ପୋଲିସ୍ ସମନ ପାଇ ଗାୟକ ହ୍ୟୁମାନ୍ ସାଗର ଆଜି କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ତାଙ୍କ ବିରୋଧରେ ପାରିବାରିକ ହିଂସା ଓ ନିର୍ଯାତନା ଅଭିଯୋଗ କରିଥିଲେ ପତ୍ନୀ। ହେଲେ ଅଭିଯୋଗ ବିଷୟରେ ଜାଣିନଥିବା ହ୍ୟୁମାନ୍ କହିଛନ୍ତି। ପୋଲିସ ସମନ ପାଇ ଆସିଛି ଓ କାଉନସେଲରଙ୍କୁ ଭେଟିବି ବୋଲି ସେ କହିଛନ୍ତି।
ସଂଗୀତ ମଞ୍ଚରେ କଣ୍ଟ୍ରୋଭର୍ସି ଗୀତ ଗାଇ ବିବାଦୀୟ ହୋଇଥିବା କଣ୍ଠଶିଳ୍ପୀ ହ୍ୟୁମାନ୍, ଏବେ ଦାମ୍ପତ୍ୟ ଜୀବନରେ ବି ବିବାଦରେ ଫସିଛନ୍ତି । ଛନ୍ଦି ହୋଇପଡ଼ିଛନ୍ତି ଘରୋଇ ହିଂସାର ଅଭିଯୋଗ ଜାଲରେ । ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଟକ ମହିଳା ଥାନାରେ । ପତ୍ନୀଙ୍କୁ କେଉଁଭଳି ମାନସିକ ଓ ଶାରିରୀକ ନିର୍ଯାତନା ଦେଇଛନ୍ତି ହ୍ୟୁମାନ୍, ସେନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ପୋଲିସ କିନ୍ତୁ ଅଭିଯୋଗ ଉପରେ ତତ୍ପରତା ଦେଖାଇଛି ।
ଅଧିକ ପଢ଼ନ୍ତୁ: ଦାଣ୍ଡରେ ଗଡୁଛି ଓଲିଉଡ୍ କଳାକାରଙ୍କ ଦାମ୍ପତ୍ୟ କଳି : ଅନୁଭବ ଓ ବାବୁସାନଙ୍କ ପରେ ହ୍ୟୁମାନ ସାଗରଙ୍କ ଅଡୁଆ ବଢ଼ିଲା
ସୂଚନା ଅନୁଯାୟୀ, ଦାମ୍ପତ୍ୟ ବିବାଦ ଯୋଗୁ, ପ୍ରାୟ ୬ ମାସ ହେଲା, ନିଜ ପିଲାକୁ ଧରି ବାପଘରେ ରହୁଛନ୍ତି ହ୍ୟୁମାନ୍ଙ୍କ ପତ୍ନୀ। ହ୍ୟୁମାନ୍, ଓଲିଉଡର ଅନ୍ୟତମ ପ୍ଲେ ବ୍ୟାକ୍ ସିଙ୍ଗର୍ ଭାବେ ଯେତିକି ନାଁ କରିଛନ୍ତି, ସେତିକି ବିବାଦୀୟ ବି ହୋଇପଡିଛନ୍ତି ବିଭିନ୍ନ ସମୟରେ।