Advertisment

ରୂପର ରାଣୀ ଶ୍ରୀଦେବୀଙ୍କ ସୌନ୍ଦର୍ଯ୍ୟର ଉପମା ନାହିଁ

ଶ୍ରୀଦେବୀଙ୍କ ଫଟୋ ହିଁ ପ୍ରମାଣ କରେ, ସେ ଥିଲେ ରୂପର ରାଣୀ। ତାଙ୍କ ଚେହେରାର ଚମକ ସମସ୍ତଙ୍କୁ ପାଗଳ କରୁଥିଲା। ତାଙ୍କର ଏହି ୫ଟି ଫଟୋ ଦେଖିଲେ ଆପଣ ବି କହିବେ ସେ ହିଁ ଥିଲେ ସୌନ୍ଦର୍ଯ୍ୟର ରାଜକୁମାରୀ।

author-image
Pramod Behera
ଅଦ୍ୟତନ ହୋଇଛି
5 most beautiful pictures of iconic beauty Sridevi

5 most beautiful pictures of iconic beauty Sridevi

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଅନ୍ୟତମ ଚମକ ଅଭିନେତ୍ରୀ ଶ୍ରୀଦେବୀଙ୍କ ସୌନ୍ଦର୍ଯ୍ୟକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଯଦିଓ ଶ୍ରୀଦେବୀ ଆଜି ଆମ ସହିତ ନାହାଁନ୍ତି, କିନ୍ତୁ ଚଳଚ୍ଚିତ୍ରରେ ନିଜର ଦୃଢ ପ୍ରଦର୍ଶନ ଓ ଚମତ୍କାର ଯୋଗୁଁ ସେ ଆଜି ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଜୀବନ୍ତ ହୋଇ ରହିଛନ୍ତି। ଆମେ ସମସ୍ତେ ଜାଣୁ ଯେ ଶ୍ରୀଦେବୀ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଫ୍ୟାଶନିଷ୍ଟ ମଧ୍ୟ ଥିଲେ। ତାଙ୍କର ଏମିତି ଅନେକ ସୁନ୍ଦର ଫଟୋ ଅଛି ଯାହା ତାଙ୍କ ସୌନ୍ଦର୍ଯ୍ୟର ପ୍ରମାଣ ଦିଏ। ତେବେ ଆସନ୍ତୁ ବଲିଉଡର ଏହି ସୁନ୍ଦରୀଙ୍କ ୫ଟି ଫଟୋ ଉପରେ ନଜର ପକେଇ ନେବା।

Advertisment

ଶ୍ରୀଦେବୀଙ୍କୁ କେବଳ ଯେ ରୂପର ରାଣୀ କୁହାଯାଉ ଥିଲା ତାହା ନୁହେଁ। ଯଦିଓ ଶ୍ରୀଦେବୀ ତାଙ୍କର ପ୍ରତ୍ୟେକ ଚେହେରାରେ ହଇଚଇ ସୃଷ୍ଟି କରୁଥିଲେ, କିନ୍ତୁ ତାଙ୍କର ଶାଢୀ ପିନ୍ଧା ଚେହେରା ସବୁଠାରୁ ଭିନ୍ନ ଏବଂ ସୁନ୍ଦର ଥିଲା। ଶ୍ରୀଦେବୀଙ୍କ ଏହି ଫଟକୁ ନଜର ପକାନ୍ତି। କଳା ଓ ବ୍ଲୁ ରେଶମ ଶାଢୀରେ ଏହି ହାୱାଇ ଗାର୍ଲ କେତେ ସୁନ୍ଦର ଲାଗୁଛନ୍ତି। ସେ ତାଙ୍କର ଏହି ଲୁକ୍‌କୁ ସୁନ୍ଦର କାନର ଓ ଏକ ସୁବର୍ଣ୍ଣ ହାରରେ ସଜେଇଛନ୍ତି। ମଥାରେ ଏକ ଛୋଟ ବିନ୍ଦି ଓ ଚୁଟିର ଖୋସା ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରୁଛି।

Advertisment

ଶ୍ରୀଦେବୀଙ୍କ ଏହି ଫଟୋ ଦେଖି କେବଳ ଦୁଇଟି ଶବ୍ଦ ମନକୁ ଆସେ, ତାହା ହେଲା ରୟାଲ ଓ ଗ୍ଲାମରସ୍। ଏହି ଫଟୋରେ, ଶ୍ରୀଦେବୀ ଚଟାଣକୁ ଛୁଉଁଥିବା ଲମ୍ବା ଭିଣ୍ଟେଜ୍ ଏମ୍ବ୍ରୋଏଡର୍ଡ ଭେଲ୍‌ଭେଟ୍‌ ଜ୍ୟାକେଟ୍ ସହିତ ଏକ ଫ୍ଲୋଇ ବ୍ଲାକ୍ ଗାଉନ୍ ପିନ୍ଧିଥିବାର ନଜର ଆସନ୍ତି। ତାଙ୍କ ଲାଲ୍ ଓଠ ଓ ତରଙ୍ଗୀ କେଶ ତାଙ୍କୁ ଆହୁରି ସୁନ୍ଦରୀ କରିଦିଏ।

କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀ ବଲିଉଡ୍‌ର ପ୍ରଥମ ଲେଡି ସୁପରଷ୍ଟାର ଥିଲେ। ଜଣେ ଚମତ୍କାର ଅଭିନେତ୍ରୀ ହେବା ବ୍ୟତୀତ ଶ୍ରୀଦେବୀ ମଧ୍ୟ ଜଣେ ଟ୍ରେଣ୍ଡସେଟର୍ ଥିଲେ। ତେବେ ଶ୍ରୀଦେବୀଙ୍କର ଏହି ଫଟୋ ଉପରେ ଥରେ ନଜର ପକାନ୍ତୁ। ସୌନ୍ଦର୍ଯ୍ୟ, ଆତ୍ମବିଶ୍ୱାସ ଓ ଚମକତା ଏହି ଫଟୋରେ ସ୍ପଷ୍ଟ ଦେଖାଯାଏ। କଳା ଓ ସୁନେଲି ଲେହେଙ୍ଗାରେ ତାଙ୍କର ନିଖୁଣ ସୌନ୍ଦର୍ଯ୍ୟ ଉପରୁ ଆଖି ସହଜେ ଫେରେ ନାହିଁ।

ପାଶ୍ଚାତ୍ୟ ଚେହେରା ହେଉ ବା ପାରମ୍ପାରିକ୍, ଶ୍ରୀଦେବୀ ତାଙ୍କର ପ୍ରତ୍ୟେକ ଚେହେରାରେ ସୁନ୍ଦର ଦେଖାଯାଉଥିଲେ। ଯଦି ଆପଣ ଶ୍ରୀଦେବୀଙ୍କ ଏହି ସୁନ୍ଦର ଫଟୋକୁ ଦେଖନ୍ତି, ତେବେ ତାଙ୍କୁ ଏହି କ୍ଲାସିକ୍ ସୁନ୍ଦରୀ ଭାବେ ଦେଖି ଲାଗେ ସତେ ଯେପରି ସ୍ୱର୍ଗର ଅପସାରା ମାଟିକୁ ଓହ୍ଲାଇ ଆସିଛନ୍ତି।

ଏହା କହିବା ବି ଭୁଲ ହେବ ନାହିଁ ଯେ ଶ୍ରୀଦେବୀ ପ୍ରକୃତରେ ଥିଲେ ଜଣେ ମନ ଚୋରଣୀ। ମନୀଷ ମଲହୋତ୍ରାଙ୍କ ଏହି ଚମତ୍କାର ସୁସଜ୍ଜିତ ଗାଉନ୍ କେବଳ ତାଙ୍କ ପାଇଁ ତିଆରି କରାଯାଇଥିଲା। ସେ ଯାହା ହେଉନା କାହିଁକି, ଶ୍ରୀଦେବୀ ନିଜ ସୌନ୍ଦର୍ଯ୍ୟ ଓ ଷ୍ଟାଇଲ୍ ଷ୍ଟେଟ୍‌ମେଣ୍ଟରେ ସମସ୍ତଙ୍କୁ ପାଗଳ କରିଦେଉଥିଲେ।

Bollywood
Advertisment
Advertisment