Advertisment

‘ପଠାନ୍‌’ରେ ଶାହରୁଖଙ୍କ ୮ ପ୍ୟାକ୍ ଆବ୍ସ କ’ଣ ରବର୍‌ସୁଟ୍ !

‘ପଠାନ୍‌’କୁ ନେଇ ଶାହରୁଖ ଖାନ ଏବେ ପ୍ରଶଂସକଙ୍କର ପ୍ରିୟ ହୋଇଯାଇଛନ୍ତି। ଏବେ ବି ଅନେକ ହଲ୍‌ରେ ‘ପଠାନ୍’ ଚାଲିଛି। ଏହାରି ଭିତରେ ‘ପଠାନ’ରେ ଶାହରୁଖଙ୍କ ଲୁକ୍ ଓ ୮ ପ୍ୟାକ୍ ଆବ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା କ’ଣ ନକଲି ?...

ଅଦ୍ୟତନ ହୋଇଛି
Shah Rukh Khan Flaunts 8 Pack abs In Pathaan Real Or Not

Shah rukh khan flaunts 8 pack abs in pathaan real or not

Advertisment

ଶାହରୁଖ ଖାନ୍ ଅଭିନୀତ 'ପଠାନ' ଦିନକୁ ଦିନ ନୂଆ ରେକର୍ଡ କରି ଚାଲିଛି। ଶାହରୁଖ ଦୀର୍ଘ ୪ ବର୍ଷ ପରେ ପରଦାକୁ ଆସିଥିବାରୁ ତାଙ୍କ ପ୍ରଶଂସକମାନେ ଖୁବ୍ ଖୁସି ଥିବା ଦେଖାଯାଏ। ସେହିପରି ଶାହରୁଖ ଖାନ ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ପ୍ରଭାବିତ କରିବା ନେଇ କୌଣସି ବି ମୌକା ହାତଛଡା କରୁ ନାହାନ୍ତି। ଏବେ ‘ପଠାନ’ରେ ଶାହରୁଖଙ୍କ ଲୁକ୍ ଓ ୮ ପ୍ୟାକ୍ ଆବ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ବର୍ତ୍ତମାନ ତାଙ୍କର ଏକ ଫଟୋ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି, ଯାହା ତାଙ୍କର କଠିନ ପରିଶ୍ରମ ଏବଂ ଫିଟ୍ ବଡି ଉପରେ ପ୍ରଶ୍ନ ଉଠାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ କହୁଛି ଯେ 'ପଠାନ'ରେ ଦେଖାଯାଇଥିବା ଶାହାରୁଖଙ୍କ ୮ ପ୍ୟାକ୍ ଆବ୍ସ ବାସ୍ତବ ନୁହେଁ । ଏହା ନକଲି।

ଅଧିକ ପଢ଼ନ୍ତୁ: 'ପଠାନ୍‌' ଦେଖିବାକୁ ଚାହୁଁଥିଲେ ଏହି ୧୦ ପ‍ଏଣ୍ଟ୍ ଉପରେ ନଜର ପକେଇ ନିଅନ୍ତୁ

Advertisment
Shah rukh khan flaunts 8 pack abs in pathaan real or not(‘ପଠାନ୍‌’ରେ ଶାହରୁଖଙ୍କ ୮ ପ୍ୟାକ୍ ଆବ୍ସ କ’ଣ ନକଲି!)

କୁହାଯାଉଛି ଯେ ଶାହରୁଖ ଖାନ ‘ପଠାନ’ରେ ତାଙ୍କ ଶରୀରକୁ ଏଭଳି ଦେଖାଇବା ପାଇଁ ରବରରେ ନିର୍ମିତ ଏକ ବଡିସୁଟ୍ ପିନ୍ଧିଥିଲେ। ଏହି ବଡିସୁଟ୍ ତାଙ୍କର ୮ ପ୍ୟାକ୍ ଆବ୍ସକୁ ଚିତ୍ରଣ କରୁଥିଲା। ଫଟୋ ଦେଖିବା ପରେ ଶାହରୁଖଙ୍କ ପ୍ରଶଂସକମାନେ ମଧ୍ୟ ନିରାଶ ହୋଇଛନ୍ତି। ଭାଇରାଲ ହେଉଥିବା ଏହି ଫଟୋରେ ଶାହରୁଖଙ୍କ ପାଖରେ ଦୁଇ ଜଣ ବ୍ୟକ୍ତି ଥିବା ଦେଖାଯାଏ। ସେମାନେ ଶାହାରୁଖଙ୍କୁ ଆବ୍ସ ବାଲା ବଡିସୁଟ୍ ପିନ୍ଧଉଥିବାର ଦେଖିବାକୁ ମିଳେ। ଏହି ଫଟୋକୁ Vikash Ahir ନାମକ ଏକ ଇଣ୍ଟାଗ୍ରାମ ପେଜ୍‌ରୁ ଶେୟାର ହୋଇଥିବା ବେଳେ କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ “ଶାହରୁଖଙ୍କ ଆବ୍ସ ଅସଲି ନୁହେଁ, ଏହା ରବରରେ ତିଆରି ବଡିସୁଟ୍।”

ଯଦି ବି ଆପଣ ଶାହରୁଖଙ୍କ ଏହି ଭାଇରାଲ୍ ଫଟୋକୁ ନେଇ ନିରାଶ ହୋଇଛନ୍ତି କିମ୍ବା ତାଙ୍କ ଆବ୍ସ ନକଲି ବୋଲି ଭାବୁଛନ୍ତି, ତେବେ ଜାଣନ୍ତୁ ଯେ ଏହା ସେପରି ନୁହେଁ। କାରଣ, ବର୍ତ୍ତମାନ ଏହି ଭାଇରାଲ୍ ଫଟୋର ସତ୍ୟତା ସାମ୍ନାକୁ ଆସିଛି। ସତ ହେଉଛି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଶାହରୁଖଙ୍କ ନୁହେଁ। ଏହା ଅନ୍ୟ ଜଣଙ୍କର ହୋଇଥିବା ବେଳେ ଏହା ଉପରେ ଶାହରୁଖଙ୍କ ମୁହଁକୁ ଲଗାଯାଇଛି।

Advertisment

ଅଧିକ ପଢ଼ନ୍ତୁ: KRK ବଦଳେଇଲେ ଭାଷା; ଶାହରୁଖଙ୍କୁ କଲେ ଖୁବ୍ ପ୍ରଶଂସା

ଏହି ଫଟୋ ହଲିଉଡ୍‌ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡ୍‌ଗେମ୍‌' ରୁ ଆସିଥିବା ବେଳେ ଏହା ହଲିଉଡ୍‌ ଅଭିନେତା କ୍ରିସ୍‌ ହେମ୍ସୱର୍ଥଙ୍କର, ଯିଏ ମୋଟା ଦେଖାଯିବା ପାଇଁ ଏହି ବଡିସୁଟ୍ ପିନ୍ଧିଥିଲେ। ଫଟୋରେ ଶାହରୁଖଙ୍କ ମୁହଁକୁ କ୍ରିସ୍ ହେମ୍ସୱର୍ଥଙ୍କ ସ୍ଥାନରେ ରଖାଯାଇଛି। ଏହାକୁ ଶେୟାର କରାଯାଇ କୁହାଯାଇଛି ଯେ ଅଭିନେତା ପଠାନରେ ତାଙ୍କର ୮ ପ୍ୟାକ୍ ଆବ୍ସ ଦେଖାଇ ତାଙ୍କ ପ୍ରଶଂସକଙ୍କୁ ପ୍ରତାରଣା କରିଛନ୍ତି। କେବଳ ଏତିକି ନୁହେଁ, ଏହି ଫଟୋରୁ ଶେୟାର କରି ଅନେକ ବ୍ୟକ୍ତି କହିଛନ୍ତି ଯେ ଏହି ଫଟୋକୁ ଏଡିଟ୍ କରାଯାଇଛି।

Bollywood Pathan Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ