Advertisment

ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖ ଖବର; କାନ୍ଧରେ ଲାଗିଛି ଗଭୀର ଆଘାତ

ସଲମାନ ଖାନ୍‌ଙ୍କ ପ୍ରଶଂସକମାନଙ୍କ ପାଇଁ ଦୁଃଖ ଖବର ସାମ୍ନାକୁ ଆସିଛି। ନିକଟରେ ‘ଟାଇଗର-୩’ ସୁଟିଂ ସମୟରେ ସଲମାନ ଖାନ୍ ଆହତ ହୋଇଛନ୍ତି। ସଲମାନ ଖାନ୍‌ଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି।

ଅଦ୍ୟତନ ହୋଇଛି
Salman Khan Injured While Tiger 3 Shooting

Salman khan injured while shooting tiger 3

Advertisment

ଆଜିକାଲି ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ 'ଟାଇଗର-୩'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏବେଠାରୁ ଫିଲ୍ମକୁ ନେଇ ଚର୍ଚ୍ଚା ହେବା ଆରମ୍ଭ ହୋଇଗଲାଣି। ସଲମାନ ଖାନଙ୍କ ସହ ଶାହରୁଖ ଖାନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।

Advertisment

ଏହାରି ଭିତରେ ସଲମାନ ଖାନ୍‌ଙ୍କ ପ୍ରଶଂସକମାନଙ୍କ ପାଇଁ ଦୁଃଖ ଖବର ସାମ୍ନାକୁ ଆସିଛି। ନିକଟରେ ‘ଟାଇଗର-୩’ ସୁଟିଂ ସମୟରେ ସଲମାନ ଖାନ ଆହତ ହୋଇଛନ୍ତି। ସଲମାନ ଖାନଙ୍କ କାନ୍ଧରେ ଗଭୀର ଆଘାତ ଲାଗିଛି। ସଲମାନ ଖାନ ଏହାର ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ ସଲମାନ ଖାନ ତାଙ୍କ କାନ୍ଧରେ ଏକ ବ୍ୟାଣ୍ଡେଜ୍ ବାନ୍ଧିଛନ୍ତି।

ଫଟୋ ପୋଷ୍ଟ କରି ସଲମାନ ଖାନ କହିଛନ୍ତି ଯେ ସେ ଆହତ ହୋଇଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'କିସି କା ଭାଇ କିସି କୀ ଜାନ' ବିଫଳ ହୋଇଛି। ଏହାର ଆଘାତ ତାଙ୍କ ମନରୁ ଯାଇ ନଥିବା ବେଳେ ଏବେ ତାଙ୍କୁ ଆଉ ଏକ ଝଟ୍‌କା ଲାଗିଛି।

Advertisment

ଅଧିକ ପଢ଼ନ୍ତୁ: ଭାଇରାଲ୍ ହେଉଛି ସଲମାନଙ୍କ ଭିଡିଓ; ୪୦ ବର୍ଷ ତଳେ ଟାଇଗର୍ ଶ୍ରଫ୍‌ଙ୍କ ମମିଙ୍କ ସହ କରୁଥିଲେ ମସ୍ତି

ଫଟୋ ଶେୟାର କରି ସଲମାନ ଲେଖିଛନ୍ତି, “ଯେତେବେଳେ ତୁମେ ଅନୁଭବ କରିବ ଯେ ତୁମେ ସମଗ୍ର ଦୁନିଆର ଓଜନକୁ ନିଜ କାନ୍ଧରେ ବୋହି ଚାଲୁଛ, ସେତେବେଳେ ସେ କୁହେ ଦୁନିଆକୁ ଛାଡ ପାଞ୍ଚ କିଲୋର ଡମ୍ବଲ ଉଠେଇକି ଦେଖ। ଟାଇଗର ଆହତ ହୋଇଛି। #Tiger3”। ସଲମାନଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି ଏବଂ ତାଙ୍କର ବିଷୟରେ ଜାଣିବା ପାଇଁ ପଚାରୁଛନ୍ତି।

Advertisment

ତେବେ ଫିଲ୍ମର ପ୍ରସ୍ତୁତି ଜୋରସୋରରେ ଚାଲିଛି। ସଲମାନ ଖାନ ମଧ୍ୟ ଶାହରୁଖ ଖାନ ଙ୍କ ‘ପଠାନ’ର ରେକର୍ଡ ଭାଙ୍ଗିବାକୁ ସ୍ୱପ୍ନ ଦେଖୁଛନ୍ତି। ଦର୍ଶକ ଫିଲ୍ମକୁ କେତେ ପସନ୍ଦ କରିବେ ତାହା କେବଳ ସମୟ ହିଁ କହିବ। କିନ୍ତୁ ଆହତ ହେବା ପରେ ସଲମାନ ଖାନ ସୁଟିଂରୁ ବିରତି ନେଇଛନ୍ତି।

ସଲମାନ ଖାନ ଷ୍ଟାରର ସୁପରହିଟ୍‌ ଫ୍ରାଞ୍ଚାଇଜ୍‌ ‘ଟାଇଗର ୨’ ୨୦୧୭ରେ ମୁକ୍ତିଲାଭ କରିଥିଲା। ବକ୍ସ ଅଫିସ୍‌ରେ ହଙ୍ଗାମା ସୃଷ୍ଟି କରିଥିଲା। ସାରା ବିଶ୍ୱରେ ଏହା ୪୩୩ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା। କେବଳ ଭାରତରେ ଏହା ୧୨୪ କୋଟି ରୋଜଗାର କରିଥିଲା। ବଲିଉଡ୍‌ର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ରରେ ‘ଟାଇଗର’ ଜିନ୍ଦା ହେ’ ଏବେ ବି ଚତୁର୍ଥ ସ୍ଥାନରେ ରହିଛି।

ବର୍ତ୍ତମାନ ସଲମାନ ଖାନଙ୍କ ଫିଲ୍ମ ଟାଇଗର -୩କୁ ନେଇ ଆଲୋଚନା ମଧ୍ୟ ଜୋର ଧରିଛି। ସଲମାନ ଖାନଙ୍କ ଏହି ସୁପରହିଟ୍ ସିରିଜ୍‌ର ପରବର୍ତ୍ତୀ ଫିଲ୍ମ୍ ଚଳିତ ବର୍ଷ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାପୂର୍ବରୁ ଫିଲ୍ମର ରିଲିଜ୍ ତାରିଖ ୨୧ ଏପ୍ରିଲରେ ସ୍ଥିର କରାଯାଇଥିଲା।

ବର୍ତ୍ତମାନ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଛି। ତେବେ ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। 

Salman Khan Shah Rukh Khan Bollywood Tiger 3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ