Advertisment

ଫଟୋଗ୍ରାଫରଙ୍କ ଉପରେ ଚିଡିଲେ ସୈଫ୍‌; କହିଲେ ଆମ ବେଡ୍‌ରୁମ୍‌କୁ ଆସ

ଭାଇରାଲ୍ ହେଉଛି ସୈଫ୍ ଓ କରୀନାଙ୍କ ଭିଡିଓ। ସୈଫ୍‌ଙ୍କ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଫଟୋଗ୍ରାଫରଙ୍କ ଉପରେ ଚିଡିଯାଇଛନ୍ତି ସେ। ଆଉ ଯାହା କହିଛନ୍ତି ଆପଣ ବିଶ୍ୱାସ କରିପାରିବେନି। ଦେଖନ୍ତୁ ଏହି ଭିଡିଓ…

author-image
Pramod Behera
ଅଦ୍ୟତନ ହୋଇଛି
Saif Ali Khan Say Photographers Come To Our Bedroom

Saif ali khan say photographers come to our bedroom

ଫଟୋଗ୍ରାଫରମାନେ ପ୍ରାୟତଃ ସୈଫ୍‌ ଅଲି ଖାନ ଏବଂ କରୀନା କପୁର ଖାନଙ୍କୁ କ୍ୟାମେରାରେ କାବୁ କରିବାକୁ ପାଗଳ ହୁଅନ୍ତି। ସେମାନେ ଯେତେବେଳେ ବି ଏହି ଦୁଇ ସେଲିବ୍ରିଟିଙ୍କୁ ଦେଖନ୍ତି ସେମାନଙ୍କ ଭିଡିଓ ନ କରି ଛାଡନ୍ତି ନାହିଁ। ସୋସିଆଲ ମିଡିଆରେ ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସୈଫ୍ ଅଲି ଖାନ ତାଙ୍କ ପତ୍ନୀ କରୀନା କପୁରଙ୍କ ସହ ନଜର ଆସିଛନ୍ତି।

Advertisment

ଯେତେବେଳେ ଫଟୋଗ୍ରାଫର ତାଙ୍କୁ ଫଟୋ ଉଠାଇବାକୁ କୁହନ୍ତି ସୈଫ୍‌ ଅଲି ଖାନ ତାଙ୍କୁ ଏପରି ଉତ୍ତର ଦିଅନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହି ଭିଡିଓରେ ସୈଫ୍‌ ଅଲି ଖାନ ଏବଂ କରୀନା କପୁର କୌଣସି ଏକ ସ୍ଥାନରୁ ଫେରୁଥିବା ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ଶାହରୁଖଙ୍କ ସୁରକ୍ଷାରେ ତ୍ରୁଟି ! ବିନା ଅନୁମତିରେ ‘ମନ୍ନତ’ରେ ପଶିଲେ ଅଜଣା ଯୁବକ

Advertisment

ଏହି ଭିଡିଓରେ ଦେଖାଯାଏ ଯେ ସୈଫ୍‌ ଅଲି ଖାନ ଏବଂ କରୀନା କପୁର ଆସୁଛନ୍ତି। ଠିକ୍ ଏହି ସମୟରେ ଫଟୋଗ୍ରାଫରମାନେ ସେମାନଙ୍କୁ ପୋଜ୍ ଦେବାକୁ କୁହନ୍ତି ଆଉ ସେମାନଙ୍କ ପଛରେ ଦୌଡନ୍ତି। ସୈଫ୍‌ ଅଲି ଓ କରୀନା କିନ୍ତୁ ସେମାନଙ୍କ କଥା ନ ଶୁଣି ଆଗକୁ ଚାଲନ୍ତି। କିନ୍ତୁ ଫଟୋଗ୍ରାଫର୍‌ମାନେ ସେମାନଙ୍କୁ ବାରମ୍ବାର ଏମିତି କହିବାରୁ ସୈଫ୍ ଅଲି ଖାନ ବିରକ୍ତ ହୋଇଯାଆନ୍ତି ଆଉ ଯାହା କୁହନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ।

ସୈଫ୍ ଚିଡିଯାଇ କୁହନ୍ତି ଯେ “ଗୋଟିଏ କାମ କର, ଆମ ବେଡ୍‌ରୁମ୍‌କୁ ଆସ।” ସୈଫ୍‌ଙ୍କ ଏଭଳି କଥାରୁ ଫଟୋଗ୍ରାଫରମାନେ ବୁଝିଯାଆନ୍ତି ଯେ ବୋଧହୁଏ ସୈଫ୍‌ ଅଲି ଖାନ୍‌ଙ୍କ ମୁଡ୍ ଭଲ ନାହିଁ। ଏହା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଘର ଭିତରକୁ ଚାଲିଯାଆନ୍ତି ଆଉ ସୈଫ୍‌ କବାଟ ବନ୍ଦ କରିଦିଅନ୍ତି।

ଏହି ଭିଡିଓ ସୋସିଆଲ ମିଡିଆ ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ଏବଂ ଏହା ଉପରେ ଲଗାତର ପ୍ରତିକ୍ରିୟା ମଧ୍ୟ ଆସୁଛି। ଏହି ଭିଡିଓରେ ସୈଫ୍‌ ଅଲି ଖାନ ଏବଂ କରୀନା କପୁର କଳା ପୋଷାକ ପିନ୍ଧିଛନ୍ତି। ତେବେ ଏହି ପୁରା ଭିଡିଓରେ କରୀନା କପୁର ବହୁତ ଶାନ୍ତ ଦେଖାଯାଉଛନ୍ତି ଏବଂ ତାଙ୍କ ମୁହଁରେ ହସ ଦେଖିବାକୁ ମିଳୁଛି।

ପ୍ରକାଶଥାଉ ଯେ ସୈଫ୍‌ ଅଲୀ ଖାନଙ୍କ ଶେଷ ମୁକ୍ତିଲାଭ ଫିଲ୍ମ ‘ବିକ୍ରମ ବେଧା’ ହୋଇଥିବାବେଳେ କରୀନା କପୁରଙ୍କୁ ‘ଲାଲ ସିଂହ ଚାଡ୍ଡା’ରେ ଦେଖିବାକୁ ମିଳିଥିଲା। ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳତା ହାସଲ କରିପାରି ନଥିଲା।

Kareena Kapoor Saif Ali Khan Bollywood
Advertisment
Advertisment