/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733391000.jpg)
Salman Khan
ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ବଡ଼ ଖବର । ଖବର ମୁତାବକ ଜଣେ ବ୍ୟକ୍ତି ବେଆଇନ ଭାବେ ସଲମାନଙ୍କ ସୁଟିଂ ସାଇଟରେ ପ୍ରବେଶ କରିଥିଲେ । ସନ୍ଦେହ ହେବାରୁ ଉକ୍ତ ବ୍ୟକ୍ତିଙ୍କୁ ଯେତେବେଳେ ପଚରାଯାଇଥିଲା, ସେତେବେଳେ ସେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ନାଁ ନେଇଥିଲା । ବ୍ୟକ୍ତି ଜଣକ କହିଥିଲେ, ମୁଁ ବିଷ୍ଣୋଇଙ୍କୁ କହିବି କି ? ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ଅଧିକ ପଚରାଉଚରା କରିବା ପାଇଁ ଶିବାଜୀ ପାର୍କ ପୋଲିସ ଷ୍ଟେସନକୁ ନିଆଯାଇଛି ।
ସୂଚନାନୁସାରେ, ଏହି ଘଟଣା ମୁମ୍ବାଇର ଜୋନ୍- ୫ରେ ଘଟିଥିଲା । ସନ୍ଦିଗ୍ଧ ବ୍ୟକ୍ତି ଲରେନ୍ସ ବିଷ୍ଣୋଇ ନାମ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ପଚରାଉଚରା କରୁଛି । ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ଏହି ଅଜ୍ଞାତ ବ୍ୟକ୍ତି ପ୍ରବେଶ କରିବା ସମୟରେ ସଲମାନ ଖାନ ସୁଟିଂ ସ୍ଥାନରେ ଉପସ୍ଥିତ ଥିଲେ । ଯେତେବେଳେ ସେ ଲରେନ୍ସ ବିଷ୍ଣୋଇର ନାଁ ନେଇଥିଲା ସେତେବେଳେ କିଛି କ୍ରୁ ମେମ୍ବର ତାଙ୍କୁ ଦେଖିଥିଲେ ।
ଅଧିକ ପଢ଼ନ୍ତୁ: ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାଭିସ୍, ସାମିଲ ହେବେ ପ୍ରଧାନମନ୍ତ୍ରୀ
ମୁମ୍ବାଇ ପୋଲିସର ସୂଚନାନୁସାରେ, ଦାଦର ୱେଷ୍ଟରେ ସଲମାନ ଖାନଙ୍କ ସୁଟିଂ ଚାଲିଥିଲା । ସଲମାନଙ୍କ ଜଣେ ପ୍ରଶଂସକ ସୁଟିଂ ଦେଖିବାକୁ ଚାହୁଁଥିଲେ । କିନ୍ତୁ ସୁରକ୍ଷାକର୍ମୀ ତାଙ୍କୁ ଭିତରକୁ ଛାଡ଼ି ନଥିଲେ । ଯାହାଫଳରେ ସୁରକ୍ଷାକର୍ମୀ ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ କିଛି ସମୟ ପାଇଁ ଠେଲାପେଲା ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ରାଗିଯାଇ ସେହି ବ୍ୟକ୍ତି ଲରେନ୍ସ ବିଷ୍ଣୋଇର ନାଁ ନେଇଥିଲା । ଯାହାପରେ ସୁରକ୍ଷାକର୍ମୀ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ପୋଲିସ୍ ସୂଚନା ଅନୁସାରେ ସେହି ବ୍ୟକ୍ତି ମୁମ୍ବାଇର । ପୋଲିସ୍ ଉକ୍ତ ବ୍ୟକ୍ତିର ବ୍ୟାକ୍ଗ୍ରାଉଣ୍ଡ ଯାଞ୍ଚ କରିଛି ।
ସୂଚନା ଅନୁସାରେ ଯେ ବଲିଉଡର ଦବଙ୍ଗ ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ନାମରେ ଅନେକ ଥର ଧମକ ଦିଆଯାଇଛି । ନିକଟରେ ଅଭିନେତାଙ୍କ ଠାରୁ ୫ କୋଟି ଟଙ୍କା ମଧ୍ୟ ମାଗିଥିଲେ । କିଛି ଦିନ ପୂର୍ବରୁ ବାନ୍ଦ୍ରା ଅଭିନେତାଙ୍କ ଘର ବାହାରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଲରେନ୍ସ ଗ୍ୟାଙ୍ଗର ନାମ ମଧ୍ୟ ଆସିଥିଲା । ନିକଟରେ ସଲମାନ ଖାନଙ୍କ ନିକଟ ବାବା ସିଦ୍ଦିକିଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା । ଏଥିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାମ ମଧ୍ୟ ଆସିଥିଲା ।
ଅଧିକ ପଢ଼ନ୍ତୁ: ଆସାମ ସରକାରଙ୍କ ବଡ଼ ଘୋଷଣା; ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଓ ଖାଇବାରେ କଟକଣା
ଗତ କିଛି ମାସ ମଧ୍ୟରେ ଅଭିନେତାଙ୍କୁ ଧମକ ସଂଖ୍ୟା ବୃଦ୍ଧି ପାଇଛି । ନିକଟରେ ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇଙ୍କ ନାମରେ ଧମକ ଦିଆଯାଇଥିଲା । ଧମକ ଦେଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇର ଭାଇ ବୋଲି ପରିଚୟ ଦେଇଥିଲା । ସେ ଧମକ ଦେଇ 5 କୋଟି ଟଙ୍କା ଦେବାକୁ କହିଥିଲେ । ସେ ଧମକ ଦେଇ କହିଥିଲା ଯେ, 'ଯଦି ସଲମାନ ଖାନ ଜୀବିତ ରହିବାକୁ ଚାହାଁନ୍ତି ତେବେ ସେ ଆମ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ କିମ୍ବା ୫ କୋଟି ଟଙ୍କା ଦିଅନ୍ତୁ । ଯଦି ସେ ତାହା ନକରନ୍ତି, ଆମେ ତାଙ୍କୁ ହତ୍ୟା କରିବୁ । ଆମ ଗ୍ୟାଙ୍ଗ୍ ଏବେ ବି ସକ୍ରିୟ ଅଛି। ତେବେ ଏହି ଧମକ ଦେଇଥିବା ବ୍ୟକ୍ତିକୁ ପୋଲିସ୍ କର୍ଣ୍ଣାଟକରୁ ଗିରଫ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)