Advertisment

ହିଟ୍ ଷ୍ଟ୍ରୋକ୍-ଡିହାଇଡ୍ରେସନ୍‌ରୁ ଅସୁସ୍ଥ ହେଲେ ଶାହରୁଖ

ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ଶାହରୁଖଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସର ମ୍ୟାଚ୍ ହୋଇଥିଲା। ଏହାପରେ ଶାହରୁଖ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଆଜି ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Heatstroke sends Shah Rukh Khan to hospital

Shah Rukh Khan

Advertisment

ବଲିଉଡ୍ ଷ୍ଟାର୍ ଶାହରୁଖ୍ ଖାନ୍ ଅସୁସ୍ଥ। ହିଟ୍ ଷ୍ଟ୍ରୋକ୍ ଓ ଡିହାଇଡ୍ରେସନ୍ କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି, ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପତ୍ନୀ ଗୌରୀ ଖାନ ଏବଂ ଅଭିନେତ୍ରୀ ଜୁହି ଚାୱଲା ତାଙ୍କ ସ୍ୱାମୀ ଜୟ ମେହେଟ୍ଟାଙ୍କ ସହ ଆଜି ହସପିଟାଲ ଯାଇ ଶାହରୁଖଙ୍କୁ ଭେଟିଛନ୍ତି।

Advertisment

ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ଶାହରୁଖଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସର ମ୍ୟାଚ୍ ହୋଇଥିଲା। ଏହାପରେ ଶାହରୁଖ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଆଜି ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ଚାଲିଥିଲା ଷ୍ଟାର ସ୍ପୋର୍ଟ୍ସ ଲାଇଭ୍‌; ହଠାତ ପଶିଗଲେ ଶାହରୁଖ୍‌..ଭୁଲ୍ ମାଗିଲେ..ଦେଖନ୍ତୁ ଭିଡିଓ

Advertisment

ଅନ୍ୟପଟେ IPL ଫାଇନାଲରେ ଏଣ୍ଟ୍ରି ମାରିଛି କିଙ୍ଗ ଖାନ ଶାହରୁଖଙ୍କ ଟିମ୍‌ କୋଲକାତା ନାଇଟ ରାଇଡର୍ସ। କ୍ୱାଲିଫାୟାର ୧ ରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ ଦେଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ଆଇପିଏଲ୍‌ ଟିମ୍‌ର ମାଲିକଙ୍କ କଥା ପଡ଼ିଲେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ। ତାଙ୍କର ଲୋକପ୍ରିୟତା କେବଳ ଅଭିନୟ କ୍ଷେତ୍ରରେ ନୁହେଁ ବରଂ କ୍ରୀଡ଼ା କ୍ଷେତ୍ରରେ ବି ବେଶ୍‌ ଅଧିକ।

ଗତକାଲିର ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଶାହରୁଖ ତାଙ୍କ ଝିଅ ସୁହାନା ଓ ପୁଅ ଆବ୍ରାହମଙ୍କ ସହ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ପ୍ରତିଟି ମ୍ୟାଚ୍‌ର ଶେଷରେ ଶାହରୁଖ ପଡ଼ିଆର ଚାରିପଟେ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି। କାଲି ମଧ୍ୟ ସେ ଅହମ୍ମଦାବାଦର ସମସ୍ତ କ୍ରିକେଟ ପ୍ରେମୀଙ୍କୁ ହାତ ହଲାଇ ଚିୟର୍ସ କରିଥିଲେ। 

Advertisment

ଦର୍ଶକଙ୍କ ଭିଡ଼ରେ ସେ ଏତେ ମଜିଯାଇଥିଲେ ଯେ, ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟର ଲାଇଭ୍‌ ଚାଲିଥିବା ବେଳେ ସେ ଦର୍ଶକଙ୍କୁ ହାତ ହଲାଇ ତାଙ୍କ ଆଲୋଚନା ମଝିରେ ପଶିଯାଇଥିଲେ। ସେ ଲାଇଭ ଚାଲିଥିବା ଜାଣିପାରି ସେଠାରେ ଉପସ୍ଥିତ ଥିବା ବ୍ରଡକାଷ୍ଟ ମେମ୍ବରଙ୍କୁ କ୍ଷମା ମାଗିଥିଲେ। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡିଓରେ ଶାହାରୁଖ ଝିଅ ସୁହାନା ଓ ପୁଅ ଆବ୍ରାହମଙ୍କ ସହ ଗ୍ରାଉଣ୍ତରେ ଦର୍ଶକଙ୍କୁ ହାତ ହଲାଇ ବୁଲୁଥିବା ବେଳେ ଷ୍ଟାର ସ୍ପୋର୍ଟ୍ସ ବ୍ରଡକାଷ୍ଟ ଲାଇଭ୍‌ ସାମ୍ନାକୁ ଚାଲି ଆସିଥିଲେ। ଲାଇଭ୍‌ ହେଉଥିବା ଜାଣି ସେ ତୁରନ୍ତ ଆକାଶ ଚୋପ୍ରା, ପାର୍ଥିବ ପଟେଲ ଓ ସୁରେଶ ରାଇନାଙ୍କୁ ଏନେଇ ଭୁଲ ମାଗିଥିଲେ। କିନ୍ତୁ ଆକାଶ ଚୋପ୍ରା କହିଥିଲେ ଯେ, ଠିକ୍‌ ଅଛି, ଆପଣ ଆମ ଦିନକୁ ଚାରଚାନ୍ଦ ଲଗାଇଦେଲେ। ଏହାପରେ ଶାହରୁଖ ପାର୍ଥିବ ଓ ରାଇନାଙ୍କୁ ଭୁଲ ମାଗିବା ସହ ତାଙ୍କ ସହ କାନ୍ଧ ମିଳାଇଥିଲେ।

ଏହି ଘଟଣା ଉପରେ ରାଇନା ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ସବୁବେଳେ ଶାହରୁଖଙ୍କ ସହ ଦେଖାହେଲେ ଖୁସି ଲାଗେ। କାହିଁକି ନା ସେ ଅତି ନମ୍ର ଭାବେ ସମସ୍ତଙ୍କ ସହ ମିଶିଥାନ୍ତି। ସେ ଏତେ ବଡ଼ ସୁପରଷ୍ଟାର ହୋଇଥିଲେ ବି ତାଙ୍କ ମଧ୍ୟରେ ମାନବିକତା ରହିଛି। ତାଙ୍କ ଟିମ୍‌ କେକେଆର୍‌ ଫାଇନାଲରେ ପ୍ରବେଶ କରିଥିବାରୁ ତାଙ୍କୁ ଶୁଭେଚ୍ଛା।

ଅଧିକ ପଢ଼ନ୍ତୁ: ଇମୋସନାଲ ହେଲେ ବିରାଟ, IPLରେ ଦିନେଶଙ୍କ ଶେଷ ଡ୍ୟାନ୍ସ...!

Shah Rukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ