Advertisment

ସାରା ଏବଂ ଅନନ୍ୟା ସହଜରେ କରଣ ଜୋହରଙ୍କ ଘରକୁ ଯାଇପାରିବେ: ସୋନମ

କରଣ ଜୋହରଙ୍କୁ ଟାର୍ଗେଟ୍ କରିଛନ୍ତି ପଞ୍ଜାବୀ ଅଭିନେତ୍ରୀ ସୋନମ ବାଜୱା। ସାରା ଅଲ୍ଲୀ ଖାନ ଓ ଅନନ୍ୟା ପାଣ୍ଡେଙ୍କୁ ନେଇ ସେ କରଣ ଜୋହରଙ୍କ ଉପରେ ବର୍ଷିଛନ୍ତି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sonam Bajwa says Sara Ali Khan, Ananya Panday can go to Karan Johar’s house and get auditions

Sonam Bajwa says Sara Ali Khan, Ananya Panday can go to Karan Johar’s house and get auditions

ପଞ୍ଜାବୀ ଚଳଚ୍ଚିତ୍ର 'ଗୋଡେ ଗୋଡେ ଚାଅ'ର ଟ୍ରେଲର ରିଲିଜ ହେବା ମାତ୍ରେ ଅଭିନେତ୍ରୀ ସୋନମ ବାଜୱା ଚର୍ଚ୍ଚାକୁ ଆସିଛନ୍ତି। ଫିଲ୍ମର ଟ୍ରେଲର୍‌କୁ ପ୍ରଶଂସକଙ୍କ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି। ଏହା ସହିତ ସୋନମ ଫିଲ୍ମର ପ୍ରମୋସନ ନେଇ ଗୋଟିଏ ପରେ ଗୋଟିଏ ସାକ୍ଷାତକାର ଦେଉଛନ୍ତି।

Advertisment

ଠିକ୍ ଏହି ସମୟରେ, ସେ ତାଙ୍କ କ୍ୟାରିୟର ଠାରୁ ନେଇ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୌତୁହଳପୂର୍ଣ୍ଣ କଥା ପ୍ରକାଶ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ସେହିଭଳି କିଛି ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ: ମଞ୍ଚରେ ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବତୀ; ଲାଜେଇ ଗଲେ ଭାଇଜାନ୍, କହିଲେ…

Advertisment

ଏକ ପ୍ରମୋସନାଲ୍‌ ସାକ୍ଷାତକାରରେ ପଞ୍ଜାବର ଏହି ସୁନ୍ଦରୀଙ୍କୁ ପଚରାଯାଇଥିଲା ଯେ ସେ ବଲିଉଡ୍‌ର ଯୁବ ଅଭିନେତ୍ରୀ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେଙ୍କଠାରୁ କେଉଁ ଜିନିଷ ଚୋରି କରିବାକୁ ଚାହୁଁଛନ୍ତି? ଏହାର ଉତ୍ତରରେ ପ୍ରଥମେ ସୋନମ କହିଥିଲେ ଯେ ସେ ସେମାନଙ୍କ ଠାରୁ କିଛି ଚୋରି କରିବେ ନାହିଁ, କିନ୍ତୁ ପରେ ସେ ଯେଉଁ ଉତ୍ତର ଦେଇଥିଲେ ତାହାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ସେ ତାଙ୍କ ଉତ୍ତରରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଅଭିନେତ୍ରୀ ଉତ୍ତର ଦେଇ କହିଛନ୍ତି, ସାରା ଏବଂ ଅନନ୍ୟା ସହଜରେ କରଣ ଜୋହରଙ୍କ ଘରକୁ ଯାଇପାରିବେ। ଅଡିସନ୍ ଦେଇପାରିବେ। ଦୁଃଖିତ, ମୋ ପାଖରେ ବର୍ତ୍ତମାନ ସେହି ଅନୁମତି ନାହିଁ। ତେଣୁ ଯଦି ସୁଯୋଗ ମିଳେ, ତେବେ ସେ ଅନନ୍ୟା ଏବଂ ସାରାଙ୍କଠାରୁ କେବଳ ଏହି ଗୋଟିଏ ଜିନିଷ ଚୋରି କରିବେ।

ପ୍ରକାଶଥାଉ ଯେ କରଣ ଜୋହରଙ୍କୁ ବଲିଉଡ୍‌ର ନୂଆ ଅଭିନେତା ଅଭିନେତ୍ରୀଙ୍କ ଗଡ୍ ଫାଦର ବୋଲି କୁହାଯାଏ। ସେ ତାଙ୍କ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଅନେକ ତାରକା ଲଞ୍ଚ କରିଛନ୍ତି। ଆଜି ସେହି ତାରକାମାନେ ନିଜ କ୍ୟାରିୟରର ବହୁ ଉଚ୍ଚରେ ଅଛନ୍ତି। ଏହି ତାଲିକାରେ ଆଲିଆ ଭଟ୍ଟ, ଅନନ୍ୟା, ବରୁଣ ଧାୱନ, ସିଦ୍ଧାର୍ଥ ମଲହୋତ୍ରା, ତାରା ସୂତାରିଆ ଇତ୍ୟାଦି ସାମିଲ ଅଛନ୍ତି।

ଅନନ୍ୟା ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’ ମାଧ୍ୟମରେ ବଲିଉଡକୁ ଆସିଥିଲେ। ଏହା ପରେ ସାରା ଅଲି ଖାନଙ୍କ ଭାଗ୍ୟ ଫିଲ୍ମ ‘ସିମ୍ବା’ରେ ଚମକିଥିଲା। ଏହି ଦୁଇ ଚଳଚ୍ଚିତ୍ର କରଣଙ୍କ ଧର୍ମା ପ୍ରଡକ୍ସନ୍ସର ବ୍ୟାନରରେ ମୁକ୍ତିଲାଭ କରିଥିଲା। ଏଭଳି ପରିସ୍ଥିତିରେ ସୋନମ ବାଜୱା ମଧ୍ୟ କରଣ ଜୋହରଙ୍କଠାରୁ ବହୁତ ଆଶା ରଖିଛନ୍ତି।

ତେବେ ସୋନମ ବାଜୱା ସିଦ୍ଧାର୍ଥ କନାନଙ୍କ ସହ କଥା ହେବାବେଳେ ନିକଟରେ ପ୍ରକାଶ କରିଛନ୍ତି ଯେ ରେମୋ ଡି’ସୁଜାଙ୍କ ଫିଲ୍ମ 'ଷ୍ଟ୍ରିଟ୍ ଡାନ୍ସର୍'ରେ ସେ ଏକ ଡ୍ୟାନ୍ସ ଭିଡିଓ କରିବାକୁ ଅଫର ପାଇଥିଲେ। ସେ ଏହି ଅଫରକୁ ଗ୍ରହଣ କରିଥିଲେ ଏବଂ ଏଥିରେ କାମ ମଧ୍ୟ କରିଥିଲେ, କିନ୍ତୁ ଯେତେବେଳେ ଫିଲ୍ମ ଏଡିଟ୍ ହେଲା, ସେତେବେଳେ ତାଙ୍କ ଡ୍ୟାନ୍ସ ଭିଡିଓ ଫିଲ୍ମରୁ ହଟାଇ ଦିଆଗଲା। ଏହା ସୋନମଙ୍କୁ ଗଭୀର ଆଘାତ ଦେଇଥିଲା।

ସୋନମ କହିଛନ୍ତି ଯେ, “ପ୍ରଥମେ ମୁଁ ଏହି ଗୀତ କରିବାକୁ ଆଗ୍ରହୀ ନଥିଲି। ଯେତେବେଳେ ମୁଁ ଫିଲ୍ମ ସହିତ ସମ୍ପୃକ୍ତ ପୂରା ଟିମ୍‌କୁ ଦେଖିଲି, ମୁଁ ହଠାତ୍ ମୋ ମତ ବଦଳାଇଲି। ରେମୋ ଡି’ସୁଜା ଜଣେ ବଡ ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ। ବରୁଣ ଧାୱନ ମଧ୍ୟ ସବୁଠାରୁ ଲୋକପ୍ରିୟ। ଏସବୁ ଭାବି ମୁଁ ଗୀତର ସୁଟିଂ କରିବାକୁ ସ୍ଥିର କଲି। କିନ୍ତୁ ସେହି ଗୀତଟି ଫିଲ୍ମର ଅନ୍ତିମ ଏଡିଟିଂରେ ନ ଥିଲା। ଏହା ଦେଖି ମୋତେ ବହୁତ ଖରାପ ଲାଗିଲା।”

Karan Johar Sara Ali Khan Bollywood Ananya Panday
Advertisment
Advertisment