Advertisment

ଭାଇରାଲ୍ ହେଉଛି ସଲମାନଙ୍କ ଭିଡିଓ; ୪୦ ବର୍ଷ ତଳେ ଟାଇଗର୍ ଶ୍ରଫ୍‌ଙ୍କ ମମିଙ୍କ ସହ କରୁଥିଲେ ମସ୍ତି

ଭାଇଜାନଙ୍କ ୪୦ ବର୍ଷ ତଳର ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ଜ୍ୟାକି ଶ୍ରଫ୍‌ଙ୍କ ପତ୍ନୀ ବା ଟାଇଗର ଶ୍ରଫ୍‌ଙ୍କ ମା’ ଆୟେଶା ଶ୍ରଫ୍‌ଙ୍କ ସହ ଜାହାଜରେ ମଜା କରୁଥିବା ନଜର ଆସିଛନ୍ତି। ଦେଖନ୍ତୁ ଏହି ଭିଡିଓ…

author-image
Pramod Behera
Salman khan doing masty with Jackie shroff wife Ayesha shroff

Salman khan doing masty with Jackie shroff wife Ayesha shroff

ସଲମାନ ଖାନଙ୍କ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ଜ୍ୟାକି ଶ୍ରଫ୍‌ଙ୍କ ପତ୍ନୀ ବା ଟାଇଗର ଶ୍ରଫ୍‌ଙ୍କ ମା ଆୟେଶା ଶ୍ରଫ୍‌ଙ୍କ ସହ ଜାହାଜରେ ମଜା କରୁଥିବା ନଜର ଆସିଛନ୍ତି। ଏହି ଭିଡିଓଟି ପ୍ରାୟ ୪୦ ବର୍ଷ ପୁରୁଣା।

Advertisment

ଏହି ଭାଇରାଲ୍ ଭିଡିଓଟି ଏକ କୋଲ୍ଡ ଡ୍ରିଙ୍କ୍ସ କମ୍ପାନୀର ବିଜ୍ଞାପନ, ଯେଉଁଥୁରେ ସଲମାନ ପ୍ରଥମ ଥର ପାଇଁ ଆଡ୍ କରିଥିଲେ। ଆୟେଶା-ସଲମାନଙ୍କ ବ୍ୟତୀତ ମଡେଲ୍‌ ସୁନୀଲ ନିଶାଲ, ଭେନେସା ଭାଜ, ଆରତୀ ଗୁପ୍ତା ଏବଂ ଶିରାଜ ମର୍ଚେଣ୍ଟ ଏଥିରେ ଅଭିନୟ କରିଛନ୍ତି। ଏହି ବିଜ୍ଞାପନ ୧୯୮୩ ମସିହାରେ ସୁଟ୍ କରାଯାଇଥିଲା। ୪୦ ବର୍ଷ ପରେ, ପୁଣି ଥରେ ସୋସିଆଲ ମିଡିଆରେ ସଲମାନଙ୍କ ଏହି ବିଜ୍ଞାପନ ଭିଡିଓ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି।

ଏହି ବିଜ୍ଞାପନ ଭିଡିଓରେ ୧୬ ବର୍ଷୀୟ ସଲମାନଙ୍କ ଲୁକ୍‌ ଦେଖି ଆପଣଙ୍କୁ ବିଶ୍ୱାସ କରିବା କଷ୍ଟକର ହେବ ଯେ ସେ ସଲମାନ ଖାନ ବୋଲି। ବିଜ୍ଞାପନରେ ଖୁବ୍ ପତଳା, ଛୁଆଳିଆ ଦିଶୁଥିବା ସଲମାନ ତାଙ୍କ ସାଙ୍ଗମାନଙ୍କ ସହିତ ଏକ ଜାହାଜରେ ଦେଖାଯାଇଛନ୍ତି। ସମସ୍ତେ ସମୁଦ୍ରର ଜୁଆର ମଝିରେ ଗୀତ ଗାଇ ମସ୍ତି କରୁଛନ୍ତି। ବିଜ୍ଞାପନରେ ସଲମାନ ନିଜ ସାଙ୍ଗମାନଙ୍କ ସହିତ ଫଟୋ ଉଠାଉଛନ୍ତି ଆଉ ଖୁବ ମଜାମସ୍ତି କରୁଥିବା ଦେଖାଯାଏ।

Advertisment

ଏହି ଭିଡିଓ ଇନଷ୍ଟାଗ୍ରାମରେ Bollywooddirect ରେ ଶେୟାର କରାଯାଇଛି। ଭିଡିଓ ଶେୟାର କରି କ୍ୟାପସନରେ ଲେଖା ଅଛି, "ଥ୍ରୋବ୍ୟାକ୍ ଟୁ... ସଲମାନ ଖାନଙ୍କ ପ୍ରଥମ ବିଜ୍ଞାପନ! ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଆମ ହୃଦୟ ଏବଂ ରୂପେଲି ପରଦାରେ ରାଜ୍ କରୁଛନ୍ତି।

ଆୟେଶା ଶ୍ରଫ୍‌ ମଧ୍ୟ ବିଜ୍ଞାପନରେ ଅଛନ୍ତି। ଏହି ଭିଡିଓର ପୋଷ୍ଟ୍‌ରେ ଆୟେଶାଙ୍କ ସୌନ୍ଦର୍ଯ୍ୟ ଦେଖିବା ପରେ ସଲମାନ ଖାନଙ୍କ ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି। ସେମାନେ କହୁଛନ୍ତି ଯେ ଆୟେଶା ଏବେ ବି ସେମିତି ଦେଖାଯାଉଛନ୍ତି ୪୦ ବର୍ଷ ପୂର୍ବେ ଯେମିତି ଦେଖାଯାଉଥିଲେ।

ସଲମାନ ଏହି ବିଜ୍ଞାପନ କିପରି ପାଇଥିଲେ ସେ ନିଜେ ଏ ବିଷୟରେ ଥରେ କହିଥିଲେ। ୨୦୧୯ରେ ଅଭିନେତ୍ରୀ ତାରା ଶର୍ମାଙ୍କ ଚାଟ୍ ଶୋ’ରେ ସଲମାନ କହିଥିଲେ, “ଦିନେ ମୁଁ ସି ରକ୍ କ୍ଲବ୍‌ରେ ଗାଧୋଉଥିଲି ଏବଂ ଥରେ ଏକ ସୁନ୍ଦର, ଯୁବତୀଙ୍କୁ ଲାଲ୍ ଶାଧୀରେ ବୁଲୁଥିବାର ଦେଖିଲି। ତାଙ୍କୁ ପ୍ରଭାବିତ କରିବା ପାଇଁ, ମୁଁ ପାଣି ଭିତରକୁ ଡେଇଁଲି ଏବଂ ପାଣିରେ ପହଁରିବା ଆରମ୍ଭ କଲି। ଯେତେବେଳେ ମୁଁ ଅନ୍ୟ ପାର୍ଶ୍ୱରୁ ବାହାରକୁ ଆସିଲି, ସେ ସେଠାରେ ନଥିଲେ। ପରଦିନ, ମୁଁ ଫାର୍‌ ପ୍ରଡକ୍ସନ୍ସରୁ ଏକ କଲ୍‌ ପାଇଲି, ସେମାନେ କହିଲେ ଯେ ମୁଁ ଏକ ଥଣ୍ଡା ପାନୀୟର ବିଜ୍ଞାପନ କରିବି। ମୁଁ ଚିନ୍ତାରେ ପଡିଗଲି ଆଉ ଭାବିଲି ଏମିତି କେମିତି ହେଲା।”

Salman Khan Bollywood Ayesha Shroff
Advertisment
Advertisment