/odishatv-khabar/media/post_attachments/uploadimage/library/16_9/16_9_0/Tiger_3_1699762536.jpg)
Tiger 3
ସବୁଠୁ ବଡ଼ ମାସ୍ ଏଣ୍ଟରଟେନର୍, ସବୁଠୁ ବଡ଼ ଆକ୍ସନ୍ ହିରୋ, ସମସ୍ତଙ୍କ ବଡ଼ ଭାଇ ସଲୁ ଭାଇ । ରିଲିଜ୍ ହୋଇଛି ଏବର୍ଷ ଆଉ ଏକ ମୋଷ୍ଟ ଏୱେଟେଡ୍ ଫିଲ୍ମ ଟାଇଗର୍-୩ । ସଲମାନ୍ ଖାନଙ୍କ ସ୍ପାଏ ସରିଜ୍ର ତୃତୀୟ ପାର୍ଟ ହେଉଛି ଏହି ଫିଲ୍ମ । ପୁଣି ଥରେ ଅନସ୍କ୍ରିନ୍ରେ ନଜର ଆସିଛନ୍ତି ହଟେଷ୍ଟ୍ ଯୋଡ଼ି ସଲମାନ୍ ଓ କ୍ୟାଣ୍ଟ୍ରିନା ।
ଗତ ଦୁଇ ପାର୍ଟରେ ଯେପରି ଫୁଲ୍ ଅନ୍ ଆକ୍ସନ୍, ହାଇଭୋଲଟେଜ୍ ଡାଇଲଗ୍, ଏକ ସେ ବଢ଼କର୍ ଏକ ଗୀତ ଆଉ ତାସହ ଭରପୁର୍ ସଲମାନ୍ ସ୍ୱାଗ୍ । ଏସବୁକୁ ଦେଖିବାକୁ ଖଚାଖଚ୍ ଭିଡ଼ ସିନେମା ହଲରେ । ଦେଶର ୧୭ ହଜାରରୁ ଅଧିକ ସ୍କ୍ରିନରେ ରିଲିଜ୍ ହୋଇଛି, ପ୍ରଥମ ଦିନର ଆଡଭାନ୍ସ ବୁକିଂ ରେକର୍ଡ ୨୦ କୋଟି ମାର୍କ ପାର୍ କରିଛି । ମୁମ୍ବାଇରେ ସକାଳ ୬ଟାରୁ ଶୋ’ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରେ ସକାଳ ୭ଟାରେ ଦର୍ଶକ ଫାଷ୍ଟ୍ ଡେ’ ଫାଷ୍ଟ୍ ଶୋ’ ଦେଖିଛନ୍ତି ।
RAW ଏଜେଣ୍ଟ ଭାବେ ସିନେମାରେ ନଜର ଆସିଥିବା ସଲମାନ୍ ଏଥର ଫ୍ୟାମିଲ୍ ମ୍ୟାନ୍ ବନି ଯାଇଛନ୍ତି ଆଉ କ୍ୟାଣ୍ଟ୍ରିନା ସଲମାନଙ୍କ ପାର୍ଟନର୍, ଏକ୍ସ-ISI ଏଜେଣ୍ଟ । ଏମାନଙ୍କ ସହ ସବୁଠୁ ବଡ଼ ହିଟ୍ ଫ୍ୟାକ୍ଟର ହେଉଛନ୍ତି ଇମ୍ରାନ୍ ହାସମୀ । ଡାର୍କ ସ୍ୟାଡୋ ଡାଜାଇନ୍ରେ ସେ ଭିଲିଏନ୍ ଭାବେ ନଜର ଆସିଛନ୍ତି । ଏପରିକି ସୋସିଆଲ୍ ମିଡିଆରେ ଏବେ ସବୁଠୁ ଅଧିକ ଚର୍ଚ୍ଚା ଇମ୍ରାନଙ୍କ କ୍ୟାରେକଟରକୁ ନେଇ, ଲମ୍ବା ସମୟର ବିବାଦ ସମାଧାନ ପରେ ସଲମାନ୍ଙ୍କ ସିନେମାରେ ପପୁଲାର୍ ସିଙ୍ଗର ଅରିଜିତ୍ ସିଂଙ୍କ ଭଏସ୍ ଶୁଣିବାକୁ ମିଳିଛି ।
ତାସହ ଏହା ହେଉଛି YRF ସ୍ପାଏ ୟୁନିର୍ଭସର ଆଉ ଏକ ଫିଲ୍ମ । ଟାଇଗରରୁ ଆରମ୍ଭ ହୋଇଥିବା ସଫର୍ ୱାର୍ ଓ ପଠାନ୍ ସହ ଯୋଡ଼ି ହୋଇଛି । ତେଣୁ ଶାହରୁଖ୍-ହ୍ରିତିକ୍ଙ୍କ କ୍ୟାମିଓ ସିନେମାକୁ ଅଧିକ ମାଇଲେଜ୍ ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)