Advertisment

Game Changer: 'ପୁଷ୍ପା ୨' ପରେ ଏବେ 'ଗେମ୍ ଚେଞ୍ଜର୍‌' ପାଳି; ରିଲିଜ୍ ପୂର୍ବରୁ କଲାଣି ଧୂଆଁଧାର ରୋଜଗାର

'ପୁଷ୍ପା ୨'ର କ୍ରେଜ୍ ଧିରେ ଧିରେ ଶେଷ ହେବାକୁ ଲାଗିଛି, ବର୍ତ୍ତମାନ ସମସ୍ତଙ୍କ ନଜର ସୁପରଷ୍ଟାର ରାମ ଚରଣଙ୍କ ଫିଲ୍ମ 'ଗେମ୍ ଚେଞ୍ଜର୍‌' ଉପରେ ରହିଛି। ଏହାରି ଭିତରେ, ‘ଗେମ୍ ଚେଞ୍ଜର୍‌’ ଉତ୍ତର ଆମେରିକାରେ ଆଗୁଆ ବୁକିଂରେ ଆଲୋଡ଼ନ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
South cinema game changer advance booking day 1

South cinema game changer advance booking day 1

Advertisment

ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ପୁଷ୍ପା ୨' ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି। ଯେହେତୁ ଫିଲ୍ମ ରିଲିଜ୍ ହେବାର ଏକ ମାସ ବିତିଗଲାଣି ଏବଂ ଏହାର କ୍ରେଜ୍ ଧିରେ ଧିରେ ଶେଷ ହେବାକୁ ଲାଗିଛି, ବର୍ତ୍ତମାନ ସମସ୍ତଙ୍କ ନଜର ସୁପରଷ୍ଟାର ରାମ ଚରଣଙ୍କ ଫିଲ୍ମ 'ଗେମ୍ ଚେଞ୍ଜର୍‌' ଉପରେ ରହିଛି।

Advertisment

ଆସନ୍ତା ତିନି ଦିନ ମଧ୍ୟରେ 'ଗେମ୍ ଚେଞ୍ଜର୍‌' ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ। ଏଥିରେ ରାମ ଚରଣଙ୍କ ସହ କିଆରା ଆଡ୍‌ଭାନୀ ଏବଂ ଏସଜେ ସୂର୍ଯ୍ୟାଙ୍କୁ ଦେଖିବାକୁ ମିଳିବ। ଏହାରି ଭିତରେ, ‘ଗେମ୍ ଚେଞ୍ଜର୍‌’ ଉତ୍ତର ଆମେରିକାରେ ଆଗୁଆ ବୁକିଂରେ ଆଲୋଡ଼ନ ସୃଷ୍ଟି କରିଛି।

Advertisment

ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ 'ଗେମ୍ ଚେଞ୍ଜର୍‌'ର ଟ୍ରେଲର୍‌ ରିଲିଜ୍ ହେବା ପରଠାରୁ ପ୍ରି-ରିଲିଜ୍ କଲେକ୍‌ସନ୍‌ରେ ବହୁତ ବୃଦ୍ଧି ଘଟିଛି। ବର୍ତ୍ତମାନ ଆମେରିକାର ସବୁଠୁ ବଡ ସିନେମା ଚେନ୍ ମଧ୍ୟରୁ ଏଏମ୍‌ସି ମଧ୍ୟ ଏହି ଫିଲ୍ମ ପାଇଁ ନିଜ ଦ୍ୱାର ଖୋଲିଛି ଯାହା ଏହାର ଗତିକୁ ଆହୁରି କ୍ଷୀପ୍ର କରିବ ବୋଲି ଆଶା କରାଯାଉଛି।

Advertisment


ଆମେରିକାରେ ଧୂଆଁଧାର ରୋଜଗାର:

ଟ୍ରେଡ୍ ଏକ୍ସପର୍ଟଙ୍କ ଆକଳନ ଅନୁଯାୟୀ 'ଗେମ୍ ଚେଞ୍ଜର୍‌' ଏହାର ପ୍ରିମିୟର୍ ଶୋ’ ଆରମ୍ଭ ପୂର୍ବରୁ ହିଁ ୧ ମିଲିୟନ୍ ଡଲାର୍ ଅତିକ୍ରମ କରିଯିବ। ଏପର୍ଯ୍ୟନ୍ତ 'ଗେମ୍ ଚେଞ୍ଜର୍‌' ଉତ୍ତର ଆମେରିକାରେ ୫.୩୫ କୋଟି ଟଙ୍କା ଆୟ କରିଛି, ସେଥିମଧ୍ୟରୁ ୫୭୫,୦୦୦ ଡଲାର ଆମେରିକାରୁ ଏବଂ ବାକି କାନାଡାରୁ ଆସିଛି।

ଆଜିଠାରୁ ଭାରତରେ ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୬୫ ଲକ୍ଷ ଟଙ୍କା ମୂଲ୍ୟର ଟିକେଟ୍ ବିକ୍ରି ହୋଇସାରିଛି। ଆଶା କରାଯାଉଛି ଯେ ଆଜି ଆଡ୍‌ଭାନ୍ସ ବୁକିଂରେ ‘ଗେମ୍ ଚେଞ୍ଜର୍‌’ ୧ କୋଟି ଉପରେ ରୋଜଗାର କରିବ।


ନିର୍ଦ୍ଦେଶକଙ୍କ ପୂର୍ବ ଫିଲ୍ମ ଥିଲା ଡିଜାଷ୍ଟର୍:

'ଗେମ୍ ଚେଞ୍ଜର୍‌' ହେଉଛି ନିର୍ଦ୍ଦେଶକ ଶଙ୍କରଙ୍କ ପ୍ରଥମ ଫିଲ୍ମ, ଯାହା ୧୯୯୭ର ବ୍ଲକ୍‌ବଷ୍ଟର୍ ଫିଲ୍ମ 'ଇଣ୍ଡିଆନ୍'ର ସିକ୍ୱେଲ୍ 'ଇଣ୍ଡିଆନ୍ ୨'ର ଡିଜାଷ୍ଟର୍ ପରେ ମୁକ୍ତିଲାଭ କରୁଛି। 'ଇଣ୍ଡିଆନ୍ ୨' ଭଲ ରୋଜଗାର କରିଥିଲେ ମଧ୍ୟ ଏହାର ମୂଲ୍ୟକୁ ଦୃଷ୍ଟିରେ ରଖି ଆଶା ପୂରଣ କରିପାରିଲା ନାହିଁ।

ଏହି କାରଣରୁ, 'ଇଣ୍ଡିଆନ୍ ୩' ସିଧାସଳଖ OTT ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି। ତେବେ 'ଗେମ୍ ଚେଞ୍ଜର୍‌'ର ସଫଳତା 'ଇଣ୍ଡିଆନ୍ ୩'ର ହଲ୍ ରିଲିଜ୍ ପାଇଁ ବାଟ ଖୋଲିବ ବୋଲି ଶଙ୍କର ଆଶା କରିଛନ୍ତି। ଜାନୁଆରୀ ୧୦ ରେ 'ଗେମ୍ ଚେଞ୍ଜର୍‌' ରିଲିଜ୍ ହେବ ବୋଲି ଜଣାପଡିଛି।

‘ଗେମ୍ ଚେଞ୍ଜର’ ହେଉଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ଏଥିରେ ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ପରି ଅଭିନେତାମାନେ ମୁଖ୍ୟ ଭୂମିକାରେ ଅଛନ୍ତି। ‘ଗେମ୍ ଚେଞ୍ଜର’ର ବଜେଟ୍ ପ୍ରାୟ ୪୦୦ କୋଟି ଟଙ୍କା ବୋଲି କୁହାଯାଉଛି। ନିକଟରେ ଏହି ଚଳଚ୍ଚିତ୍ରର ଟ୍ରେଲର୍‌ ମଧ୍ୟ ରିଲିଜ ହୋଇଛି। ଟ୍ରେଲର୍‌ରୁ ଲାଗୁଛି ଏଥିରେ ରାମ ଚରଣଙ୍କୁ ଆକ୍ସନ୍‌ ଅବତାରରେ ଦେଖିବାକୁ ମିଳିବ।

Ram Charan Pushpa South Indian Films
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ