Advertisment

Saif Ali Khan Attack: ସୈଫ ଅଲୀ ଖାନଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଛୁରାମାଡ ହୋଇଛି। ସୈଫଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ୨.୩୦ରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରିଥିଲେ।

ଅଦ୍ୟତନ ହୋଇଛି
saif ali khan

saif ali khan

Advertisment

ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଛୁରାମାଡ ହୋଇଛି। ସୈଫଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୁଧବାର ରାତି ୨.୩୦ରେ ଜଣେ ଅଜଣା ବ୍ୟକ୍ତି ସୈଫଙ୍କ ବାନ୍ଦ୍ରା ସ୍ଥିତ ଘରେ ପ୍ରବେଶ କରିଥିଲେ। ପ୍ରଥମେ ସେ ତାଙ୍କ ଘରୋଇ ସହାୟିକା ସହ ଯୁକ୍ତିତର୍କ କରିଥିଲେ। ସୈଫ ଆସି ଯୁବକଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଛୁରାମାଡ କରିଥିଲେ। ସୈଫଙ୍କୁ ୬ ଥର ଛୁରାରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁର୍ବୁର୍ତ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା।

Advertisment

ପୋଲିସ ପକ୍ଷରୁ ଏକ ଏଫଆଇଆର ରୁଜୁ କରାଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି। ସୈଫ ନିଜ ଘରେ ସ୍ତ୍ରୀ କରୀନା କପୁର ଖାନ, ପୁଅ ତୈମୁର ଓ ଜେହ ସହିତ ଶୋଇଥିଲେ। ଘରୋଇ ସହାୟିକାଙ୍କ ସହ ଯୁବକ ଜଣଙ୍କ ଯୁକ୍ତିତର୍କ କରୁଥିବା ବେଳେ ସୈଫ ଉଠି ପଡିଥିଲେ। ଯୁବକ ଓ ସୈଫଙ୍କ ମଧ୍ୟରେ ଝଗଡା ହେବା ପରେ ଯୁବକ ଜଣଙ୍କ ସୈଫଙ୍କୁ ଛୁରା ମାଡ କରି ଫେରାର ହୋଇ ଯାଇଥିଲା। ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।

ରାତି ପ୍ରାୟ ୩.୩୦ରେ ସୈଫଙ୍କୁ ହସ୍ପିଟାଲ ଅଣା ଯାଇଥିଲା। ନ୍ୟୁରୋ ସର୍ଜନ ନୀତିନ ଡାଙ୍ଗେ, କସମେଟିକ ସର୍ଜନ ଲୀନା ଜୈନ ଓ ଆନାସ୍ଥେସିଓଲୋଜିଷ୍ଟ ନିଶା ଗାନ୍ଧୀ ସୈଫଙ୍କ ଚିକିତ୍ସା କରୁଛନ୍ତି। ଲୀଳାବତୀ ହସ୍ପିଟାଲରେ ପ୍ରାୟ ଅଢେଇ ଘଣ୍ଟା ଧରି ସୈଫଙ୍କ ସର୍ଜରୀ ହୋଇଥିଲ। ସୈଫ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ଜାରି ରହିଛି।

Advertisment

ମୁମ୍ବାଇ ପୋଲିସ ପକ୍ଷରୁ ଅପରାଧୀକୁ ଧରିବା ପାଇଁ ୭ଟି ଟିମ ଗଠନ କରାଯାଇଛି। ଏହା ମଧ୍ୟରୁ ୩ଟି ଟିମ ମୁମ୍ବାଇ ମଧ୍ୟରେ ଓ ଗୋଟିଏ ଟିମ୍ ମୁମ୍ବାଇ ବାହାରେ ଅଭିଯୁକ୍ତଙ୍କ ସନ୍ଧାନ କରିବ। ସୁରାକ ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ବେଳେ ୩ ଜଣ ଘରୋଇ ସହାୟକଙ୍କୁ ପଚରା ଉଚୁରା ଯାରି ରହିଛି। ଏହି ଘଟଣା ସମ୍ପର୍କରେ ସୈଫ ଓ କରୀନାଙ୍କ ଟିମ ପକ୍ଷରୁ ମତାମତ ପ୍ରକାଶ ପାଇଛି। ଚୋରି ଉଦ୍ୟମରେ କେହି ଜଣେ ଘରେ ପଶିଥିବା ବେଳେ ସୈଫଙ୍କୁ ଆକ୍ରମଣ କରିଛି। ଏହା ବର୍ତ୍ତମାନ ପୋଲିସ ଅଧୀନରେ ରହିଥିବା ବେଳେ ସମସ୍ତଙ୍କୁ ଧୈର୍ଯ୍ୟ ରଖିବା ପାଇଁ ଅନୁରୋଧ କରାଯାଇଛି।

ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

Advertisment

ନିକଟରେ ସୈଫ ଅଲୀ ଖାନ ପରିବାର ସହିତ ସ୍ବିଜରଲାଣ୍ଡରେ ନୂଆବର୍ଷ ଛୁଟି କାଟି ଗତ ସପ୍ତାହରେ ଫେରିଥିଲେ। ସୈଫ ନିକଟରେ ତେଲୁଗୁ ଫିଲ୍ମ ଦେବରା ପାର୍ଟ-୧ରେ ନଜର ଆସିଥିଲେ। ସୈଫଙ୍କ ବ୍ୟତୀତ ଜୁନିୟର ଏନଟିଆର, ଜାହ୍ନବୀ କପୁର, ପ୍ରକାଶ ରାଜ, ଶ୍ରୀକାନ୍ତ ମେକା, ଟମ ସାଇନ ଚାକୋ ଓ ନାରାୟଣ ଏହି ଫିଲ୍ମରେ ନଜର ଆସିଥିଲେ। ଫିଲ୍ମଟି ତେଲୁଗୁ, ତାମିଲ, ମାଲାୟଲମ, କନ୍ନଡ ଓ ହିନ୍ଦି ଭାଷାରେ ଏକା ସାଙ୍ଗରେ ରିଲିଜ ହୋଇଥିଲା। ଏହି ଫିଲ୍ମଟି ୫୨୧ କୋଟି ଟଙ୍କା ଆୟ କରିଥିଲା।

ଅଧିକ ପଢ଼ନ୍ତୁ: ‘ଧୁମ୍-୪’ ରେ ହେବ ରଣବୀର କପୁରଙ୍କ ଏଣ୍ଟ୍ରୀ! ହେବ ଡବଲ ଧମାକା

Saif Ali Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ