• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଭଗବାନ ଶିବଙ୍କ ଭକ୍ତ ଅଭିନେତ୍ରୀ ସାରା

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ସବୁବେଳେ ନିଜ ଧର୍ମ ସହ ଅନ୍ୟ ଧର୍ମକୁ ମଧ୍ୟ ସମ୍ମାନ ଦେଇ ଆସିଛନ୍ତି । ସେଥିପାଇଁ ସାରା ଅଲ୍ଲୀ ଖାନ୍ ଜାତି ଧର୍ମ ନିର୍ବିଶେଷରେ ବାବା କେଦାର ନାଥ,ବାବା ବିଶ୍ୱନାଥଙ୍କଠୁ  ନେଇ ବାବା ମହାକାଳଙ୍କ ମନ୍ଦିରକୁ ଯାଆନ୍ତି ।  ଭଗବାନଙ୍କ ଦର୍ଶନ ପାଇଁ ସେ ମନ୍ଦିରରେ ପହଞ୍ଚିଯାନ୍ତି । ନିକଟରେ ସାରା ଉଜୈନୀର ବାବା ମହାକାଳଙ୍କ ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲେ । ସାରା ମହାକାଳଙ୍କ ମନ୍ଦିରରେ କିଛି ଫଟୋ ଉଠାଇଥିବା ବେଳେ ସୋସିଆଲ ମିଡିଆରେ ସେହି ସବୁ ଫଟୋ ସେୟାର କରିଥିଲେ । କିନ୍ତୁ ସାରାଙ୍କର ଏହି ଫଟୋ ଅନେକଙ୍କୁ ପସନ୍ଦ ଆସିନଥିଲା । ସାରାଙ୍କୁ ବହୁ ୟୁଜର୍ ଟ୍ରୋଲ୍ କରିଥିଲେ ।

ତେବେ ଏବେ ପ୍ରଶ୍ନ ଉଠୁଛି ଯେ କାହିଁକି ସାରା ଅଲ୍ଲୀ ଖାନଙ୍କୁ ହିନ୍ଦୁ ମନ୍ଦିରକୁ ଯିବା ପାଇଁ ଟ୍ରୋଲ୍ କରାଯାଏ । ଟ୍ରୋଲ୍ କରୁଥିବା ୟୁଜର୍ ସାରାଙ୍କୁ ମୁସଲମାନ କଣ ତାହା ତାଙ୍କୁ ପ୍ରଶ୍ନ କରିଛିନ୍ତି । ସାରା ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିବା ସହିତ ଜୟ ମହାକାଳ ଲେଖି ପୋଷ୍ଟ କରିଥିଲେ । ଫଟୋରେ ସାରା ଏକ କଳା ରଙ୍ଗର ଚାଦର ପକାଇଥିଲେ ଓ ସେଥିରେ ମହାକାଳ ଲେଖାଯାଇଥିଲା । ଏହି ପୋଷ୍ଟ ଦେଖିବାପରେ ବହୁ ୟୁଜର୍ ସାରାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ । ଅନେକ ସାରାଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।ଏହାଛଡ଼ା ବହୁ ସୋସିଆଲ ମିଡିଆ ୟୁଜର୍ ସାରାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି । ତେବେ ଏହାକୁ ନେଇ ସାରା କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ।

ପୂର୍ବରୁ ସାରା ତାଙ୍କ ମାଆ ଅମ୍ରିତା ସିଂହଙ୍କ ସହ କାଶୀ ବିଶ୍ୱନାଥ ମଦିର ଯାଇ ଦର୍ଶନ ଏବଂ ପୂଜା କରିଥିଲେ । ଏଥିପାଇଁ ମଧ୍ୟ ତାଙ୍କୁ ଟ୍ରୋଲ୍‌ର ଶିକାର ହେବାକୁ ପଡିଥିଲା । ଏହାଛଡ଼ା ସାରା ଅଲ୍ଲୀ ଖାନ୍ ଅଭିନେତ୍ରୀ ଜାନଭୀ କପୁରଙ୍କ ସହ ବଦ୍ରିନାଥ ଯାଇ ଦର୍ଶନ କରି ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ । ଯାହା କିଛି ୟୁଜରଙ୍କୁ  ପସନ୍ଦ ଆସନଥିଲା ।