Smriti Irani
ପାଖାପାଖି ୮ବର୍ଷରୁ ଅଧିକ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ କରୁଥିଲା ହିନ୍ଦୀ ଟେଲିଭିଜନ ଧାରାବାହିକ ‘କ୍ୟୁଁକି ଶାଶ୍ ଭି କଭି ବହୂ ଥି’ । ଧାରାବାହିକର ଲୋକପ୍ରିୟତା ଏତେ ଅଧିକ ଥିଲା ଯେ ଲୋକମାନେ ଖାଇବା ପିଇବା ଭୁଲି ଟିଭି ଆଗରେ ବସିପଡୁଥିଲେ । ଘରେ ଘରେ ଏହାର ଚର୍ଚ୍ଚ। ହେଉଥିଲା । ଏହି ସିରିଏଲରୁ ଘରେ ଘରେ ପରିଚିତ ହୋଇଥିଲେ ସ୍ମୃତି ଇରାନୀ ।
ଏବେ ୨୫ ବର୍ଷ ପରେ ଦମଦାର୍ କମବ୍ୟାକ୍ କରିବେ ଛୋଟପରଦାକୁ । ତାହା ପୁଣି ‘କ୍ୟୁଁକି ଶାଶ୍ ଭି କଭି ବହୂ ଥି-୨’ ରେ । ପୁଣି ଦର୍ଶକ କାନ୍ଦିବେ ଓ ହସିବେ ତୁଲସୀଙ୍କ ସହ । ଟିଭି ଇଣ୍ଡଷ୍ଟ୍ରୀକୁ ପୁଣିଥରେ ହ୍ୟାଲୋ ହାଏ କହିଛନ୍ତି ତୁଲସୀ ଓରଫ୍ ସ୍ମୃତି ଇରାନୀ ।
ତୁଲସୀ ଚରିତ୍ରରେ ଅଭିନୟ କରି ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବେ ସେ । ପରଦାକୁ ଆସିବ ସବୁଠୁ ଆଇକନିକ୍ ଟିଭି ଶୋ' ' କ୍ୟୁଁକି ଶାଶ୍ ଭି କଭି ବହୂ ଥି -୨' । ନିକଟରେ ' କ୍ୟୁଁକି ଶାଶ୍ ଭି କଭି ବହୂ ଥି -୨'ର ପ୍ରୋମୋ ସେୟାର କରିଛନ୍ତି ମେକର୍ସ ।
ଅଧିକ ପଢନ୍ତୁ: ଦିନେ ମାସକୁ ୧୫୦ ଟଙ୍କା ରୋଜଗାର , ଆଜି ଘଣ୍ଟାକୁ ନେଉଛନ୍ତି ଲକ୍ଷାଧିକ ଟଙ୍କା
ସାମନାକୁ ଆସିଛି ସ୍ମୃତି ଇରାନୀଙ୍କ ଫାଷ୍ଟଲୁକ୍, ଯାହାକି ଫ୍ୟାନ୍ସଙ୍କ ମଧ୍ୟରେ ବଢାଇଦେଇଛି ଏକ୍ସାଇଟମେଣ୍ଟ । ଜୁଲାଇ ୨୯ରୁ ଏକ ଘରୋଇ ଏଣ୍ଟରଣ୍ଟେନମେଣ୍ଟ ଚ୍ୟାନେଲରେ ପ୍ରସାରିତ ହେବ । ଅଭିନେତ୍ରୀରୁ ନେତ୍ରୀ ଏବେ ପୁଣି ନେତ୍ରୀରୁ ଅଭିନେତ୍ରୀ ।
ନେତ୍ରୀ ହେବା ପୂର୍ବରୁ ୨୦୦୦ ମସିହାରେ ଏକତା କପୁରଙ୍କ ପପୁଲାର ଶୋ' ‘କ୍ୟୁଁକି ଶାଶ୍ ଭି କଭି ବହୂ ଥି'ରୁ ଘରେ ଘରେ ଫେମସ୍ ହୋଇଥିଲେ ସ୍ମୃତି ଇରାନୀ । ଏହା ପରେ ଅଭିନୟ କ୍ୟାରିୟରକୁ ଅଲବିଦା କହି ରାଜନୀତିରେ ମାରିଥିଲେ ଏଣ୍ଟ୍ରି ।
୨୦୦୩ରେ ବିଜେପିରେ ମିଶିଥିଲେ ସ୍ମୃତି ଇରାନୀ । ପରେ ସାଧାରଣ ନିର୍ବାଚନ ଜିତି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ମାତ୍ର ଗତ ଲୋକସଭା ନିର୍ବାଚନରେ ପରାଜୟର ସ୍ବାଦ ଚାଖିଥିଲେ ସ୍ମୃତି ।
ନିର୍ବାଚନରେ ହାରିବା ପରେ ଏବେ ପୁଣି ପରଦାକୁ ଫେରିଛନ୍ତି ସମସ୍ତଙ୍କ ପ୍ରିୟ ତୁଲସୀ ଓରଫ୍ ସ୍ମୃତି ଇରାନୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751986367.jpg)