Advertisment

Big Boss 18 Grand Finale: ଅପେକ୍ଷାର ଅନ୍ତ; 'ବିଗ୍ ବସ୍ ସିଜନ୍ ୧୮'ର ଗ୍ରାଣ୍ଡ୍ ଫିନାଲେ; ଜାଣନ୍ତୁ, କେତେବେଳେ କେଉଁଠି ଦେଖିବେ?

ସମସ୍ତଙ୍କ ନଜର ବର୍ତ୍ତମାନ 'ବିଗ୍ ବସ୍ ସିଜନ୍ ୧୮'ର ଗ୍ରାଣ୍ଡ୍ ଫିନାଲେ ଉପରେ ଅଛି। ଏବଂ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ପ୍ରତିଯୋଗୀଙ୍କୁ ଜିତାଇବାକୁ ଚାହୁଁଛନ୍ତି। ଜାଣନ୍ତୁ କେତେବେଳେ ଓ କେଉଁଠି ଦେଖିବେ?

ଅଦ୍ୟତନ ହୋଇଛି
BIG BOSS 18 GRAND FINALE

BIG BOSS 18 GRAND FINALE

Advertisment

ଟିଭି ପରଦାର ସଲମାନ ଖାନ୍‌ଙ୍କ 'ବିଗ୍ ବସ୍' ଶୋ' ଏକ ଲୋକପ୍ରିୟ କାର୍ଯ୍ୟକ୍ରମ। 'ବିଗ୍ ବସ୍ ସିଜନ୍ ୧୮'ର ଗ୍ରାଣ୍ଡ୍ ଫିନାଲେ ଏବେ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ। ଏହାକୁ ନେଇ ଲୋକଙ୍କ ଉତ୍ସାହ ବଢିବାରେ ଲାଗିଛି। ସମସ୍ତଙ୍କ ନଜର ବର୍ତ୍ତମାନ ଫିନାଲେ ଉପରେ ଅଛି ଏବଂ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ପ୍ରତିଯୋଗୀଙ୍କୁ ଜିତିବାକୁ ଚାହୁଁଛନ୍ତି।

Advertisment

ଏଥର ଫିନାଲେ ପାଇଁ ସବୁଠୁ ବଡ ପ୍ରତିଯୋଗୀଙ୍କ ମଧ୍ୟରେ ଭିଭିଆନ୍ ଡିସେନାଙ୍କ ନାଁ ଶୀର୍ଷରେ ଅଛି। ଆରମ୍ଭରୁ ସେ ଶୋ’ରେ ଲୋକଙ୍କ ପ୍ରିୟ ହୋଇଥିଲେ ଏବଂ ବର୍ତ୍ତମାନ ସେ ପ୍ରଶଂସକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଦେଇଛନ୍ତି। ଏହା ବ୍ୟତୀତ ଫିନାଲେ ପାଇଁ ରଜତ ଦଲାଲ ଏବଂ କରଣବୀର ମେହେରାଙ୍କ ମଧ୍ୟରେ ଫିନାଲେ ପାଇଁ ଭୋଟିଂର କଡା ଟକ୍କର ଚାଲିଛି।

Advertisment

ଏବେ ପ୍ରଶ୍ନ ଉଠୁଛି ଯେ ଫିନାଲେ ଜିତିବା ପରେ ପ୍ରତିଯୋଗୀମାନେ କେତେ ଟଙ୍କା ପାଇବେ। ସେହିପରି ଶୋ’ ଛାଡୁଥିବା ପ୍ରତିଯୋଗୀମାନେ ମଧ୍ୟ ନିଶ୍ଚିତ ଭାବରେ କିଛି ପାଇବେ। ତେବେ ଆସନ୍ତୁ ବିଜେତାମାନେ କେତେ ଟଙ୍କା ନେବେ ସେ ବିଷୟରେ ଜାଣିବା।

ଅଧିକ ପଢ଼ନ୍ତୁ: Saif Ali Khan Stabbed: ‘ଜାଣି ନ ଥିଲି ମୋ ଗାଡ଼ିରେ ସୈଫ ଅଛନ୍ତି’

ଫିନାଲେ ନିଶ୍ଚିତ ଧମାକାଦାର:

ସବୁକୁ ଦେଖିଲେ 'ବିଗ୍ ବସ୍ ୧୮'ର ଗ୍ରାଣ୍ଡ୍ ଫିନାଲେ ନିଶ୍ଚିତ ଧମାକାଦାର ହେବ। ତେବେ ଆପଣ ଯଦି ଏହି ଶୋ’କୁ ହାତଛଡ଼ା କରିବାକୁ ଚାହୁଁ ନାହାଁନ୍ତି, ତେବେ ସଲମାନ ଖାନଙ୍କ ଏହି ଶୋ’ର ଫାଇନାଲ୍ କେବେ ଏବଂ କେଉଁଠାରେ ଦେଖିପାରିବେ ତାହା ଜାଣନ୍ତୁ।

Advertisment

ବିଜେତାଙ୍କୁ କେତେ ମିଳିବ:

'ବିଗ୍ ବସ୍' ଶୋ’ର ପ୍ରତ୍ୟେକ ସିଜନ୍ ଲୋକଙ୍କ ପାଇଁ ଉତ୍ସାହଜନକ ଥାଏ। କିନ୍ତୁ ସବୁଠାରୁ ବେଶି ଆଗ୍ରହ ଥାଏ ଏହି ଶୋ’ରେ କେଉଁ ପ୍ରତିଯୋଗୀ ଜିତିବେ ଏବଂ ସେମାନେ କେତେ ଟଙ୍କା ପାଇବେ। ଗତ ବର୍ଷ ମୁନୱାର ଫାରୁକୀ ବିଗ୍ ବସ୍ ଜିତିବା ପରେ ୫୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ପାଇଥିଲେ ଏବଂ ଏଥର ମଧ୍ୟ ଏଭଳି କିଛି ହେବାକୁ ଯାଉଛି।

ଖବର ଅନୁଯାୟୀ, ବିଗ୍ ବସ୍ ୧୮ର ଫିନାଲେରେ ଭିଭିଆନ୍ ଡିସେନା, କରଣବୀର ମେହେରା, ରଜତ ଦଲାଲ, ଅବିନାଶ ମିଶ୍ରା ଏବଂ ଚୁମ୍ ଦରାଙ୍ଗ-ଈଶା ସିଂହଙ୍କ ମଧ୍ୟରୁ ଯିଏ ବି ଏହି ସିଜନରେ ଜିତନ୍ତି, ତାଙ୍କୁ ୫୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ମିଳିବ।

ତେବେ ଏହି ପୂରା ଟଙ୍କା ପ୍ରତିଯୋଗୀଙ୍କୁ ସେତେବେଳେ ମିଳିବ ଯଦି ସେମାନେ ଶ୍ରେଷ୍ଠ ୬ରେ ରହି ଟ୍ରଫି ଖେଳିବା ଜାରି ରଖନ୍ତି। ଯଦି କୌଣସି ପ୍ରତିଯୋଗୀ ବିଗ୍ ବସ୍‌ଙ୍କ ଦ୍ୱାରା ଦିଆଯାଇଥିବା ଅଫର୍‌କୁ ସ୍ୱୀକାର କରି ଖେଳ ମଝିରେ ଓହରି ଯାଆନ୍ତି, ତେବେ ତାଙ୍କର ୱିନିଂ ଆମାଉଣ୍ଟ୍ କମି ଯାଇପାରେ।

କେତେବେଳେ, କେଉଁଠି ଦେଖିବେ:

'ବିଗ୍ ବସ୍ ୧୮'ର ଫିନାଲେ ପାଇଁ ଅପେକ୍ଷା ଶେଷ ହେବାକୁ ଯାଉଛି ଏବଂ ଆପଣ ଏହାକୁ ଆଜି ରାତି ୯:୩୦ ରେ କଲର୍ସ ଟିଭିରେ ଦେଖିପାରିବେ। ଯଦିଓ ଆପଣଙ୍କର ଟିଭି ନାହିଁ କିମ୍ବା ଆପଣ ବାହାରେ ଅଛନ୍ତି, ତେବେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ଶୋ’ର ଗ୍ରାଣ୍ଡ୍ ଫିନାଲେ ଆପଣ ଜିଓ ସିନେମା ଆପ୍ ଏବଂ ଜିଓ ଟିଭିରେ ମଧ୍ୟ ଲାଇଭ୍ ଦେଖିପାରିବେ।

ଏହି ସିଜନର ଫିନାଲେକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି ଏବଂ ଟ୍ରଫି ଜିତିବା ପାଇଁ ସେମାନେ ନିଜ ପ୍ରିୟ ପ୍ରତିଯୋଗୀଙ୍କୁ ଦିନରାତି ଭୋଟ୍ ଦେଉଛନ୍ତି। ଏହା ବ୍ୟତୀତ ଗ୍ରାଣ୍ଡ୍‌ ଫାଇନାଲ୍ ଏପିସୋଡ୍‌ରେ ବିଗ୍ ବସ୍ ଘରେ ଏକ ବଡ଼ ଝଗଡା ମଧ୍ୟ ହେବ, ଯାହା ଆହୁରି ରୋମାଞ୍ଚକର ହେବାକୁ ଯାଉଛି।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

Salman Khan Bigg Boss
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ