Advertisment

ଦୁର୍ଗାପୂଜା ମଣ୍ଡପରେ ନଜର ଆସିଲେ ସୋନୁ ସୁଦ, ନିଜକୁ ଦେଖି ରଖିଲେ ପ୍ରତିକ୍ରିୟା

ପୂଜା ମଣ୍ଡପରେ ସୋନୁ ସୁଦ। ପ୍ରତିମୂର୍ତ୍ତିରେ ଝଟକିଲେ ବଲିଉଡର ଏହି ଅଭିନେତା । ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ପ୍ରତିକ୍ରିୟା ରଖିଲେ ନିଜେ ସୋନୁ ସୁଦ। କହିଲେ ଏମିତି କଥା, ଯାହା ଜାଣିଲେ ଆପଣ ନିଜ ପିଲା ଦିନ କଥା ମନେ ପକାଇବାକୁ ବାଧ୍ୟ ହେବେ।

author-image
Pallipuspa Samal
ଅଦ୍ୟତନ ହୋଇଛି
Sonu Sood

Sonu Sood

 ମୁମ୍ବାଇ: କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରି ପ୍ରକୃତ ହିରୋ ହୋଇ ପାରିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ। ଆଜିର ପୂଜା ସମୟରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଦେଶର ପ୍ରମୁଖ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ସୋନୁଙ୍କ ନାଁ ଯୋଡି ହୋଇ ଯାଇଥିବାରୁ ଏଥର ପାର୍ବଣରେ ଲୋକେ ତାଙ୍କର ପ୍ରତିମୂର୍ତ୍ତି ତିଆରି କରିଛନ୍ତି।

Advertisment

କୋଲକାତାର କେସ୍ତୋପୁର ପ୍ରଫୁଲ୍ଲ କାନନ ଦୁର୍ଗା ପୂଜା ସମିତି ପକ୍ଷରୁ ସୋନୁ ସୁଦଙ୍କ ଏକ ପ୍ରତିମା ତିଆରି କରାଯାଇଛି । ଯେଉଁଥିରେ ସୋନୁ ସୁଦଙ୍କ କାମକୁ ସମ୍ମାନ ଜଣାଇବା ପାଇଁ ପ୍ରତିମୂର୍ତ୍ତିଟିକୁ ତିଆରି କରାଯାଇଛି । ଯାହାକୁ ନିଜେ ସୋନୁ ସୁଦ ସୋସିଆଲ ମିଡିଆ ପେଜରେ ଭିଡିଓ କରି ପୋଷ୍ଟ କରିଛନ୍ତି ।

Advertisment

ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିଥିଲେ ଅଭିନେତା ସୋନୁ ସୁଦ। ଏବେ ଲୋକମାନେ ସୋନୁଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏପରି କରିଛନ୍ତି । ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ବେଳର ପ୍ରତିମୂର୍ତ୍ତି ମଣ୍ଡପରେ ସ୍ଥାପନ ହୋଇଥିବାରୁ ଖୁସି ଜାହିର କରିଛନ୍ତି ସୋନୁ ସୁଦ। ଭିଡିଓ ସେୟାର କରି ନିଜେ ସୋନୁ ସୁଦ କ୍ୟାପସନରେ ଲେଖିଛନ୍ତି, “ଶୁଭ ନବରାତ୍ରୀ ।କଲେଜ ପଢା ସମୟରେ ଦୁର୍ଗା ପୂଜା ମଣ୍ଡପ ବୁଲିବା କଥା ମନେ ଅଛି। ସେତେବେଳେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଅପେକ୍ଷା କରିବାକୁ ପଡୁଥିଲା । ଦ୍ୱିତୀୟ ବର୍ଷ ପାଇଁ କୋଲକାତାର ଦୁର୍ଗା ପୂଜା ମଣ୍ଡପରେ ନିଜକୁ ଦେଖି ଖୁସି ଅନୁଭବ କରୁଛି।

ଏତେ ବଡ଼ ସମ୍ମାନ ପାଇଁ ଧନ୍ୟବାଦ ଜଣାଉଛି।ବିଭିନ୍ନ ସମୟରେ ମହତ କାମ କରି ଚର୍ଚ୍ଚାରେ ଅଛନ୍ତି ସୋନୁ ସୁଦ। ହେଲେ ଆୟକର ବିଭାଗର ଚଢାଉ ପରେ କିଛିଟା ବିବାଦୀୟ ହୋଇ ପଡିଛନ୍ତି।

Sonu Sood Entertainment News
Advertisment
Advertisment