• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରିଲିଜ୍ ହୋଇଛି ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଏବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି । ଥ୍ରୀ-ଇଡିୟଟ୍ସ ଓ ପିକେ ପରେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିବ ବୋଲି କୁହାଯାଉଛି । ଫିଲ୍ମଟି ଲୋକଙ୍କୁ ହସାଉଛି, କନ୍ଦାଉଛି ଏବଂ ତାସହ ଶାହରୁଖଙ୍କର ‘ଏକ ସେ ବଢ଼କର୍ ଏକ ଡାଇଲଗ୍’ ଫ୍ୟାନକୁ କିମିଆ କରିଛି ।

ଭୁବନେଶ୍ବରରେ ସକାଳ ସାଢ଼େ ୬ଟାରୁ ଶୋ’ ଦେଖିବାକୁ ଖଚାଖଚ୍ ଭିଡ଼ ଜମିଛି । ଜାନୁଆରୀରେ ପଠାନ, ସେପ୍ଟେମ୍ବରରେ ଜୱାନ୍ ଆଉ ଆଜି ଡଙ୍କି । କିଙ୍ଗଖାନଙ୍କ ଏବର୍ଷର ତୃତୀୟ ବହୁ ପ୍ରତୀକ୍ଷିତ ଫିଲ୍ମ ରିଲିଜ୍ ହୋଇଛି । ଫାଷ୍ଟ ଡେ’ ଫାଷ୍ଟ ଶୋ’ ବମ୍ବର ଓପନିଂ ସହ ସ୍କ୍ରିନ୍ କୁ ଫେରିଛନ୍ତି ଶାହରୁଖ ।

ମୁମ୍ବାଇ, ଦିଲ୍ଲୀ, ସମେତ ଦେଶର ବିଭିନ୍ନ ମେଟ୍ରୋ ସିଟିରେ ସକାଳ ୬ଟାରୁ ଏବଂ ଭୁବନେଶ୍ବରରେ ସାଢ଼େ ୬ଟାରୁ ଶୋ’ ଆରମ୍ଭ ହୋଇଛି, ତା ପୁଣି ଖଚାଖଚ୍ ଦର୍ଶକଙ୍କ ଭିଡ଼ ଭିତରେ । ଏଥର ଆକ୍ସନ୍ କମ୍ ଆକ୍ଟିଂ ଅଧିକ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ କାହାଣୀ ସବୁବେଳେ ବଳିଷ୍ଠ ଭୂମିକା ନେଇଥାଏ ।

ତେଣୁ ଏଥର ବି ସେମିତି କିଛି କିମିଆ ବଡ଼ ପରଦାରେ ଦେଖିଛନ୍ତି ଫ୍ୟାନ୍ । ତାପସୀ ପାନୁଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିଛନ୍ତି ବାଦଶାହ । ତା’ ସହ ଭିକି କୌଶଲ, ବୋମନ ଈରାନୀଙ୍କୁ ଦେଖିବାକୁ ମିଳିଛି । ପ୍ରଥମ ଦିନର ଭିଡ଼ ଦେଖି ଲାଗୁଛି ଡଙ୍କି ବି ପୂର୍ବ ଦୁଇଟି ଫିଲ୍ମ ଭଳି ସବୁ ରେକର୍ଡ ଭାଙ୍ଗିବ ।

ପ୍ରଥମ ଦିନ ପାଇଁ ୨ ଲକ୍ଷରୁ ଅଧିକ ଟିକେଟ୍ ବୁକିଂ ସରିଲାଣି । ସାଢ଼େ ୩ ଲକ୍ଷରୁ ଅଧିକ ଛୋଟ ବଡ଼ ସ୍କ୍ରିନରେ ହିନ୍ଦୀ, ତେଲୁଗୁ ଏବଂ ତାମିଲରେ ରିଲିଜ୍ ହୋଇଛି ସିନେମା । ତେବେ ଆସନ୍ତାକାଲିଠୁ ଡଙ୍କି ପାଇଁ ବଡ଼ ଚ୍ୟାଲେଂଜ ପାଲଟିଛି ପ୍ରଭାସଙ୍କ ସାଲାର୍ । ସାଉଥର ଅନେକ ସ୍କ୍ରିନ୍ କ୍ୟାପଚର୍ କରିଛି । ଫଳରେ ଡଙ୍କି ପାଇଁ ବଡ଼ ବାଧକ ସାଜିଛି ସାଲାର୍ ।