Advertisment

‘ଜେଲର୍‌’, ‘OMG 2’ ସହ ଟକ୍କର ଦେଉଛି ‘ଗଦର ୨’; ଆଗରେ ସନୀ ଦେଓଲ

‘ଗଦର ୨’ର ଦୁଇ ଦିନର ରୋଜଗାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଏହା ରଜନୀକାନ୍ତଙ୍କ ଜେଲର୍‌ ଓ ଅକ୍ଷୟ କୁମାରଙ୍କ OMG 2 ସହିତ ଟକ୍କର ଦେଉଛି। ସନୀ ଦେଓଲଙ୍କ ଜଲ୍‌ୱା ଦେଖିବାକୁ ମିଳୁଛି।

author-image
Pramod Behera
At box office sunny deol film mints 43.08 crores on day 2

At box office sunny deol film mints 43.08 crores on day 2

୨୦୦୧ର ସୁପର୍‌ହିଟ୍ ଫିଲ୍ମ ‘ଗଦର’ର ସିକ୍ୱେଲ ‘ଗଦର ୨’ ମଧ୍ୟ ହଇଚଇ ସୃଷ୍ଟି କରୁଛି। ଏହାର ପ୍ରମୋଶନ ଯେମିତି ଚମତ୍କାର ଥିଲା, ରୋଜଗାର ମଧ୍ୟ ସେମିତି ଚମତ୍କାର କରୁଛି। ସନୀ ଦେଓଲ୍ ଏବଂ ଅମିଷା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ମାତ୍ର ଦୁଇ ଦିନରେ ୮୦ କୋଟିରୁ ଅଧିକ ରୋଜଗାର କରି ପ୍ରଶଂସକଙ୍କ ହୃଦୟ ଜିତିଛି। ଏହି ରୋଜଗାରକୁ ଦେଖି ଆକଳନ କରାଯାଇପାରେ ଯେ ତୃତୀୟ ଦିନରେ ମଧ୍ୟ ଫିଲ୍ମର ଆୟ ଅତୁଳନୀୟ ହେବ।

Advertisment

‘ଗଦର ୨’ ପ୍ରଥମ ଦିନରେ ରେକର୍ଡ ଭାଙ୍ଗିବା ପରେ ଫିଲ୍ମ ରିଲିଜ ହେବାର ଦ୍ୱିତୀୟ ଦିନରେ ୪୩.୦୮ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମ ପ୍ରଥମ ଦିନରେ ୪୦.୧୦ କୋଟି ଟଙ୍କା ରୋଜଗର କରିଥିଲା। ଦୁଇ ଦିନ ମଧ୍ୟରେ ମୋଟ୍ ୮୩.୧୮ କୋଟି ଟଙ୍କା ନେଟ ହାସଲ କରି ୨୦୨୩ରେ ‘ଗଦର ୨’ ଦ୍ରୁତ ଗତିରେ ୧୦୦ କୋଟି କ୍ଲବ ଆଡକୁ ଆଗେଇ ଚାଲିଛି।

ବକ୍ସ ଅଫିସ୍ ଟ୍ରାକର୍ ସଚନିକ୍‌ଙ୍କ ଅନୁଯାୟୀ ‘ଗଦର ୨’ ର ତୃତୀୟ ଦିନରେ ମଧ୍ୟ ୪୮କୋଟି ରୋଜଗାର କରିପାରିବ, ଯାହା ଫିଲ୍ମର ମୋଟ ଆୟ ୧୩୧.୧୮ କୋଟି ହେବ। ୨୦୨୩ର ଏହା ରେକର୍ଡ ସେଟିଂ ରୋଜଗାର ହେବ।

Advertisment

ନିର୍ଦ୍ଦେଶକ-ନିର୍ମାତା ଅନିଲ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଜି ଷ୍ଟୁଡିଓ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସୁପରଷ୍ଟାର ସନୀ ଦେଓଲ ଏବଂ ଅମିଶା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ୧୧ ଅଗଷ୍ଟରୁ ପ୍ରେକ୍ଷାଳୟରେ ହଙ୍ଗାମା ସୃଷ୍ଟି କରୁଛି।

ଜେଲର:

ବକ୍ସ ଅଫିସ୍ ଟ୍ରାକରର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ରଜନୀକାନ୍ତଙ୍କ ‘ଜେଲର’ ତୃତୀୟ ଦିନରେ ୩୫ କୋଟି ରୋଜଗାର କରିଛନ୍ତି, ଏହା ପରେ ଫିଲ୍ମର ସଂଗ୍ରହ ୧୦୯.୧୦ କୋଟିକୁ ବୃଦ୍ଧି ପାଇଛି। ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ପ୍ରଥମ ଦିନରେ ୪୮.୩୫ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ମାତ୍ର ୨୫ କୋଟି ରୋଜଗାର କରିଥିଲା। ଏହି ଫିଲ୍ମ ଭାରତରେ ୧୦୦ କୋଟିର କ୍ଲବରେ ଯୋଗଦେଇଥିବା ବେଳେ ସାରା ବିଶ୍ୱରେ ୧୫୦ କୋଟିର କ୍ଲବରେ ଯୋଗଦେବାକୁ ପ୍ରସ୍ତୁତ ହେଉଛି।

OMG 2:

ସେହିପରି OMG 2 ପ୍ରଥମ ଦିନରେ ମାତ୍ର ୧୦.୨୬ କୋଟି ରୋଜଗାର କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ଦ୍ୱିତୀୟ ଦିନରେ ୧୪.୫ କୋଟି ରୋଜଗାର କରିଛି। ଏହାର ମୋଟ ରୋଜଗାର ୨୪.୭୬ କୋଟିରେ ପହଞ୍ଚିଛି।

Bollywood Akshay Kumar Sunny Leone Rajnikanth Gadar-2 OMG
Advertisment
Advertisment