ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ ପ୍ରାୟ ୮ବର୍ଷ ଧରି ଡେଟିଂ କରିବା ପରେ ଜୁନ୍ ୨୩ରେ ବିବାହ କରିଛନ୍ତି। ବିବାହ ପରେ ଏଛି ଯୋଡି କେବଳ ସେମାନଙ୍କ ବନ୍ଧୁ ଏବଂ ଘନିଷ୍ଠ ଲୋକଙ୍କୁ ଏକ ପାର୍ଟୀ ଦେଇଛନ୍ତି, ଯେଉଁଠାରେ ଉଭୟଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଦେଖିବାକୁ ମିଳିଛି। ଫଟୋରେ ସୋନାକ୍ଷୀ ସିହ୍ନା ତାଙ୍କ ସିନ୍ଥିରେ ସିନ୍ଦୁର ଏବଂ ଚୁଟିରେ ଗଜରା ପିନ୍ଧିଥିବାର ନଜର ଆସିଛନ୍ତି।
Published By: Pramod Behera
Last updated: 24 June 2024, 04:48 PM IST
ଜହୀର୍ ଇକ୍ବାଲ୍ଙ୍କ ସହ ବିବାହ ପରେ ସୋନାକ୍ଷୀ ସିହ୍ନା ପ୍ରଥମ ଥର ପାଇଁ ଏକ ଲାଲ୍ ରେଶମୀ ଶାଢୀରେ ନଜର ଆସିଥିଲେ। ସେ ଏକ ସୁନ୍ଦର ସବୁଜ ଏବଂ ସୁନେଲି ହାର ପିନ୍ଧିଥିଲେ, ମ୍ୟାଚିଙ୍ଗ୍ ଡ୍ରପ୍ କାନଫୁଲ ଏବଂ ନାଲି ରଙ୍ଗର ଚୁଡିରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ।
ସୋନାକ୍ଷୀ ତାଙ୍କର ଏହି ବିଶେଷ ଦିନରେ ଆଇଲାଇନ୍ ଏବଂ ପିଙ୍କ୍ ଲିପ୍ କଲର୍ ସହିତ ବହୁତ ଖୁସି ଦେଖାଯାଉଥିଲେ। ସେ ପ୍ରଥମ ଥର ପାଇଁ ମଥାରେ ସିନ୍ଦୁର ଲଗେଇଥିଲେ ଏବଂ ଜହୀରଙ୍କ ପାଖେ ପାଖେ ଥିଲେ। ଜହୀର ବର ବେଶରେ ଏକ ଧଳା କୁର୍ତ୍ତା ପିନ୍ଧିଥିଲେ।
ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ ସାତ ବର୍ଷରୁ ଅଧିକ ସମୟ ଡେଟିଂ କରିବା ପରେ ମୁମ୍ବାଇରେ ବିବାହ କରିଥିଲେ। ଏହି ପ୍ରେମପକ୍ଷୀ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାରର ଉପସ୍ଥିତିରେ ଏକ ଅନ୍ତରଙ୍ଗ ସମାରୋହରେ ବିବାହ କରିଥିଲେ।
ସୋନାକ୍ଷୀ ସିହ୍ନା କହିଛନ୍ତି ଯେ ସାତ ବର୍ଷ ପୂର୍ବେ ସେ ଏହି ଦିନ ଜହୀର ଇକ୍ବାଲ୍ଙ୍କ ପ୍ରତି ପ୍ରେମ ଅନୁଭବ କରିଥିଲେ। ସେ ଫଟୋର କ୍ୟାପ୍ସନ୍ରେ ଲେଖିଛନ୍ତି, “ସାତ ବର୍ଷ ପୂର୍ବେ (୨୩.୦୬.୨୦୧୭) ଆମେ ପରସ୍ପରଙ୍କ ଆଖିରେ ଶୁଦ୍ଧ ରୂପରେ ପ୍ରେମକୁ ଦେଖିଥିଲୁ।”
ଉଭୟ ପରିବାର ଏବଂ ସାଙ୍ଗମାନେ ସୋନାକ୍ଷୀ ସିହ୍ନାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଗୁଜବ ଉଠୁଥିଲା ଯେ ଶତ୍ରୁଘ୍ନ୍ ସିହ୍ନା ଜହୀର ଇକବାଲଙ୍କ ସହ ସୋନାକ୍ଷୀଙ୍କ ବିବାହକୁ ନେଇ ଉତ୍ସାହିତ ନଥିଲେ, କିନ୍ତୁ ବିବାହର ଗୋଟିଏ ଦିନ ପୂର୍ବରୁ ସେ ତୁରନ୍ତ ସ୍ପଷ୍ଟ କରିଦେଇଥିଲେ ଯେ ସିହ୍ନା ପରିବାରରେ ସବୁକିଛି ଠିକଠାକ୍ ଅଛି।
ଝିଅର ବିବାହ ଖବରରେ ଶତ୍ରୁଘ୍ନ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, କିନ୍ତୁ ସେ ତାଙ୍କ ଝିଅର ବିବାହରୁ ଦୂରେଇ ରହିବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଜହୀର ବିବାହ ପ୍ରମାଣପତ୍ରରେ ଦସ୍ତଖତ କରି ଟ୍ରୋଲରମାନଙ୍କୁ ଚୁପ୍ କରିଦେଇଥିଲେ।