/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740040396.jpg)
India's got latent row
'ଇଣ୍ଡିଆଜ ଗଟ୍ ଲାଟେଣ୍ଟରେ' ଅଶ୍ଳୀଳ କମେଣ୍ଟକୁ ନେଇ ବିବାଦ ଦେଶରେ ଏ ଯାଏଁ ଥମିନି । ଏପଟେ କାନାଡାର ଏଡମୋଣ୍ଟନରେ ଲାଇଭ ସୋ' କରିଛନ୍ତି ଷ୍ଟାଣ୍ଡଅପ୍ କମେଡିଆନ ସମୟ ରୈନା । ବିବାଦ ପରେ ଏହା ତାଙ୍କର ପ୍ରଥମ ସୋ' । ଏଥିରେ କମେଡିଆନ ଖୁବ୍ ଭାବପ୍ରବଣ ନଜରରେ ଆସିଥିଲେ । ତାଙ୍କ ଆଖିରେ ଲୁହ ଥିଲା । ଏପରି ଖରାପ ସମୟରେ ସୋ' ଟିକେଟ୍ କିଣିଥିବାରୁ ସେ ସବୁ ଦର୍ଶକମାନଙ୍କୁ କହିଥିଲେ, ''ମୋ ଓକିଲ ଫିସ୍ ଦେବା ପାଇଁ ଧନ୍ୟବାଦ'' । ଯାହାକି ଶୁଭମ ଦତ୍ତ ନାମରେ ଜଣେ ଫ୍ୟାନ ଫେସବୁକରେ ସେୟାର କରିଛନ୍ତି ।
ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...
କାନାଡାରେ ସମୟଙ୍କ ଲାଇଭ ସୋ'ର ଦର୍ଶକ ଥିଲେ ଶୁଭମ ଦତ୍ତ । ସେ ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ମୁଁ ପ୍ରଥମ ଥର ଜଣେ ୨୫ ବର୍ଷୀୟ ପୁଅକୁ ଦେଖିଲି ଯିଏ ଏତେ ମାନସିକ ଚାପ, ଆଖି ତଳେ କଳା ଦାଗ, ଅଡୁଆ କେଶ, କ୍ଲାନ୍ତ ଚେହେରା ସହ ମଇଳା ହୁଡି ପିନ୍ଧି ମଞ୍ଚକୁ ଆସିଥିଲେ । ମାଇକରେ ତାଙ୍କର ପ୍ରଥମ ଶବ୍ଦ ଥିଲା-ମୋ ଓକିଲ ଫିସ୍ ଦେବା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ।
ଶୁଭମ ଦତ୍ତ କହିଛନ୍ତି, ସୋ' ଆରମ୍ଭ ହେବା ପୂର୍ବରୁ ସମୟ ରୈନାଙ୍କ ଆଖିରେ ଲୁହ ଥିଲା । ପ୍ରଥମେ ତାଙ୍କ ସୋ' ଟିକେଟ୍ କିଣିଥିବାରୁ ସେ ସବୁ ଦର୍ଶକମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏଥିସହ ଇଣ୍ଡିଆଜ ଗଟ୍ ଲାଟେଣ୍ଟ ସୋ' ସହ ଜଡିତ ପୁରା ବିବାଦକୁ ମଜାଳିଆ ଢଙ୍ଗରେ ମଞ୍ଚରେ ଉପସ୍ଥାପନ କରିଥିଲେ । ଏତେ ମାନସିକ ଚାପ ସତ୍ତ୍ବେ ସେ ଦର୍ଶକମାନଙ୍କ ମନୋରଞ୍ଜନ କରିପାରିଥିଲେ ବୋଲି ପୋଷ୍ଟରେ କହିଛନ୍ତି ଶୁଭମ ।
ଶୁଭମଙ୍କ କହିବା ମୁତାବକ, ସମୟ ସୋ'ରେ କହିଥିଲେ ଯେ ଯେତେବେଳେ ତମମାନଙ୍କୁ ଲାଗିବ ମୁଁ ଅଧିକ ମଜାଳିଆ କଥା କହୁଛି, ସେତେବେଳେ ତମେମାନେ ବିୟରବାଇସେପ କଥା ମନେ ପକାଇଦେବ । ସୋ' ଶେଷରେ କହିଥିଲେ, ଏବେ ମୋର ଖରାପ ସମୟ ଚାଲିଛି । ହେଲେ ମନେ ରଖିବ ସାଙ୍ଗମାନେ- ମୁଁ ସମୟ ଅଟେ ।
ଶୁଭମ ଦତ୍ତ ନିଜର ଏହି ଫେସବୁକ ପୋଷ୍ଟକୁ କିଛି ସମୟ ପରେ ଡିଲିଟ୍ କରିଦେଇଥିବା ଦେଖାଯାଇଛି । ହେଲେ ଅନେକ ସୋସିଆଲ ମିଡିଆ ୟୁଜର ଏହାକୁ ସେୟାର କରିଛନ୍ତି ।
ଷ୍ଟାଣ୍ଡଅପ୍ କମେଡିଆନ୍ ଭାବେ ଜଣାଶୁଣା ସମୟ ରୈନାଙ୍କ ଶୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ବେଶ୍ ଚର୍ଚ୍ଚାରେ ରହିଥାଏ । କିନ୍ତୁ ଅନେକ ସମୟରେ ଏଥିରେ ଲୋକଙ୍କୁ ବିବାଦୀୟ ପ୍ରଶ୍ନ ପଚରାଯାଉଥିବା ବେଳେ ନିକଟରେ ଏହା ସବୁ ସୀମା ଟପିଯାଇଥିଲା । ଏହି 'ସୋ’ର ଏକ ଏପିସୋଡରେ ୟୁଟ୍ୟୁବର ଆଶୀଷ ଚଞ୍ଚଲାନୀ, ଅପୂର୍ବ ମଖିଜା, ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ରଣବୀର ଆହ୍ଲାବାଦିଆ ପିତାମାତାଙ୍କୁ ନେଇ ଅଶ୍ଳୀଳ କମେଣ୍ଟ କରିଥିଲେ, ଯାହାକୁ ନେଇ ସମସ୍ତେ ବିବାଦ ଘେରରେ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)