲଙ୍କ ଅଭିନୀତ ’ଗବ୍ଦର-୨’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମ ପାଇଁ ବେଶ୍‌ ଚର୍ଚ୍ଚାରେ ଥିଲେ ସେ। କିନ୍ତୁ ଏବେ ସୋସିଆଲ ମିଡିଆରେ ସନ୍ନିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ନିଶାଶକ୍ତ ଅବସ୍ଥାରେ ମୁମ୍ବାଇ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

Advertisment

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସନ୍ନି ଦେଓଲ ନିଶାଶକ୍ତ ଅବସ୍ଥାରେ ମୁମ୍ବାଇ ରାଜରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ସେ ମଦ୍ୟପାନ କରି ରାସ୍ତା ପାର ହେଉଥିବାବେଳେ ଜଣେ ଅଟୋ ଚାଳକ ସନ୍ନିଙ୍କୁ ସମ୍ଭାଳିବା ସହ ତାଙ୍କୁ ଅଟୋରେ ବସାଇଥିଲେ। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତେବେ ଆଉ କିଛି ଖବର ଅନୁସାରେ, ଭାଇରାଲ ହେଉଥିବା ଏହି ଭିଡିଓ ହେଉଛି ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ରର ଏକ କ୍ଲିପ୍‌।

Advertisment

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ସନ୍ନି ଦେଓଲ। ସେ ଆଉ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସେୟାର କରିଛନ୍ତି। ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି ସନ୍ନି ପ୍ରକୃତରେ ମଦ୍ୟପାନ କରି ରାସ୍ତାରେ ବୁଲୁନାହାନ୍ତି ବରଂ ସେ ତାଙ୍କ ଆଗାମୀ ଫିଲ୍ମ ‘ସଫର’ର ସୁଟିଂ କରୁଛନ୍ତି। ତେଣୁ ସେ ମଦ୍ୟପାନ ନୁହେଁ ବରଂ ଅଭିନୟ କରୁଥିଲେ। ଏଥିସହ ସନ୍ନି ସେୟାର କରିଥିବା ଭିଡିଓରେ ତାଙ୍କ ସହ ଫିଲ୍ମ କ୍ରୁ ମେମ୍ବର ରହିଥିବା ଦେଖିବାକୁ ମିଳୁଛି।

India Mumbai Sunny Deol
Advertisment
Advertisment