• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: ବରିଷ୍ଠ ସିନେ ଅଭିନେତା ମିହିର ଦାସ ଅସୁସ୍ଥ । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି । 

ମିହିର ଦାସ ଜଣେ ଓଡ଼ିଆ ସିନେମା ଅଭିନେତା । ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିସିରିଛନ୍ତି । ସେ ଜଣେ ଅଭିଜ୍ଞ କଳାକାର । ଓଡ଼ିଶା ଫିଲ୍ମ ଜଗତରେ ସେ ଏମିତି ଜଣେ କଳାକାର ଯିଏ କି ସବୁ ପ୍ରକାର ଅଭିନୟ କରି ସଫଳ ହୋଇଛନ୍ତି ।

ନିଜ ଅଭିନୟ କ୍ୟାରିୟରରେ ସେ ଅନେକ ସଫଳତା ପାଇବା ସହ ଅନେକ ପୁରଷ୍କାର ମଧ୍ୟ ପାଇଛନ୍ତି । ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଚଳଚ୍ଚିତ୍ର ପାଇଁ ବିବେଚନା କରାଯାଇଥିଲା । ଫେରି ଆ ମୋ ସୁନା ଭଉଣୀ ଚଳଚ୍ଚିତ୍ରରେ ମଧ୍ୟ ସେ ଚମତ୍କାର ଅଭିନୟ କରି ଶ୍ରଷ୍ଠ ଅଭିନେତାର ପୁରଷ୍କାର ପାଇଥିଲେ । ସେହିଭଳି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରଷ୍କୃତ କରାଯାଇଛି । ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ସହକଳାକାର ଭାବେ ବିବେଚନା କରାଯାଇଥିଲା । ଏହାସହ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ମଧ୍ୟ ତାଙ୍କୁ ପୁରଷ୍କାର ଦିଆଯାଇଛି । ମୟୂରଭଞ୍ଜରରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ଜଣେ କଣ୍ଠଶିଳ୍ପୀ ହେବା ସହ ଭଲ ଅଭିନେତ୍ରୀ । 

ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍‌ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା । ତା’ପରେ ସେ ବ୍ୟବସାୟୀକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ୧୯୭୯ ମସିହାରେ ମିହିର ଦାସଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ମଥୁରା ବିଜୟ’ ରିଲିଜ ହୋଇଥିଲା । ସେ ତିନି ଦଶନ୍ଧୀ ଧରି ଓଲିଉଡ୍‌ରେ ରାଜ କରିଆସୁଛନ୍ତି କରୁଛନ୍ତି ।