Advertisment

ପ୍ରଥମ ଥର ଏକାଠି ସାମ୍ନାକୁ ଆସିଲେ ସନି ଦେଓଲଙ୍କ ପୁଅ-ବୋହୂ

ସନି ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ଖବର ସାମ୍ନାକୁ ଆସିବା ପରଠାରୁ ପ୍ରଶଂସକମାନେ ସନି ଦେଓଲଙ୍କ ବୋହୂଙ୍କୁ ଦେଖିବା ନେଇ ଉତ୍ସାହିତ ହୋଇ ପଡିଛନ୍ତି। ସୋସିଆଲ୍ ମିଡିଆରେ ଏବେ ଦୁହେଁ ଏକାଠି ନଜର ଆସିଛନ୍ତି। ଦେଖନ୍ତୁ ଏହି ଭାଇରାଲ୍‌ ଭିଡିଓ।

author-image
Pramod Behera
ଅଦ୍ୟତନ ହୋଇଛି
Sunny Deol Son Karan Deol Fiance Drisha Acharya

Sunny Deol son karan deol first appearance with fiance Drisha Acharya

ଆଜିକାଲି ସନି ଦେଓଲଙ୍କ ପୁଅ କରଣ ଦେଓଲ ବହୁତ ଖୁସି ଅଛନ୍ତି। କରଣ ଖୁବ୍ ଶୀଘ୍ର ତାଙ୍କର ଦୀର୍ଘ ସମୟର ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୁଇ ମାସ ପୂର୍ବେ କରଣ ଏବଂ ଦ୍ରିଶାଙ୍କ ଗୁପ୍ତରେ ନିର୍ବନ୍ଧ ହୋଇଯାଇଛି।

Advertisment

ଏହି ଖବର ସାମ୍ନାକୁ ଆସିବା ପର ଠାରୁ ପ୍ରଶଂସକମାନେ ସନି ଦେଓଲଙ୍କ ବୋହୂଙ୍କୁ ଦେଖିବା ନେଇ ଉତ୍ସାହିତ ହୋଇ ପଡିଛନ୍ତି। ପୂର୍ବରୁ ଏହି ଯୋଡି କେବେବି ଏକାଠି ନଜର ଆସିନାହାଁନ୍ତି। କିନ୍ତୁ ନିକଟରେ କରଣ ଦେଓଲଙ୍କୁ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କ ସହ ଦେଖିବାକୁ ମିଳିଛି। ଭିଡିଓ ଦେଖି ପ୍ରଶଂସକମାନେ ସନି ଦେଓଲଙ୍କ ବୋହୂଙ୍କୁ ଖୁବ ପ୍ରଶଂସା କରୁଥିବା ଦେଖାଯାଏ।

ଅଧିକ ପଢ଼ନ୍ତୁ: ଏହିଦିନ ବାହାହେବେ ସନି ଦେଓଲଙ୍କ ପୁଅ; ଜାଣନ୍ତୁ କିଏ ହେବେ ବୋହୂ

ଭିଡିଓରେ ଏହି ଯୋଡି କାଜୁଆଲ୍ ଲୁକ୍‌ରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ କାର୍‌ରୁ ଓହ୍ଲାଉଥିବାର ନଜର ଆସନ୍ତି। ଦୁହେଁ ବାହାରକୁ ଆସିବା ମାତ୍ରେ ପାପାରାଜି କରଣ ଏବଂ ଦ୍ରିଶାଙ୍କୁ ସ୍ୱାଗତ କରୁଛନ୍ତି। ଏହାପରେ ସେମାନେ ମଧ୍ୟ ପାପାରାଜିଙ୍କ ପାଇଁ ଜୋରଦାର ପୋଜ୍ ଦେଉଥିବା ଦେଖାଯାଏ।

Advertisment

ଏହି ଭିଡିଓ ଶେୟାର କରି ପାପାରାଜି ଲେଖିଛନ୍ତି, “ବଲିଉଡ୍‌ରେ ଡେବ୍ୟୁ କରିଥିବା ସନି ଦେଓଲଙ୍କ ପୁଅ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ପ୍ରେମିକାଙ୍କ ସହ ବାନ୍ଦ୍ରା ରେଷ୍ଟୁରାଣ୍ଟରେ ନଜର ଆସିଥିଲେ।” ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଏହି ଯୋଡିଙ୍କ ଉପରେ ପ୍ରେମ ବର୍ଷା କରିବା ସହ ସେମାନଙ୍କର ସରଳତାକୁ ଖୁବ୍ ପସନ୍ଦ କରିଛନ୍ତି।

କରଣ ଏବଂ ଦ୍ରିଶାଙ୍କ ବିବାହକୁ ନେଇ ଦେଓଲ ପରିବାରରେ ଜୋରରେ ପ୍ରସ୍ତୁତି ଚାଲିଛି। ଜୁନ୍ ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ବିବାହ କାର୍ଯ୍ୟ ମୁମ୍ବାଇରେ ଅନୁଷ୍ଠିତ ହେବ। ଗତ ବର୍ଷ ଧରି ଦ୍ରିଶା ଏବଂ କରଣ ପରସ୍ପରକୁ ଡେଟ୍‌ କରୁଛନ୍ତି। ଦ୍ରିଶା ଟ୍ରାଭେଲ୍ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଏବଂ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବିମଲ ରୟଙ୍କ ନାତୁଣୀ।

କରଣ ଦେଓଲ ‘ୟମଲା ପଗଲା ଦିୱାନା ୨’, ‘ପଲ୍‌ ପଲ୍‌ ଦିଲ କେ୍‌ ପାସ’ ଏବଂ ‘ବେଲେ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତେବେ ସେ ଏପର୍ଯ୍ୟନ୍ତ ବଲିଉଡ୍‌ରେ କୌଣସି ହିଟ୍ ଫିଲ୍ମ ଦେଇପାରି ନାହାଁନ୍ତି।

Bollywood Sunny Deol Karan Deol
Advertisment
Advertisment