Advertisment

Sikandar: ପ୍ରଥମ ଦିନରେ କରିବ ୩୦ କୋଟିରୁ ଅଧିକ ବିଜିନେସ୍!

ଆସିଛି ଇଦ, ଫେରିଛନ୍ତି ଭାଇଜାନ। ସିଲଭର୍ ସ୍କ୍ରିନରେ ଏଥର ସିକନ୍ଦରର ସୁପର୍ ଶୋ'। ଆଗୁଆ ବୁକିଙ୍ଗକୁ ଦେଖିଲେ ଲାଗୁଛି ସିନେମା ପ୍ରଥମ ଦିନରେ ୩୦ କୋଟିରୁ ଅଧିକ ବିଜିନେସ୍ କରିବ।

ଅଦ୍ୟତନ ହୋଇଛି
Sikandar

Sikandar

Advertisment

ଇଦ୍ ଆସିଛି ଆଉ ଏଥର ଇଦ୍ ରେ ଆସିଛନ୍ତି ଭାଇଜାନ। ରିଲିଜ୍ ହେଇଛି ବଲିଉଡ୍ ମେଗାଷ୍ଟାର ସଲମାନ୍ ଖାନ୍‌ଙ୍କ ସିକନ୍ଦର।

Advertisment

ବହୁ ପ୍ରତୀକ୍ଷିତ ସଲୁଙ୍କ ଏହି ଫିଲ୍ମକୁ ନେଇ ଫ୍ୟାନ ପ୍ରବଳ ଦିୱାନା। ହେଲେ ୨୦୧୯ ‘ଦବଙ୍ଗ ୩’ ପରେ କୌଣସି ବଡ଼ ହିଟ୍ ଦେଇନଥିବା ସଲମାନ୍ ଙ୍କ ଏହି ଫିଲ୍ମରେ କ’ଣ ଯାଦୁ ରହିଛି ତାପରେ ନଜର। ଆସିଛି ଇଦ, ଫେରିଛନ୍ତି ଭାଇଜାନ। ସିଲଭର୍ ସ୍କ୍ରିନରେ ଏଥର ସିକନ୍ଦରର ସୁପର୍ ଶୋ'।

ରିଲିଜ୍ ହେଇଛି ଏ ବର୍ଷର ବହୁ ପ୍ରତୀକ୍ଷିତ ସଲମାନ୍ ଖାନ୍ ମୁଭି ସିକନ୍ଦର। ଗଲା ତିନି ଦିନ ଧରି ଅଢେଇ ଲକ୍ଷରୁ ଅଧିକ ଆଡଭାନ୍ସ ବୁକିଂ କରି ନନ୍ ଫ୍ରାଇଡେ ରିଲିଜ୍ କରେଇଛନ୍ତି ସଲ୍ଲୁ। ପ୍ରଥମ ଦିନ ଦିଲ୍ଲୀ, ମୁମ୍ବାଇ, ଭୁବନେଶ୍ୱର ସହ ଦେଶର ପ୍ରାୟ ସବୁ ସହରରେ ଫାଷ୍ଟ ଡେ' ଫାଷ୍ଟ ଶୋ' ହାଉସ୍ ଫୁଲ୍।

Advertisment

ଆଗୁଆ ବୁକିଙ୍ଗକୁ ଦେଖିଲେ ଲାଗୁଛି ସିନେମା ପ୍ରଥମ ଦିନରେ ୩୦ କୋଟିରୁ ଅଧିକ ବିଜନେସ୍ କରିବ। ତଥାପି ତାହା

ସଲମାନ୍ ଖାନ୍‌ଙ୍କ ଫିଲ୍ମ ପାଇଁ ବହୁତ କମ୍। ୨୦୧୯ ‘ଦବଙ୍ଗ ୩’ ପରେ ସଲମାନ୍ ଙ୍କ କ୍ରେଜ୍ ବହୁ ମାତ୍ରାରେ କମିଛି। ଏକାଧିକ କ୍ୟାମିଓ ସିନା ହିଟ୍‌ କିନ୍ତୁ ସିନେମା ଏତେ ପ୍ରଭାବିତ କରିନି। ତେଣୁ ‘ସିକନ୍ଦର’ ଉପରେ ଫ୍ୟାନଙ୍କ ଭରସା ଯେତିକି ସଲମାନ୍‌ଙ୍କ ଭାଗ୍ୟ ପରୀକ୍ଷା ବି ସେତିକି।

Advertisment

ଅଧିକ ପଢ଼ନ୍ତୁ: ‘ସିକନ୍ଦର’ କ୍ରେଜ୍; ଟିକେଟ୍ ମୂଲ୍ୟ ୨୨୦୦ ଟଙ୍କା, କଲାଣି କୋଟି କୋଟି ରୋଜଗାର

Salman Khan Bollywood Sikandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ