/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749628377.jpg)
Salman khan look at 59 goes viral
ବଲିଉଡ୍ର 'ଦବଙ୍ଗ' ସୁପର୍ଷ୍ଟାର୍ ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ପାଇଁ ପାଗଳ ଏବଂ ତାଙ୍କ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ନିକଟରେ, ଇଦ୍ ଅବସରରେ ତାଙ୍କ ଫିଲ୍ମ ‘ସିକନ୍ଦର’ ରିଲିଜ୍ ହୋଇଥିଲା, ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏହି ଫିଲ୍ମରେ ସଲମାନଙ୍କ ସହ ଦକ୍ଷିଣର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିଥିଲା। ତେବେ, କିଛି ଲୋକ ସଲମାନ ଏବଂ ରଶ୍ମିକାଙ୍କ ବୟସ ପାର୍ଥକ୍ୟ ପାଇଁ ସେମାନଙ୍କୁ ଟ୍ରୋଲ୍ କରିଥିଲେ। ସଲମାନଙ୍କୁ ୫୯ ବର୍ଷ ହୋଇଥିବା ବେଳେ, ରଶ୍ମିକା ମାତ୍ର ୨୮ ବର୍ଷର ଥିଲେ।
ବର୍ତ୍ତମାନ ସଲମାନ ଖାନଙ୍କର କିଛି ଏପରି ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଭାବପ୍ରବଣ ହୋଇ ପଡିଛନ୍ତି। ଏହି ଫଟୋଗୁଡ଼ିକ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଅଧିକ ପଢ଼ନ୍ତୁ: ଶୌରା ଦେଲେ ଖୁସି ଖବର; ପୁଣି ବାପା ହେବେ ଅରବାଜ
ପରିବର୍ତ୍ତିତ ଲୁକ୍:
ଏହି ଫଟୋଗୁଡ଼ିକ ଇନ୍ଷ୍ଟାଗ୍ରାମ୍ରେ ଇନ୍ଷ୍ଟାଣ୍ଟ ବଲିଉଡ୍ ପେଜ୍ରେ ଶେୟାର କରାଯାଇଛି। ଏହି ଫଟୋଗୁଡ଼ିକରେ ସଲମାନ ନୀଳ ଏବଂ ଧଳା ଚେକ୍ ଟି-ସାର୍ଟ ସହିତ ଏକ କଳା ଜ୍ୟାକେଟ୍ ପିନ୍ଧିଛନ୍ତି। ତାଙ୍କ ମୁଣ୍ଡରେ ଏକ କଳା କ୍ୟାପ୍ ମଧ୍ୟ ଅଛି ଏବଂ ସେ କାର୍ ଭିତରେ ବସିଥିବାର ଦେଖାଯାଆନ୍ତି।
ଫଟୋରେ ସଲମାନଙ୍କ ମୁହଁକୁ ଜୁମ୍ କରି ଦେଖାଯାଇଛି, ତେଣୁ ତାଙ୍କ ବୟସ ସ୍ପଷ୍ଟ ଭାବରେ ଅନୁମାନ କରାଯାଇପାରୁଛି। ତାଙ୍କ ମୁହଁରେ ଛୋଟ ଛୋଟ ଧଳା ଦାଢ଼ି ଦେଖାଯାଉଛି। ଏହି ଲୁକ୍ରେ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି।
ପ୍ରତିକ୍ରିୟା:
ଲୋକମାନେ ସୋସିଆଲ ମିଡିଆରେ ବହୁତ ମନ୍ତବ୍ୟ ଦେଇଛନ୍ତି ଏବଂ ସେମାନଙ୍କର ଭାବନା ଶେୟାର କରିଛନ୍ତି। ଜଣେ କାନ୍ଦି କାନ୍ଦି ଇମୋଜି ସହିତ ଲେଖିଛନ୍ତି - ଆମର ହିରୋ ଏବେ ବୃଢା ହେଉଛନ୍ତି।
ଆଉ ଜଣେ ଲେଖିଛନ୍ତି - ହଠାତ୍ ଏତେ ବୁଢା ଚେହେରା କିପରି ? ଅନ୍ୟ ଜଣେ କହିଛନ୍ତି୍ - ଭାଇ ଯେମିତି ଦେଖାଯାଆନ୍ତୁ, ସବୁବେଳେ ଭାଇ ହିଁ ରହିବେ। ଆଉ ଜଣେ ଲେଖିଛନ୍ତି - ଆପଣ ଆମ ପାଇଁ ସବୁବେଳେ ଚିର ସବୁଜ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)