Salman khan make fun in sikandar song bam bam bhole
ସଲମାନ ଖାନ ମଙ୍ଗଳବାର ତାଙ୍କ ଫିଲ୍ମ ‘ସିକନ୍ଦର’ରୁ ଦ୍ୱିତୀୟ ଗୀତ ‘ବମ୍ ବମ୍ ଭୋଲେ’ ରିଲିଜ କରିଛନ୍ତି। ଏହା ଏକ ହୋଲି ଗୀତ। ‘ବମ୍ ବମ୍ ଭୋଲେ’ ଗୀତର ଟିଜର ରିଲିଜ୍ ହେବା ପରେ ସଲମାନ ଖାନଙ୍କ ପ୍ରଶଂସକମାନେ ଏହି ଗୀତରୁ ବହୁତ କିଛି ଆଶା କରିଥିଲେ।
କିନ୍ତୁ ବର୍ତ୍ତମାନ ଯେତେବେଳେ ‘ବମ୍ ବମ୍ ଭୋଲେ’ ଗୀତ ରିଲିଜ ହେଲା, ସଲମାନ ଖାନ ସିକନ୍ଦର ହୋଇ ନିଜ ପ୍ରଶଂସକଙ୍କ ଉପରେ ମଜାକ୍ କରିଥିବା ଦେଖାଯାଏ। ‘ବମ୍ ବମ୍ ଭୋଲେ’ ଗୀତରେ ଅନେକ ତ୍ରୁଟି ଅଛି ଯାହା ପ୍ରଶଂସକଙ୍କ ପାଇଁ ସହଜରେ ହଜମ ହେଉନି।
ଅଧିକ ପଢ଼ନ୍ତୁ: ଇଣ୍ଟର୍ନେଟ୍ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ
ସିକନ୍ଦରଙ୍କ ଏହି ହୋଲି ଗୀତର ମ୍ୟୁଜିକ ସମ୍ପୂର୍ଣ୍ଣ ଭାବେ ‘ବଜରଙ୍ଗୀ ଭାଇଜାନ୍’ର ‘ସେଲ୍ଫି ଲେଲେ’ ଗୀତକୁ ମନେପକାଇ ଦେଉଛି। କେବଳ ଗୀତର ଲିରିକ୍ସରେ ଯାହା ପରିବର୍ତ୍ତନ କରାଯାଇଛି, ମ୍ୟୁଜିକ୍ ପୂରାପୂରି ‘ବଜରଙ୍ଗୀ ଭାଇଜାନ୍’ ଦ୍ୱାରା ପ୍ରେରିତ ହୋଇଥିବା ମନେହୁଏ।
ଏହା ବ୍ୟତୀତ ‘ବମ୍ ବମ୍ ଭୋଲେ’ ଗୀତରେ ସଲମାନ ଖାନଙ୍କ ଡ୍ୟାନ୍ସ ମଧ୍ୟ ଅନେକ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିପାରେ କାରଣ ସେ ପକେଟରେ ହାତ ପୂରେଇ ଅନେକ ଡ୍ୟାନ୍ସ ଷ୍ଟେପ୍ କରିଛନ୍ତି। ଅନେକ ସ୍ଥାନରେ ଲାଗୁଛି ଯେପରି ଭାଇଜାନ ବାଧ୍ୟତାମୂଳକ ଭାବରେ ନାଚୁଛନ୍ତି।
ଏହା ଏକ ହୋଲି ଗୀତ ହେବା ସତ୍ତ୍ୱେ ପୂରା ଗୀତରେ ସଲମାନ ଖାନଙ୍କ ମୁହଁରୁ ଆରମ୍ଭ କରି ଶରୀରର କୌଣସି ଜାଗାରେ ବି ଟିକିଏ ରଙ୍ଗ ଲାଗି ନାହିଁ। ଏହି ଗୀତକୁ ସେକ୍ସପିୟର, ୱାଇ-ଏଶ୍ ଏବଂ ହୁସେନ୍ (ବମ୍ବେ ଲୋକାଲ୍) ଲେଖିଛନ୍ତି।
‘ବମ୍ ବମ୍ ଭୋଲେ’ ଗୀତଟି ରେପ୍ ସହିତ ରଚନା କରାଯାଇଛି, ଯେଉଁଥିରେ କିଡ୍ ରାପର୍ ଭୀମାରାଓ ଜୋଗୁ, ସରଫରାଜ ଶେଖ ଏବଂ ଫୈଜଲ ଅନ୍ସାରୀଙ୍କୁ ମଧ୍ୟ ଦେଖିବାକୁ ମିଳେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741766635.jpg)