/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692354390.jpg)
ପଛରେ ପଡିଲେ ୩ ଖାନ୍; ସନିଙ୍କୁ ଛୁଇଁବାକୁ ବର୍ଷ ବର୍ଷ ଲାଗିବ
ସନି ଦେଓଲଙ୍କ 'ଗଦର ୨' ରିଲିଜ ହେବା ଦିନଠାରୁ ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରିଚାଲିଛି। ଏହି କ୍ଷେତ୍ରରେ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଅନେକ ଚଳଚ୍ଚିତ୍ରକୁ ପଛରେ ପକେଇଦେଇଛି 'ଗଦର ୨'। ସବୁଆଡେ ଏବେ କେବଳ 'ଗଦର ୨'ର ଚର୍ଚ୍ଚା।
ରିଲିଜ୍ ହେବାର ୬ ଦିନରେ ସନି ଦେଓଲଙ୍କ ଫିଲ୍ମ 'ଗଦର ୨' ବକ୍ସ ଅଫିସ୍ ଆୟରେ ଏକ ବଡ ରେକର୍ଡ ସୃଷ୍ଟି କରିଛି, ଯାହା 'ସୁଲତାନ୍', 'ପଠାନ୍' ଏବଂ 'ଡଙ୍ଗଲ' ଭଳି ଫିଲ୍ମକୁ ପଛରେ ପକେଇଦେଇଛି। ଏହି ରେକର୍ଡ ଭାଙ୍ଗିବାକୁ ଶାହରୁଖ ଖାନ, ଆମୀର ଖାନ ଏବଂ ସଲମାନ ଖାନଙ୍କୁ ବର୍ଷ ବର୍ଷ ଲାଗିପାରେ। ତେବେ ଆସନ୍ତୁ ଜାଣିବା ସେହି ରେକର୍ଡ କ’ଣ?
ରିଲିଜ୍ର ପ୍ରଥମ ଦିନରେ ୪୦.୧୦ କୋଟି ସହିତ 'ଗଦର ୨' ର ଆକାଉଣ୍ଟ ଖୋଲା ଯାଇଥିଲା। ଯଦିଓ ଆଶା କରାଯାଉଥିଲା ଯେ ଏହି ଫିଲ୍ମ ପ୍ରଥମ ଦିନରେ ସର୍ବାଧିକ ୩୦ ରୁ ୩୫ କୋଟି ରୋଜଗାର କରିପାରିବ, କିନ୍ତୁ ଚଳଚ୍ଚିତ୍ରର ପ୍ରଥମ ଦିନର ଆୟ ଦେଖି ନିର୍ମାତାମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମ ଦିନରୁ 'ଗଦର ୨' ବକ୍ସ ଅଫିସରେ ନିଜର ଦୃଢତା ବଜାୟ ରଖିଛି।
ଅଧିକ ପଢ଼ନ୍ତୁ: ଫିଲ୍ମ ‘ଗଦର-୨’ରେ କାମ କରି ଚର୍ଚ୍ଚାରେ ଓଡ଼ିଆ ପୁଅ ବରୁଣ
ଏକ ରିପୋର୍ଟ ଅନୁଯାୟୀ, 'ଗଦର ୨' ଷଷ୍ଠ ଦିନରେ ମଧ୍ୟ ବକ୍ସ ଅଫିସରେ ୩୦ କୋଟିରୁ ଅଧିକ ଆୟ କରିଛି। ଏଭଳି ରେକର୍ଡ ସୃଷ୍ଟି କରିଥିବାରେ 'ଗଦର ୨' ହେଉଛି ବଲିଉଡର ପ୍ରଥମ ଫିଲ୍ମ। ଯଦି ଆପଣ ଏହି ଆକଳନକୁ ଦେଖନ୍ତି, ତେବେ ଫିଲ୍ମ ୧୧ ଅଗଷ୍ଟରେ ୪୦.୧୦ କୋଟି, ୧୨ ଅଗଷ୍ଟରେ ୪୩.୦୮ କୋଟି, ୧୩ ଅଗଷ୍ଟରେ ୫୧.୭୦ କୋଟି, ୧୪ ଅଗଷ୍ଟରେ ୩୮.୭ କୋଟି, ୧୫ ଅଗଷ୍ଟରେ ୫୫.୫ କୋଟି ଏବଂ ଷଷ୍ଠ ଦିନ ବା ୧୬ ଅଗଷ୍ଟରେ ୩୨.୩୭ କୋଟି ରୋଜଗାର କରିଛି। ପ୍ରତିଦିନ ଏହି ଫିଲ୍ମ ୩୦ କୋଟିରୁ ଅଧିକ ରୋଜଗାର କରୁଛି।
'ଗଦର ୨' ପୂର୍ବରୁ ଶାହାରୁଖ ଖାନଙ୍କ 'ପଠାନ' ଏବଂ ସଲମାନ ଖାନଙ୍କ 'ସୁଲତାନ' ପଞ୍ଚମ ଦିନ ପର୍ଯ୍ୟନ୍ତ ୩୦ କୋଟିରୁ ଅଧିକ ରୋଜଗାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଷଷ୍ଠ ଦିନରେ ଏହି ଦୁଇଟି ଫିଲ୍ମର ଆୟ ୩୦ କୋଟିରୁ ତଳକୁ ଖସି ଆସିଥିଲା। ଏପରିକି ଅମୀର ଖାନଙ୍କ 'ଦଙ୍ଗଲ'ର ରୋଜଗାର ଚତୁର୍ଥ ଦିନରେ ୩୦ କୋଟିରୁ କମ୍ ହୋଇଯାଇଥିଲା। ତେବେ 'ପଠାନ', 'ସୁଲତାନ' ଏବଂ 'ଦଙ୍ଗଲ' ଅଲ୍ଟାଇମ୍ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା।
ଅଧିକ ପଢ଼ନ୍ତୁ: ଥମୁନି 'ଗଦର ୨'ର ଜଲ୍ୱା; ରଜନୀକାନ୍ତଙ୍କୁ ପଛରେ ପକାଇ ସନୀ ଦେଓଲ ଆଗରେ
ତେବେ ସନି ଦେଓଲଙ୍କ ଫିଲ୍ମ 'ଗଦର ୨' ରିଲିଜ ହେବାର ଏକ ସପ୍ତାହ ପୂରଣ କରିଛି। ଏହି ଫିଲ୍ମ ସପ୍ତମ ଦିନରେ ୨୩.୨୮ କୋଟି ଟଙ୍କା ରୋଜଗାର କରିଛି। ଏଥିରେ ଅମିଶା ପଟେଲ, ଗୌରବ ଚୋପ୍ରା, ସିମରତ କୌର ଏବଂ ଉତ୍କର୍ଷଙ୍କ ଭଳି ତାରକା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏଥି ସହିତ ମନୀଷ ବାଧୱା ଭିଲେନ ହୋଇ ଦର୍ଶକଙ୍କ କରତାଳି ଲୁଟିଛନ୍ତି। 'ଗଦର ୨'ର ନିର୍ଦ୍ଦେଶକ ହେଉଛନ୍ତି ଅନିଲ ଶର୍ମା। ସେ ୨୨ ବର୍ଷ ପୂର୍ବେ 'ଗଦର: ଏକ୍ ପ୍ରେମ୍ କଥା'ର ନିର୍ଦ୍ଦେଶନା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)