Advertisment

Palak Tiwari Dating Rumours: ମୋ ଝିଅ ପ୍ରତି ତିନିରେ ଜଣେ ପୁଅକୁ ଡେଟ୍ କରୁଛି...ମୁଁ ପ୍ରତିବର୍ଷ ବିବାହ କରୁଛି: ଶ୍ୱେତା ତିୱାରୀ

ପଲକ ତିୱାରୀ କିଛି ଦିନ ହେବ ଡେଟିଂ ଗୁଜବ ପାଇଁ ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ ପଲକ ତିୱାରୀଙ୍କ ମା’ ଶ୍ୱେତା ତିୱାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।

ଅଦ୍ୟତନ ହୋଇଛି
Shweta tiwari reaction on daughter palak tiwari dating rumours

Shweta tiwari reaction on daughter palak tiwari dating rumours

Advertisment

ଇବ୍ରାହିମ୍‌ ଅଲି ଖାନଙ୍କ ସହ ଡେଟିଂ ଗୁଜବ ପାଇଁ ପଲକ ତିୱାରୀ କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ଉଭୟ ବାରମ୍ବାର କହିଛନ୍ତି ଯେ ସେମାନେ କେବଳ ଭଲ ବନ୍ଧୁ। ବର୍ତ୍ତମାନ ପଲକ ତିୱାରୀଙ୍କ ମା’ ଶ୍ୱେତା ତିୱାରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।

Advertisment

ଶ୍ୱେତା କହିଛନ୍ତି ଯେ ଏଭଳି ଗୁଜବ ତାଙ୍କୁ ଆଦୌ ଅସୁବିଧାରେ ପକାଏ ନାହିଁ। ଶ୍ୱେତା ନିକଟରେ ଏକ ସାକ୍ଷାତକାରରେ ପଲକଙ୍କ ଡେଟିଂ ଖବର ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।

Advertisment

ସାକ୍ଷାତକାରରେ ଶ୍ୱେତା ତିୱାରୀ କହିଛନ୍ତି, “ଏଭଳି ଗୁଜବ ମୋତେ ଆଉ ଅସୁବିଧାରେ ପକାଏ ନାହିଁ। ଏତେ ବର୍ଷରେ, ମୁଁ ଜାଣିନେଲି ଯେ ଲୋକଙ୍କ ପାଖରେ କେବଳ ୫ ଘଣ୍ଟାର ସ୍ମରଣଶକ୍ତି ଥାଏ। ସେମାନେ ଖବରକୁ ଭୁଲିଯାଆନ୍ତି ତେବେ ଏଥିରେ ବ୍ୟସ୍ତ ହେବାର କ’ଣ ଅଛି? ଗୁଜବ ଅନୁଯାୟୀ, ମୋ ଝିଅ ପ୍ରତି ତିନିରେ ଜଣେ ପୁଅକୁ ଡେଟ୍ କରୁଛି ଏବଂ ମୁଁ ପ୍ରତିବର୍ଷ ବିବାହ କରୁଛି।”

Advertisment

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ


ଡେଟିଂ ଗୁଜବରେ ଶ୍ୱେତାଙ୍କ ମତ:

ସେ ଆହୁରି ମଧ୍ୟ କହିଛନ୍ତି, “ଇଣ୍ଟରନେଟ ଅନୁଯାୟୀ ମୁଁ ତିନିଥର ବିବାହ କରିସାରିଛି। ଏହି ଜିନିଷଗୁଡ଼ିକ ମୋତେ ଆଉ ପ୍ରଭାବିତ କରେ ନାହିଁ। କିନ୍ତୁ ଏହା ପୂର୍ବରୁ ପ୍ରଭାବିତ କରୁଥିଲା, ଯେତେବେଳେ କୌଣସି ସୋସିଆଲ୍ ମିଡିଆ ନ ଥିଲା ଏବଂ କିଛି ସାମ୍ବାଦିକ ଆପଣଙ୍କ ବିଷୟରେ ଭଲ କଥା ଲେଖିବାକୁ କେବେ ପସନ୍ଦ କରୁ ନ ଥିଲେ। ଅଭିନେତାମାନଙ୍କ ବିଷୟରେ ବହୁତ ନେଗେଟିଭିଟି ବିକ୍ରି କରନ୍ତି କିନ୍ତୁ ଏହିପରି ଗୁଜବ ମୋତେ ଆଉ ପ୍ରଭାବିତ କରୁ ନାହିଁ।”


ଟ୍ରୋଲ ଯୋଗୁଁ ଦୁଃଖ:

ତେବେ ଝିଅ ପଲକଙ୍କ ଟ୍ରୋଲ୍‌କୁ ନେଇ ଦୁଃଖ ପ୍ରକାଶ କରି ଶ୍ୱେତା ତିୱାରୀ କହିଛନ୍ତି, “ଏହା ମୋତେ ବେଳେବେଳେ ଭୟଭୀତ କରେ। ପଲକ ଯାହା ଦେଖାଯାଉନା କାହିଁକି, ସେ ବହୁତ ସାଧାସିଧା ଝିଅ। ସେ ଲୋକମାନଙ୍କୁ କିପରି ଉତ୍ତର ଦେବ ଜାଣେ ନାହିଁ। ଟ୍ରୋଲିଂର ଏହି ଯୁଗ ଅତ୍ୟନ୍ତ ଭୟଙ୍କର ହୋଇଯାଇଛି। ଲୋକମାନେ ତାଙ୍କୁ ତଳକୁ ଟାଣିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ କମେଣ୍ଟ ପଢେ ନାହିଁ। ତଥାପି, ଯେତେବେଳେ ସେ ଟ୍ରୋଲ୍‌ ହୁଏ ଏହା ମୋତେ ପ୍ରଭାବିତ କରେ।”

ଅଧିକ ପଢ଼ନ୍ତୁ: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ


ପଲକ-ଇବ୍ରାହିମ ଡେଟିଂ ଗୁଜବ:

ପଲକ ତିୱାରୀ ଏବଂ ଇବ୍ରାହିମ ଅଲି ଖାନଙ୍କ ଡେଟିଂ ଗୁଜବ ପ୍ରଥମେ ୨୦୨୨ ମସିହାରେ ସାମ୍ନାକୁ ଆସିଥିଲା, ଯେତେବେଳେ ସେମାନେ ପାପାରାଜିଙ୍କ ଦ୍ୱାରା କ୍ୟାମେରାରେ କଏଦ ହୋଇଥିଲେ। ଏହା ପରେ, ସେମାନେ ମୁମ୍ବାଇରେ ଏକ କନ୍ସର୍ଟରେ ମଧ୍ୟ ଏକାଠି ନଜର ଆସିଥିଲେ, ଯାହା ନେଟିଜେନମାନଙ୍କୁ ନିଶ୍ଚିତ କରିଥିଲା ​​ଯେ ଦୁହେଁ ପ୍ରକୃତରେ ଡେଟିଂ କରୁଛନ୍ତି।


ଆମେ ଭଲ ବନ୍ଧୁ:

ଏହାପୂର୍ବରୁ ଏକ ସାକ୍ଷାତକାରରେ ପଲକ ତିୱାରୀ ନିଶ୍ଚିତ କରିଥିଲେ ଯେ ସେ ଏବଂ ଇବ୍ରାହିମ କେବଳ ଭଲ ବନ୍ଧୁ। ସେ କହିଥିଲେ, “ଆମେ ବର୍ତ୍ତମାନ ବାହାରକୁ ଯାଇଥିଲୁ ଏବଂ ପାପାରାଜିମାନେ ଆମକୁ କ୍ଲିକ୍ କରିଥିଲେ। ବାସ୍ତବରେ, ଆମେ ଏକ ଗ୍ରୁପ ସହିତ ଥିଲୁ, ଆମେ ଏକା ନଥିଲୁ। କିନ୍ତୁ ଫଟୋଗୁଡ଼ିକ ଏହିପରି ଆସିଲା। ଏହା ହେଉଛି ସେହି କାହାଣୀ ଯାହାକୁ ଲୋକମାନେ ଅଧିକ ପସନ୍ଦ କରିଥିଲେ। ଆମେ କିନ୍ତୁ ଭଲ ବନ୍ଧୁ। ସେ ବହୁତ ଭଲ ପିଲା। ଆମେ ବେଳେବେଳେ କଥାବାର୍ତ୍ତା ହେଉ, ବାସ୍ ଏତିକି।”


ଆଗାମୀ ଫିଲ୍ମ:

ପ୍ରକାଶଥାଉ ଯେ ଆଗାମୀ ଦିନରେ ପଲକ ହରର୍-କମେଡି 'ଦି ଭର୍ଜିନ୍ ଟ୍ରି'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତ, ମୌନି ରୟ ଏବଂ ସନ୍ନି ସିଂହ ମଧ୍ୟ ଅଭିନୟ କରିବେ ଏବଂ ଏହା ୨୦୨୫ରେ ରିଲିଜ ହେବାର ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ: ସଟ୍ ବଡିକନ୍‌ରେ ପଲକ ତିୱାରୀଙ୍କ ଘାତକ ଲୁକ୍; ପାଗଳ ହେଲେ ପ୍ରଶଂସକ

Social Media Shweta Tiwari Palak Tiwari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ