ପ୍ରଶଂସକ ଏବଂ ଜଣେ କଳାକାରଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସଂପର୍କ ରହିଥାଏ। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାର୍ଙ୍କ ଝଲକ ଟିକେ ପାଇବା ପାଇଁ କେତେ କ’ଣ କରନ୍ତି ତାହା ଅନୁଭବୀ ହିଁ ଜାଣେ। କିନ୍ତୁ ଏମିତି ମଧ୍ୟ କିଛି ଅଛନ୍ତି ଯେଉଁମାନଙ୍କ ପାଇଁ କଳାକାରମାନଙ୍କୁ ଅନେକ ଅସୁବିଧା ଓ ଅସମ୍ମାନର ସମ୍ମୁଖିନ ହେବାକୁ ପଡିଥାଏ। ନିକଟରେ ଭୋଜପୁରୀ ଗାୟକ ପ୍ରିୟଙ୍କା ସିଂହଙ୍କ ସହ ଏମିତି କିଛି ଘଟିଛି, ଯେଉଁଥିପାଇଁ ତାଙ୍କୁ ସର୍ବସାଧାରଣରେ କାନ୍ଦିବାକୁ ପଡିଛି।
ବିହାରର ଗୋପାଳଗଞ୍ଜରେ ‘ଥାଭେ ମହୋତ୍ସବ ୨୦୨୩’ ଆୟୋଜିତ ହୋଇଥିଲା। ଏହାକୁ ରୂପମ ତ୍ରିଭିକରମ ଆଙ୍କରିଂ କରୁଥିବା ବେଳେ ଭୋଜପୁରୀ ଗାୟିକ ପ୍ରିୟଙ୍କା ସିଂହ ଏଥିରେ ଯୋଗ ଦେଇଥିଲେ। କିନ୍ତୁ ମଞ୍ଚରେ ସଂଗୀତ ପରିବେଷଣ ସମୟରେ ତାଙ୍କୁ ଆଙ୍କରଙ୍କ ଦ୍ୱାରା ଅସମ୍ମାନ କରାଯାଇଥିଲା। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ଭୋଜପୁରୀର ଜଣାଶୁଣା ଅଭିନେତ୍ରୀ ଅକ୍ଷରା ସିଂହ ପ୍ରତିକ୍ରିୟା ଦେଇ ପ୍ରିୟଙ୍କାଙ୍କୁ ସମର୍ଥନ କରିଛନ୍ତି।
ଭାଇରାଲ୍ ଭିଡିଓ ରେ ଏହା ଦେଖିବାକୁ ମିଳେ ପ୍ରିୟଙ୍କା ଗୀତ ଗାଉଥିବା ବେଳେ ଆଙ୍କର୍ ରୂପମ୍ ତାଙ୍କୁ ଅଟକାଇ ଦେଇଛନ୍ତି। ଏହା ପରେ ପ୍ରିୟଙ୍କା କିଛି କହିବାକୁ ଚାହୁଁଥିବା ବେଳେ ସେ ହଠାତ ସମ୍ମାନ ଦେବା ପାଇଁ ଡିଏମ୍କୁ ଡାକିବା ଆରମ୍ଭ କରିଥିଲେ। ତେବେ ପ୍ରିୟଙ୍କା ସିଂହ ଦୁଇ ମିନିଟ୍ ପାଇଁ କଥା ହେବାକୁ ଚାହୁଁଥିଲେ ମଧ୍ୟ ଆଙ୍କର ସ୍ପଷ୍ଟ ଭାବରେ କହିଥିଲେ ଯେ ବହୁତ ହେଇଗଲା ମ୍ୟାଡାମ୍। ଏହି ସମୟରେ ଅନ୍ୟ ଜଣେ ଆସି ପ୍ରିୟଙ୍କାଙ୍କଠାରୁ ମାଇକ୍କୁ ଜବରଦସ୍ତ ଛଡ଼ାଇ ନେଇଥିଲେ।
Also Read
ଏହା ପରେ ପ୍ରିୟଙ୍କା ସିଂହ ମଞ୍ଚରେ କାନ୍ଦିବାକୁ ଲାଗିଲେ ଏବଂ କାନ୍ଦି କାନ୍ଦି କହୁଛନ୍ତି, “ଏହା ମୋ ସହିତ ଠିକ୍ ହୋଇନାହିଁ। କଳାକାରଙ୍କୁ ଏପରି ଅପମାନିତ କରାଯିବା ଉଚିତ୍ ନୁହେଁ। ଜଣେ କଳାକାର ଗୀତ ଗାଉଛନ୍ତି ଏବଂ ତାଙ୍କୁ ହଠାତ୍ ଅଟକାଯାଉଛି। ମୁଁ ଗୀତ ଗାଇବାକୁ ମରିଯାଉ ନାହିଁ। ଜିଲ୍ଲା ପ୍ରଶାସନ ବହୁତ ଭୁଲ କରିଛି। ୧୦ ବର୍ଷ ମଧ୍ୟରେ ଥାଭେ ମହୋତ୍ସବରୁ ବହୁତ ଖରାପ ଅନୁଭୂତି ପାଇଛି। ଏହାକୁ ମାତା ଥାୱେ ବିଚାର କରିବେ।” ଏହା କହି ସେ ମଞ୍ଚରୁ ଚାଲି ଯାଉଛନ୍ତି।
मैने देखा है कई एंकर को।
— Prapti (@i_m_prapti) April 20, 2023
इस तरह का अपमान करना योग्य नहीं है। ये कौन है महोदया जिन्होंने सिंगर को अपमानित किया?
स्टेज आर्टिस्ट भी बहुत मेहनत करते हैं। इन महिला जैसे लोगों को काम नहीं देना चाहिए। pic.twitter.com/iNkMwzqO6Q
ଏହି ଭିଡିଓ ଦେଖିବା ପରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡିଓ ଶେୟାର କରି କହିଛନ୍ତି ଯେ “ଜଣେ କଳାକାରଙ୍କ ସହ ଏପରି ନୀଚ୍ଚ ଆଚରଣ ଅତ୍ୟନ୍ତ ନିନ୍ଦନୀୟ। ଭାଗ୍ୟରେ ଥିଲେ ଭଗବାନ କାହାକୁ ଜଣେ କଳାକାର ଭାବରେ ଜନ୍ମ ଦିଅନ୍ତି। ଏକ ସଭ୍ୟ ସମାଜର ସମାବେଶରେ ଅଶ୍ଳୀଳତାର ଚରମ ସୀମାକୁ ଦେଖନ୍ତୁ, ଏହି ଲୋକମାନେ କିପରି ନିଜର ପ୍ରଭାବକୁ ଦେଖାଉଛନ୍ତି। ଏମାନେ ଭୁଲିଯାଇଛନ୍ତି ମଞ୍ଚର ମର୍ଯ୍ୟାଦା।”
एक कलाकार के साथ इतना गिरा हुआ व्यवहार बहुत निंदनीय है बहुत भाग्य से ईश्वर किसी को कलाकार के रूप में जन्म देते है
— AKSHARA SINGH (@AKSHARASINGH1) April 16, 2023
अभद्रता की पराकाष्ठा…..
कहने को सभ्य समाज की महफील पर अभद्रता की पराकाष्ठा , देखिए कैसे अपने प्रभाव का खुद तमाशा दिखा रहे हैं ये लोग भुल गए की मंच की मरयादा और एक… pic.twitter.com/K17z2Ftmsn
ସେ ଆହୁରି ମଧ୍ୟ କହିଛନ୍ତି, “ଯେତେବେଳେ କୌଣସି କଳାକାରଙ୍କ କଥା ଆସିବ, ମୁଁ ଖୋଲାଖୋଲି ଭାବରେ ଏହିପରି ଅଶିକ୍ଷିତ ଲୋକଙ୍କୁ ବିରୋଧ କରିବି। ମଞ୍ଚରେ ମାଇକ୍ ଛଡ଼ାଇ ନେଉଥିବା ଏହି ମହିଳା ବୋଧହୁଏ ଭୁଲି ଯାଇଛନ୍ତି ଯେ, ଜଣେ ମହିଳା ହୋଇ ସେ ମହିଳାମାନଙ୍କୁ ଅପମାନ କରୁଛନ୍ତି, ଏପରି ମାନସିକତାକୁ ମୁଁ ଧିକ୍କାର କରୁଛି।”