Advertisment

ବିବାହ କରି ଖୁସି ହେଲେ ସୋନାକ୍ଷୀ, କହିଲେ ସତେ ଯେମିତି ଦୁଇ ପ୍ରେମୀଙ୍କ ପାଇଁ ଏ ବ୍ରହ୍ମାଣ୍ଡ ଏକତ୍ରିତ ହୋଇଯାଇଛି

ବିବାହ ଫଟୋ ପରେ ବର୍ତ୍ତମାନ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ରିସେପସନ୍ ଲୁକରେ ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡିକ ଏତେ ସୁନ୍ଦର ହୋଇଛି ଯେ ଯାହାକୁ ଲୋକମାନେ ପ୍ରଶଂସା ନ କରି ରହିପାରୁ ନାହାନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sonakshi sinha and zaheer iqbal shared romantic pics from wedding reception

Sonakshi sinha and zaheer iqbal shared romantic pics from wedding reception

ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍‌ବାଲ୍‌ ଜୁନ୍ ୨୩ରେ କୋର୍ଟ ମ୍ୟାରେଜ୍ କରିଛନ୍ତି। ଏହା ପରେ ସେମାନେ ଏକ ବିଶାଳ ରିସେପ୍ସନ୍ ପାର୍ଟୀ ଦେଇଥିଲେ। ବିବାହରେ ଅଭିନେତ୍ରୀ ନାଲି ରଙ୍ଗର ଶାଢୀ, ସିନ୍ଥିରେ ସିନ୍ଦୁର ଏବଂ ହାତରେ ଚୁଡି ପିନ୍ଧିଥିବାର ନଜର ଆସିଥିବା ବେଳେ ଜହୀର ଇକ୍‌ବାଲ୍‌ ଧଳା କୁର୍ତ୍ତା-ପାଇଜାମାରେ ଚମତ୍କାର ଦେଖାଯାଉଥିଲେ।

Advertisment

ବିବାହ ଫଟୋ ପରେ ବର୍ତ୍ତମାନ ଅଭିନେତ୍ରୀ ଇନ୍‌ଷ୍ଟାଗ୍ରାମରେ ରିସେପସନ୍ ଲୁକରେ ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡିକ ଏତେ ସୁନ୍ଦର ହୋଇଛି ଯେ ଯାହାକୁ ଲୋକମାନେ ପ୍ରଶଂସା ନ କରି ରହିପାରୁ ନାହାନ୍ତି।

ଅଧିକ ପଢ଼ନ୍ତୁ: Viral Video: ନୂଆ ବୋହୂ ସୋନାକ୍ଷୀ ସିହ୍ନାଙ୍କୁ ଶଶୁର ଘରକୁ ଦମଦାର ସ୍ୱାଗତ; ଭିଡିଓ ହେଲା ଭାଇରାଲ୍

Advertisment

କିଛି ସମୟ ପୂର୍ବରୁ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍‌ବାଲ୍‌ ଇନଷ୍ଟାଗ୍ରାମରେ ପାଞ୍ଚଟି ସୁନ୍ଦର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ କ୍ୟାପ୍‌ସନ୍‌ ଦେଇ ଲେଖିଛନ୍ତି, “ୱାହା… କ’ଣ ଦିନ ଥିଲା !!!! ପ୍ରେମ, ଖୁସି, ସାଥୀ, ଉତ୍ସାହ, ଉଷ୍ମତା, ଆମର ପ୍ରତ୍ୟେକ ବନ୍ଧୁ, ପରିବାର ଏବଂ ଟିମ୍‌ର ସମର୍ଥନ... ଏପରି ଲାଗୁଥିବା ଯେମିତି ଦୁଇ ପ୍ରେମୀଙ୍କ ପାଇଁ ଏ ବ୍ରହ୍ମାଣ୍ଡ ଏକତ୍ରିତ ହୋଇଯାଇଛି ଏବଂ ଯାହା ସେମାନେ ସର୍ବଦା ଆଶା କରୁଥିଲେ, କାମନା କରୁଥିଲେ, ପ୍ରାର୍ଥନା କରୁଥିଲେ ସେମାନଙ୍କୁ ଦେଇଦେଲା। ଯଦି ଏହା ଈଶ୍ୱରଙ୍କ ହସ୍ତକ୍ଷେପ ନୁହେଁ... ତେବେ ଆମେ ଜାଣୁ ନାହିଁ ଏହା କ’ଣ। ପରସ୍ପରଙ୍କୁ ପାଇ ଆମେ ଦୁହେଁ ପ୍ରକୃତରେ ଧନ୍ୟ ଏବଂ ଆମ ପ୍ରେମ ଆମକୁ ସୁରକ୍ଷା ଦେଉଛି।”

ଏହି ପୋଷ୍ଟର କମେଣ୍ଟ୍ ସେକ୍ସନକୁ ବନ୍ଦ କରିଦିଆଯାଇଛି। କିନ୍ତୁ ପ୍ରଶଂସକମାନେ ସୋସିଆଲ ମିଡିଆରେ ଫଟୋଗୁଡ଼ିକୁ ଭାଇରାଲ କରୁଥିବା ଦେଖାଯାଉଛି। ଏହାପୂର୍ବରୁ ପ୍ରଶଂସକମାନଙ୍କୁ ସେମାନଙ୍କ ବିବାହ ଖବର ଦେବାବେଳେ ଏହି ଦମ୍ପତି କିଛି ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ କ୍ରିମ୍ ରଙ୍ଗର ଶାଢୀରେ ନଜର ଆସିଥିଲେ। ଏହା ତାଙ୍କ ଜୀବନର ସବୁଠାରୁ ବିଶେଷ ଦିନ ଥିଲା, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।

ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ହେଉଛନ୍ତି ବରିଷ୍ଠ ଅଭିନେତା ଶାତ୍ରୁଘ୍ନ ସିହ୍ନାଙ୍କ ଝିଅ। ସେହିପରି ଜହୀର ଇକ୍‌ବାଲ୍‌ ହେଉଛନ୍ତି ବ୍ୟବସାୟୀ ଇକ୍‌ବାଲ୍‌ ରତନସୀଙ୍କ ପୁଅ। ସୋନାକ୍ଷୀ ସିହ୍ନା ଏବଂ ଜହୀରଙ୍କ ପ୍ରେମ କାହାଣୀ ୨୩ ଜୁନ୍ ୨୩ ୨୦୧୭ରେ ଆରମ୍ଭ ହୋଇଥିଲା। ସୋନାକ୍ଷୀ ନିଜେ ତାଙ୍କର ଏକ ପୋଷ୍ଟରେ ଏହା ପ୍ରକାଶ କରିଛନ୍ତି। ପ୍ରାୟ ସାତ ବର୍ଷ ଡେଟିଂ ପରେ ଦୁହେଁ ବିବାହ କରିଛନ୍ତି।

ଅଧିକ ପଢ଼ନ୍ତୁ: ଜହୀର ଇକ୍‌ବାଲ୍‌ଙ୍କ ପାଇଁ ସିନ୍ଦୁର ପିନ୍ଧିଲେ ସୋନାକ୍ଷୀ; ଦେଖାଯାଉଥିଲେ ହିନ୍ଦୁ ବୋହୂ ପରି

Bollywood Sonakshi Sinha Satrughna Sinha
Advertisment
Advertisment