Advertisment

ଏହିଦିନ ବାହାହେବେ ସନି ଦେଓଲଙ୍କ ପୁଅ; ଜାଣନ୍ତୁ କିଏ ହେବେ ବୋହୂ

ନିକଟରେ ସନି ଦେଓଲଙ୍କ ପୁଅ ଗୁପ୍ତରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଏନ୍‌ଗେଜ୍‌ମେଣ୍ଟ୍ କରିନେଇଛନ୍ତି। ନିକଟରେ ସେ ବିବାହ ବନ୍ଧନରେ ଛନ୍ଦିହେବେ। ଜାଣନ୍ତୁ ସନି କେବେ ଆଉ କାହାକୁ ବୋହୂ କରି ଘରକୁ ଆଣିବେ।

author-image
Pramod Behera
Sunny deol son karan deol wedding date revealed

Sunny deol son karan deol wedding date revealed

ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ନାତି ତଥା ସନି ଦେଓଲଙ୍କ ପୁଅ କରଣ ଦେଓଲ ଆଜିକାଲି ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ଖବରରୁ ଜଣାପଡିଛି ଯେ ସେ ଗୁପ୍ତରେ ତାଙ୍କ ଗର୍ଲଫ୍ରେଣ୍ଡ ଦ୍ରିଶା ଆଚାର୍ଯ୍ୟଙ୍କ ସହ ଏନ୍‌ଗେଜ୍‌ମେଣ୍ଟ୍ କରିନେଇଛନ୍ତି ଏବଂ ଜୁନ୍ ମାସରେ ବିବାହ ବନ୍ଧନରେ ଛନ୍ଦିହେବେ।

Advertisment

ଏହି ଖବର ପରେ ପ୍ରଶଂସକମାନେ ସେମାନଙ୍କ ବିବାହ ସମ୍ବନ୍ଧୀୟ ସୂଚନା ପାଇବାକୁ ଉତ୍ସାହିତ ହୋଇପଡିଥିଲେ। ଏବେ କରଣଙ୍କ ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ସନି ଦେଓଲ କେବେ ତାଙ୍କ ଘରକୁ ନୂଆ ବୋହୂଙ୍କୁ ଆଣିବେ।

ଦେଓଲ ପରିବାର ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ସାର୍ବଜନୀନ କରିବାକୁ ପସନ୍ଦ କରନ୍ତି ନାହିଁ, ଏହି କାରଣରୁ ସେମାନେ ସେମାନଙ୍କର ପାରିବାରିକ କାର୍ଯ୍ୟକୁ ମଧ୍ୟ ବ୍ୟକ୍ତିଗତ ଢଙ୍ଗରେ ପରିଚାଳନା କରନ୍ତି। କରଣଙ୍କ ଏନ୍‌ଗେଜ୍‌ମେଣ୍ଟ୍ କେବଳ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିଲା ଏବଂ ବର୍ତ୍ତମାନ ଦେଓଲ ପରିବାର ବିବାହ ପାଇଁ ଯୋଜନା କରୁଛନ୍ତି।

Advertisment

ବିବାହ ତାରିଖ ଏବଂ ରୀତିନୀତି ସମ୍ପର୍କରେ ଦେଓଲ ପରିବାର ପକ୍ଷରୁ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ, କିନ୍ତୁ ବିଶେଷ ସୂଚନାରୁ ଜଣାଯାଇଛି ଯେ ଦ୍ରିଶା ଏବଂ କରଣଙ୍କ ବିବାହ ରୀତି ଜୁନ୍ ୧୬ ରୁ ଆରମ୍ଭ ହେବ ଏବଂ ଜୁନ୍ ୧୮ରେ ଜଳିବ ବୈବାହିକ ହୋମ।

କୁହାଯାଉଛି ଯେ ଏହା ଏକ ବ୍ୟକ୍ତିଗତ ବିବାହ ଉତ୍ସବ ହେବ, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ସାମିଲ ହେବେ। କରଣ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଦ୍ରିଶାଙ୍କ ସହ ମୁମ୍ବାଇରେ ବାହା ହେବେ। ଦୁହେଁ ଗତ ୬ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ବର୍ତ୍ତମାନ ଖୁବ୍ ଶୀଘ୍ର ଉଭୟ ପରସ୍ପରକୁ ସାତ ଜନ୍ମ ପାଇଁ ନିଜର କରିବେ।

ପ୍ରକାଶଥାଉ ଏ କରଣ ୨୦୧୯ ମସିହାରେ ହିନ୍ଦୀ ସିନେମା 'ପଲ୍‌ ପଲ୍‌ ଦିଲ୍‌ କେ ପାସ' ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରଟି ନିଜେ ସନି ଦେଓଲ ନିର୍ଦ୍ଦେଶନା ଦେଇଥିଲେ। ତେବେ ଏହି ଚଳଚ୍ଚିତ୍ରଟି ବିଶେଷ କିଛି କରିପାରିଲା ନାହିଁ।

Bollywood Sunny Deol Karan Deol
Advertisment
Advertisment