Advertisment

ଭିନ୍ନ ଲୁକ୍‌ରେ ସାରା ଅଲି ଖାନ; ମୁହଁରେ ନିଶ ଆଉ ଦାଢ଼ି

ସାରା ଅଲି ଖାନ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଅନେକ ସମୟରେ ତାଙ୍କର ସୁନ୍ଦର ଆଉ ବୋଲ୍ଡ ଫଟୋ ସେୟାର କରନ୍ତି। ବର୍ତ୍ତମାନ ସାରା ତାଙ୍କର ଏମିତି ଏକ ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି।

ଅଦ୍ୟତନ ହୋଇଛି
Sara Ali Khan Latest Photo With Beard And Mustache

Sara Ali Khan latest photo with beard and mustache

Advertisment

ସାରା ଅଲି ଖାନ ଖୁବ୍ କମ ଦିନ ଭିତରେ ବଲିଉଡ ର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ସାମିଲ ହୋଇପାରିଛନ୍ତି। ସାରା ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ରେ ପର୍ଯ୍ୟନ୍ତ ସବୁଥିରେ ଖୁବ ସକ୍ରିୟ ନଜର ଆସନ୍ତି। ସାରା ତାଙ୍କ ପ୍ରଶଂସକମାନଙ୍କ ପାଇଁ ଅନେକ ସମୟରେ ତାଙ୍କର ସୁନ୍ଦର ଫଟୋ ସେୟାର କରନ୍ତି। ବର୍ତ୍ତମାନ ସାରା ତାଙ୍କର ଏମିତି ଏକ ଫଟୋ ସେୟାର କରିଛନ୍ତି ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି।

Advertisment

ସାରା ନିଜ ଇନଷ୍ଟା ଷ୍ଟୋରୀରେ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ନିଶ-ଦାଢି ଅଛି। ଏହି ଫଟୋ ବିଭିନ୍ନ ପ୍ଲାଟ୍‌ଫର୍ମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ପ୍ରଶଂସକମାନେ ଜମେଇକି ସେମାନଙ୍କ ପ୍ରତିକ୍ରିୟା ଦେଉଛନ୍ତି।

ଅଧିକ ପଢ଼ନ୍ତୁ: ଆସନ୍ତୁ ଜାଣିବା ସାରା ଅଲି ଖାନଙ୍କ ସିକ୍ରେଟ୍

ସାରା ଅଲି ଖାନ ତାଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରିଥିବା ଫଟୋରେ ସେ ଏକ ବିକିନି ପିନ୍ଧି ସୁଇମିଂ ପୁଲ୍‌ ନିକଟରେ ନଜର ଆସିଛନ୍ତି। ଏହି ଫଟୋରେ ତାଙ୍କ ମୁହଁରେ ନିଶ-ଦାଢି ଦେଖି ଆପଣ ନିଶ୍ଚିତ ଭାବୁଥିବେ ଏମିତି କେମିତି ହେଇପାରେ। ତେବେ ଜାଣନ୍ତୁ ଯେ ସାରା କେବଳ ମଜ୍ଜା କରିବା ପାଇଁ ଏମିତି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଥିବା ନିଶ-ଦାଢିକୁ ସେ ଏଡିଟ୍ କରିଛନ୍ତି। ଏନେଇ ସେ ଫିଲ୍ଟର ବ୍ୟବହାର କରିଛନ୍ତି।

Advertisment

ଏହି ଫଟୋ ପଛରେ ଥିବା ଦର୍ପଣରେ ସାରାଙ୍କ ଫଟୋ ଉଠାଉଥିବା ଫଟୋଗ୍ରାଫର୍‌ଙ୍କୁ ମଧ୍ୟ ଆପଣ ଦେଖିପାରିବେ। ତାଙ୍କର ଏହି ମଜାଳିଆ ଫଟୋ ସେୟାର କରୁଥିବାବେଳେ ସାରା ଫିଲ୍ମ ନିର୍ଦ୍ଦେଶକ ହୋମି ଅଦଜାନିଆଙ୍କୁ ତାଙ୍କ ଜନ୍ମଦିନରେ ଶୁଭ କାମନା ଜଣାଇଛନ୍ତି।

ଫଟୋ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, "ଫଟୋଗ୍ରାଫର୍‌ଙ୍କୁ ସ୍ପଟ୍ କରନ୍ତୁ! ମୋର ନାରୀତ୍ୱ, ମୋର ସୌନ୍ଦର୍ଯ୍ୟକୁ ସର୍ବଦା ବାହାରକୁ ଆଣିଥିବାରୁ ଧନ୍ୟବାଦ। ପୁଣିଥରେ ହୋମି ଅଦଜାନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା"। ସାରାଙ୍କ ଫଟୋ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି, 'ମୁଁ ପ୍ରଥମରୁ ହିଁ ସନ୍ଦେହରେ ପଡିଥିଲି'। ଅନ୍ୟ ଜଣେ ଲେଖିଛନ୍ତି, 'ଆରେ! ଏହା କେବେ ହେଲା!'

Advertisment

ପ୍ରକାଶଥାଉ ଯେ ସାରା ଅଲି ଖାନ ଖୁବ ଶୀଘ୍ର ହୋମି ଅଦଜାନିଆଙ୍କ ଫିଲ୍ମ 'ମର୍ଡର ମୁବାରକ'ରେ ନଜର ଆସିବେ। ଏହି ଫିଲ୍ମରେ କରିସ୍ମା କପୁରଙ୍କୁ ମଧ୍ୟ ସାରାଙ୍କ ସହ ଦେଖିବାକୁ ମିଳିବ।

Sara Ali Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ