Advertisment

Shefali Jariwala: ଆଖି ବୁଜିଲେ 'କାଣ୍ଟା ଲଗା ଗାର୍ଲ' ଓ 'ବିଗ୍ ବସ୍ ଫେମ୍' ଶେଫାଳି ଜରିୱାଲା

ଶୁକ୍ରବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତ୍ରୀ ତଥା ବିଗ୍ ବସ୍ ୧୩ ଫେମ୍ ଶେଫାଳି ଜରିୱାଲାଙ୍କ ୪୨ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । କୁପର ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମରଶରୀର ପଠା ଯାଇଛି ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Shefali Jariwala

Shefali Jariwala

ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ତଥା ବିଗ୍ ବସ୍ ୧୩ ଫେମ୍ ଶେଫାଳି ଜରିୱାଲାଙ୍କ ପରଲୋକ ଘଟିଛି । ଗତ କାଲି ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା । ସେ ମୁମ୍ବାଇରେ ରହୁଥିଲେ ।

Advertisment

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତିରେ ଶେଫାଳି ଜରିୱାଲାଙ୍କ ହୃଦଘାତ ହୋଇଥିଲା । ତାଙ୍କ ସ୍ୱାମୀ ତଥା ଅଭିନେତା ପରାଗ ତ୍ୟାଗୀ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଥିଲେ, ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ତାଙ୍କ ମୃତ ଶରୀରକୁ ରାତି ପ୍ରାୟ ୧୨.୩୦ ବେଳେ ବ୍ୟବଚ୍ଛେଦ ପାଇଁ କୁପର ହସ୍ପିଟାଲକୁ ନିଆ ଯାଇଥିଲା ।

ଅଧିକ ପଢ଼ନ୍ତୁ: ବଙ୍ଗାଳୀ ଭାଷା ଶିଖୁଛନ୍ତି, ଚରିତ୍ରକୁ ନେଇ ନର୍ଭସ...କହିଲେ ମଜା ଆସିବ

Advertisment

କୁପର ହସ୍ପିଟାଲର ଆସିଷ୍ଟାଣ୍ଟ ମେଡିକାଲ ଅଫିସର କହିଛନ୍ତି ଯେ, ଶେଫାଳିଙ୍କୁ ଅନ୍ୟ ହସ୍ପିଟାଲରୁ ଏଠାକୁ ଅଣା ଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ । 

ତେବେ ଶେଫାଳିଙ୍କ ମୃତ୍ୟୁ ଖବର ପାଇବା ପରେ ତଦନ୍ତ କରିବା ପାଇଁ ଅନ୍ଧେରୀ ସ୍ଥିତ ସେ ରହୁଥିବା ଘରେ ଯାଇ ପହଞ୍ଚିଥିଲା ମୁମ୍ବାଇ ପୋଲିସ୍ । ଏକ ଫରେନସିକ୍ ଟିମ୍ ମଧ୍ୟ ପହଞ୍ଚିଥିଲା ଏବଂ ଘରର ସମ୍ପୂର୍ଣ୍ଣ ତଲାସୀ କରିଥିଲା । କିନ୍ତୁ ଆନୁଷ୍ଠାନିକ ଭାବେ ତାଙ୍କର ମୃତ୍ୟୁର କାରଣ ପ୍ରକାଶ ପାଇନାହିଁ । 

ସୂଚନାଯୋଗ୍ୟ, ଶେଫାଳି ଜରିୱାଲା ୨୦୦୨ରେ ‘କାଣ୍ଟା ଲଗା’ ମ୍ୟୁଜିକ୍ ଭିଡିଓରେ ଆଦୃତି ପାଇଥିଲେ । ବଲିଉଡ୍ ଚଳଚ୍ଚିତ୍ର ‘ମୁଝସେ ଶାଦୀ କରୋଗି’ ରେ ନଜର ଆସିଥିଲେ । ସେ ‘ବିଗ୍ ବସ୍ ୧୩’ ସମେତ ବହୁ ରିୟଲିଟି ସୋରେ ଭାଗ ନେଇଥିଲେ । ସେ ସବୁଠୁ ଲୋକପ୍ରିୟ ଡ୍ୟାନ୍ସ ରିୟଲିଟି ସୋ ‘ବୁଗି ୱୁଗି’ ଓ ‘ନଚ ବଲିୟେ ୫’ ଓ ‘ନଚ ବଲିୟେ ୭’ ସିଜିନରେ ଭାଗ ନେଇଥିଲେ । ୨୦୧୯ରେ ୱେବରେସିଜ୍ ‘ବେବୀ କମ୍ ନା’ ରେ ଅଭିନୟ କରିଥିଲେ । 

ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ଯୋଗୁଁ ସେ ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସୁଥିଲେ । ସେ ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ସମ୍ପର୍କରେ ଥିଲେ, କିନ୍ତୁ ତାହା ଅଧିକ ସମୟ ତିଷ୍ଠି ପାରିନଥିଲା । ସେ ପ୍ରଥମେ ୨୦୦୪ରେ ମିଟ୍ ବ୍ରଦର୍ସର ମ୍ୟୁଜିସିଆନ ହରମିତ୍ ସିଂଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୦୯ରେ ସେମାନେ ଅଲଗା ହୋଇଥିଲେ । ଏହା ପରେ ୨୦୧୫ରେ ସେ ପରାଗ ତ୍ୟାଗୀଙ୍କୁ ବିବାହ କରିଥିଲେ । 

ଅଧିକ ପଢ଼ନ୍ତୁ: ଗୋବିନ୍ଦା ଦେଲେ ଖୁସି ଖବର; ବଡ଼ ପରଦାକୁ ରିଟର୍ନ… କରିବେ ଏହି ଫିଲ୍ମ୍

Bollywood Shefali Jariwala Big Boss
Advertisment
Advertisment