Advertisment

Param Sundari: କମାଲ କରିଦେଲେ ଜାହ୍ନବୀ-ସିଦ୍ଧାର୍ଥ ଯୋଡି, ବକ୍ସଅଫିସରେ ଧମାଲ କଲା ପରମ ସୁନ୍ଦରୀ

ରିପୋର୍ଟ ଅନୁସାରେ ପ୍ରଥମ ଦିନରେ ଫିଲ୍ମଟି ୭.୨୫ କୋଟି ଟଙ୍କା ଆୟ କରିଥିଲା, ଯାହା ସିଦ୍ଧାର୍ଥଙ୍କ କ୍ୟାରିୟରରେ ପଞ୍ଚମ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ଦ୍ୱିତୀୟ ଦିନରେ ଏହି ଆୟ ୯.୨୨ କୋଟି ଟଙ୍କାରେ ପହଞ୍ଚିଥିଲା। ଏହି ଦୁଇ ଦିନରେ ଭାରତରେ ଫିଲ୍ମର ମୋଟ ଆୟ ୧୬.୪୭ କୋଟି ଟଙ୍କା ହୋଇଛି।

author-image
Manasranjan Mohanty
param sundari

param sundari

ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁରଙ୍କ ବହୁ ପ୍ରତୀକ୍ଷିତ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ପରମ ସୁନ୍ଦରୀ’ ୨୯ ଅଗଷ୍ଟରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଫିଲ୍ମଟି ସମାଲୋଚକ ଏବଂ ଦର୍ଶକଙ୍କଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଛି। ଫିଲ୍ମଟି ପ୍ରଥମ ଦିନରୁ ବ୍ଲକବଷ୍ଟର ନଥିଲା, କିନ୍ତୁ କମ୍‌ ମଧ୍ୟ ନଥିଲା। ତଥାପି, ଦ୍ୱିତୀୟ ଦିନରେ ଏହାର ଆୟ ବୃଦ୍ଧି ପାଇଥିବା ଦେଖାଯାଇଛି।

Advertisment

ରିପୋର୍ଟ ଅନୁସାରେ ପ୍ରଥମ ଦିନରେ ଫିଲ୍ମଟି ୭.୨୫ କୋଟି ଟଙ୍କା ଆୟ କରିଥିଲା, ଯାହା ସିଦ୍ଧାର୍ଥଙ୍କ କ୍ୟାରିୟରରେ ପଞ୍ଚମ ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ଦ୍ୱିତୀୟ ଦିନରେ ଏହି ଆୟ ୯.୨୨ କୋଟି ଟଙ୍କାରେ ପହଞ୍ଚିଥିଲା। ଏହି ଦୁଇ ଦିନରେ ଭାରତରେ ଫିଲ୍ମର ମୋଟ ଆୟ ୧୬.୪୭ କୋଟି ଟଙ୍କା ହୋଇଛି। ଏହାସହ, ବିଶ୍ୱବ୍ୟାପୀ ପ୍ରଥମ ଦିନରେ ଫିଲ୍ମଟି ୧୨.୭ କୋଟି ଟଙ୍କା ଆୟ କରିଥିବା ବେଳେ, ଦ୍ୱିତୀୟ ଦିନରେ ଏହା ୨୦ କୋଟି ଟଙ୍କା ଅତିକ୍ରମ କରିଛି।

ଏହି ଫିଲ୍ମ ୪୫-୫୦ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଛି। ଏହା ଫଳରେ ଫିଲ୍ମଟି ଅର୍ଜୁନ କପୁର, ଭୂମି ପେଡନେକର ଏବଂ ରକୁଲ ପ୍ରୀତ ସିଂହଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ମେରେ ହଜବାଣ୍ଡ କି ବିବି’ର ଲାଇଫଟାଇମ କଲେକ୍ସନ ୧୨.୮୫ କୋଟି ଟଙ୍କାକୁ ଅତିକ୍ରମ କରିଛି। ଯଦିଓ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’ ସହ ‘ପରମ ସୁନ୍ଦରୀ’ର ତୁଳନା କରାଯାଉଛି, ତଥାପି ସିଦ୍ଧାର୍ଥ ଏବଂ ଜାହ୍ନବୀଙ୍କ ଏହି ଫିଲ୍ମ ଦ୍ୱିତୀୟ ଦିନର ଆୟ ସହ ତା’ର ନିକଟତମ ସ୍ଥାନରେ ମଧ୍ୟ ନାହିଁ।

Advertisment

ତୁଷାର ଜଲୋଟାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପରମ ସୁନ୍ଦରୀ’ ମାଡକ ଫିଲ୍ମସର ଦିନେଶ ବିଜନଙ୍କ ଦ୍ୱାରା ପ୍ରଯୋଜନା କରାଯାଇଛି। ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସଞ୍ଜୟ କପୁର, ମଞ୍ଜୋତ ସିଂହ, ଇନାୟତ ବର୍ମା ଏବଂ ରେଞ୍ଜି ପାନିକର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

ଫିଲ୍ମର କାହାଣୀକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି, କିନ୍ତୁ ସିଦ୍ଧାର୍ଥ ଏବଂ ଜାହ୍ନବୀଙ୍କ କେମେଷ୍ଟ୍ରୀ ଏବଂ ଗୀତଗୁଡିକ ଦର୍ଶକଙ୍କ ହୃଦୟ ଜିତିଛି। ଫିଲ୍ମର କାହାଣୀ ଦିଲ୍ଲୀର ଏକ ଉତ୍ତର ଭାରତୀୟ ଯୁବକ ପରମ ଏବଂ କେରଳର ଏକ ଦକ୍ଷିଣ ଭାରତୀୟ ସୁନ୍ଦରୀର କାହାଣୀ ଉପରେ ଆଧାରିତ।

Janhvi Kapoor Sidharth Malhotra
Advertisment
Related Articles
Advertisment