Advertisment

କିଆରାଙ୍କ ମଙ୍ଗଳସୂତ୍ର ପାଇଁ ଏତେ କୋଟି ଖର୍ଚ୍ଚ କରିଛନ୍ତି ସିଦ୍ଧାର୍ଥ

କିଆରା କନ୍ୟା ବେଶରେ ପୂରା ରାଜକୁମାରୀ ପରି ଦେଖାଯାଉଥିଲେ। ସିଦ୍ଧାର୍ଥଙ୍କ ରାଜକୀୟ ଷ୍ଟାଇଲ୍ ମଧ୍ୟ ଦେଖିବାକୁ ମିଳିଥିଲା। କିଆରାଙ୍କର ବେଶଭୁଷା କଲିରେ ଠାରୁ ନେଇ ତାଙ୍କର ହୀରା ମୁଦି ପର୍ଯ୍ୟନ୍ତ ସବୁକିଛି ଆଲିଶାନ୍ ଆଉ ଦମଦାର ଥିଲା। କିଆରାଙ୍କ ମଙ୍ଗଳସୂତ୍ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
Sidharth Malhotra Spent 2 Crores Rupees For Kiara Advani Mangalsutra

Sidharth malhotra spent 2 crores rupees for kiara advani mangalsutra

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡ୍‌ଭାନୀ ଫେବୃଆରୀ ୭ରେ ଜୈସଲ୍‌ମେରର ସୂର୍ଯ୍ୟଗଡ ଦୁର୍ଗରେ ବିବାହ କରିଛନ୍ତି। ଉଭୟଙ୍କ ଯୋଡି ଖୁବ୍ ସୁନ୍ଦର ଦେଖାଯାଉଥିବା ବେଳେ ସମସ୍ତେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି। କିଆରା କନ୍ୟା ବେଶରେ ପୂରା ରାଜକୁମାରୀ ପରି ଦେଖାଯାଉଥିଲେ। ସିଦ୍ଧାର୍ଥଙ୍କ ରାଜକୀୟ ଷ୍ଟାଇଲ୍ ମଧ୍ୟ ଦେଖିବାକୁ ମିଳିଥିଲା। କିଆରାଙ୍କର ବେଶଭୁଷା କଲିରେ ଠାରୁ ନେଇ ତାଙ୍କର ହୀରା ମୁଦି ପର୍ଯ୍ୟନ୍ତ ସବୁକିଛି ଆଲିଶାନ୍ ଆଉ ଦମଦାର ଥିଲା।

Advertisment

କିନ୍ତୁ କିଆରାଙ୍କ ମଙ୍ଗଲସୂତ୍ର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହା ବହୁତ ଆକର୍ଷଣୀୟ ଏବଂ ମହଙ୍ଗା ମଧ୍ୟ। ସିଦ୍ଧାର୍ଥ ଏହି ମଙ୍ଗଲସୂତ୍ର ତିଆରି କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ମନୀଷ ମଲହୋତ୍ରା କିଆରାଙ୍କ ବ୍ରାଇଡାଲ୍ ଲୁକ୍‌କୁ ଡିଜାଇନ୍ କରିଥିବା ବେଳେ ମଙ୍ଗଲସୂତ୍ରକୁ ଅନ୍ୟ କେହି ଡିଜାଇନ୍ କରିଛନ୍ତି।

ଅଧିକ ପଢ଼ନ୍ତୁ: କିଆରାଙ୍କୁ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ଦେଖି ଲୋକେ କହିଲେ କାହିଁକି ବାହା ହେଲ

Advertisment

ସିଦ୍ଧାର୍ଥ ମଲହୋତ୍ରା କିଆରା ଆଡ୍‌ଭାନୀଙ୍କ ପାଇଁ ପ୍ରସିଦ୍ଧ ଡିଜାଇନର୍ ସବ୍ୟସାଚି ମୁଖାର୍ଜୀଙ୍କ ଦ୍ୱାରା ମଙ୍ଗଲସୂତ୍ରକୁ ଡିଜାଇନିଂ କରିଛନ୍ତି। ଏହି ସୁବର୍ଣ୍ଣ ମଙ୍ଗଲସୁତ୍ର କିଆରାଙ୍କୁ ଆହୁରି ସୁନ୍ଦର କରୁଥିଲା। ବିବାହ ପରେ ଜୈସଲମେର୍ ଏବଂ ଦିଲ୍ଲୀ ବିମାନବନ୍ଦରରେ ସିଦ୍ଧାର୍ଥଙ୍କ ସହ କିଆରାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଶଂସକଙ୍କ ନଜର ତାଙ୍କ ମଙ୍ଗଲସୂତ୍ରରେ ହିଁ ଲାଖି ରହିଥିଲା। ସୁନାର ମଙ୍ଗଲସୁତ୍ର ମଝିରେ ଏକ ବଡ ହୀରା ରହିଛି, ଯାହାକୁ କଳା ମୋତିରେ ଖଞ୍ଜା ଯାଇଛି।

ମଙ୍ଗଳସୂତ୍ରର ଦାମ୍:

ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଏହି ମଙ୍ଗଲସୂତ୍ର ପାଇଁ ପ୍ରାୟ ୨ କୋଟି ଟଙ୍କା ଦେବାକୁ ପଡିଛି। ବିଶେଷ କଥା ହେଉଛି ମନୀଷ ଏପର୍ଯ୍ୟନ୍ତ ତାଙ୍କ ବ୍ରାଇଡାଲ୍ ଅଳଙ୍କାର ଲଞ୍ଚ୍ କରି ନାହାଁନ୍ତି। ସିଦ୍ଧାର୍ଥ-କିଆରାଙ୍କ ବିବାହରେ ଏହାର ଏକ ସ୍ୱତନ୍ତ୍ର ଝଲକ ଦେଖିବାକୁ ମିଳିଥିଲା।

ବିବାହ ପୂର୍ବରୁ ମନୀଷ ମଲହୋତ୍ରା କିଆରା ଆଡ୍‌ଭାନୀଙ୍କ ସହ ଜୈସଲମେର୍‌କୁ ଆସିଥିଲେ। ସମସ୍ତେ ଭାବିଥିଲେ ଯେ ମନୀଷ କିଆରାଙ୍କ କେବଳ ଆଉଟ୍‌ଫିଟ୍ ଡିଜାଇନ୍‌ କରିଛନ୍ତି। କିନ୍ତୁ ସେ ତାଙ୍କ ବ୍ରାଇଡାଲ୍ ଅଳଙ୍କାରକୁ ମଧ୍ୟ ବହୁତ ଭଲ ଭାବରେ ଡିଜାଇନ୍ କରିଛନ୍ତି। ଏହି ଅଳଙ୍କାର କିଆରାର ଗୋଲାପୀ ଲେହେଙ୍ଗା ସହିତ ମିଶି ତାଙ୍କୁ ରାଜକୀୟ ଲୁକ୍ ଦେଇଥିଲା।

Bollywood Kiara Advani Sidharth Malhotra
Advertisment
Advertisment