Advertisment

‘ମୋ ଚାରିପାଖେ ଏତେ ବନ୍ଧୁକ ଅଛି ଯେ...’ ଜୀବନରୁ ମାରିଦେବାର ଧମକ ନେଇ ଏମିତି କହିଲେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବେ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ଥିବାବେଳେ ତାଙ୍କୁ ଜୀବନରୁ ମାରିଦେବାର ଧମକ ବାରମ୍ବାର ମିଳୁଛି। ତେବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶେଷରେ ସଲମାନ ମୁହଁ ଖୋଲିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Salman Khan

Salman Khan On Getting Death Threats

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବେ ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟ୍‌ରେ ଥିବାବେଳେ ତାଙ୍କୁ ଜୀବନରୁ ମାରିଦେବାର ଧମକ ବାରମ୍ବାର ମିଳୁଛି। ତେବେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଶେଷରେ ସଲମାନ ମୁହଁ ଖୋଲିଛନ୍ତି। ସୁପରଷ୍ଟାର ସଲମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ମୁମ୍ବାଇ ପୋଲିସ୍ ତାଙ୍କୁ Y+ ସିକ୍ୟୁରିଟି ପ୍ରଦାନ କରିଛନ୍ତି। 

Advertisment

ଏକ କାର୍ଯ୍ୟକ୍ରମରେ ନିଜର ଅଭିଜ୍ଞତା ବଖାଣି ସଲମାନ କହିଛନ୍ତି, ‘ଅସୁରକ୍ଷାଠୁ ସୁରକ୍ଷା ଭଲ। ମୋତେ ସୁରକ୍ଷା ପ୍ରଦାନ କରାଯାଇଛି। କିନ୍ତୁ ରାସ୍ତାରେ ଏବେ ସାଇକେଲ ଚଲାଇବା କିମ୍ବା ଏକୁଟିଆ ଯିବା ସମ୍ଭବପର ନୁହେଁ। ଏହାବ୍ୟତୀତ ବର୍ତ୍ତମାନ ମୋର ବହୁତ ବଡ଼ ଅସୁବିଧା ହେଉଛି, ଯେତେବେଳେ ମୁଁ ଟ୍ରାଫିକ୍‌ରେ ଥାଏ, ସେହି ସମୟରେ ଅଧିକ ସିକ୍ୟୁରିଟି ଥାଏ। ଫଳରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଯୋଗୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆଉ ଲୋକମାନେ ମୋତେ ଚାହିଁଥାନ୍ତି। ହେଲେ ମୁଁ ମୋ ଫ୍ୟାନ୍ସଙ୍କୁ ଏତିକ କହିବାକୁ ଚାହୁଁଛି, ମୋ ଜୀବନ ପ୍ରତି ଅଧିକ ବିପଦ ଥିବାରୁ ମୋତେ ସୁରକ୍ଷା ପ୍ରଦାନ କରାଯାଇଛି।’

ଅଧିକ ପଢ଼ନ୍ତୁ: ମଞ୍ଚରେ ସଲମାନଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବତୀ; ଲାଜେଇ ଗଲେ ଭାଇଜାନ୍, କହିଲେ…

Advertisment

ସଲମାନ ଆହୁରି କହିଛନ୍ତି, ‘ମୋତେ ଯାହା କୁହାଯାଇଛି, ସେସବୁ ହିଁ ମୁଁ କରୁଛି। “କିସି କା ଭାଇ, କିସି କି ଜାନ୍‌’ ଫିଲ୍ମରେ ଏକ ଡାଇଲଗ୍‌ ଅଛି-'they have to be lucky 100 times, I have to be lucky once' ଅର୍ଥାତ୍‌ ସେମାନେ ୧୦୦ଥର ଭାଗ୍ୟଶାଳୀ ହେବାକୁ ଚାହାନ୍ତି, ହେଲେ ମୋତେ କେବଳ ଥରେ ଭାଗ୍ୟଶାଳୀ ହେବାର ଅଛି’। 

‘ସବୁ ସ୍ଥାନକୁ ମୁଁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଯାଉଛି। ଯାହା ହେବାର ଥିବ, ତାହା ହେଇକି ହିଁ ରହିବ। ହେଳେ ଏହାର ଅର୍ଥ ଏହା ନୁହେଁ ଯେ, ମୁଁ ବିନା ସୁରକ୍ଷାରେ ଏମିତି ବୁଲିବି। କେବେବି ଏମିତି ହେବନାହିଁ। ଆଜିକାଲି ମୋ ଆଖପାଖରେ ବହୁତ ଶେରା ଅଛନ୍ତି। ମୋ ଚାରିପାଖେ ଏତେ ବନ୍ଧୁକ ଅଛି ଯେ, ବେଳେବେଳେ ନିଜକୁ ବି ଭୟ ଲାଗେ।’

କଡ଼ା ସୁରକ୍ଷା ଓ ପୋଲିସ୍‌ରେ ଅଭିଯୋଗ ପରେ ମଧ୍ୟ ବାରମ୍ବାର ସଲମାନଙ୍କୁ ହତ୍ୟା ଧମକ ମିଳୁଛି। ନିକଟରେ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପାଖକୁ ଏକ ଇ-ମେଲ୍‌ ଆସିଥିଲା। ଯେଉଁଥିରେ ସଲମାନଙ୍କୁ ହତ୍ୟା ନେଇ ଧମକ ଦିଆଯାଇଥିଲା। ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ଅଭିନେତା ସଲମାନ ଖାନ୍‌ଙ୍କୁ ମୁମ୍ବାଇରେ ହତ୍ୟା କରିବେ ବୋଲି ଦାବି କରାଯାଇଥିଲା। ଏହାସହ ଏହି ମାମଲାରୁ ରାକ୍ଷୀଙ୍କୁ ଦୂରେଇ ରହିବାକୁ ଚେତାବନୀ ମଧ୍ୟ ଦିଆଯାଇଥିଲା।

Salman Khan Bollywood
Advertisment
Advertisment