/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672731722.jpg)
Taranga Cine Production Pushkara
ବିଗ୍ ସ୍କ୍ରିନରେ ବିଗ୍ ଏଂଟରଟେନମେଂଟ୍। ଖୁବଶୀଘ୍ର ବଡ ପରଦାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ପୁଷ୍କରା । ତରଙ୍ଗ ସିନେ ପ୍ରଡକ୍ସନର ଏହା ୪୪ତମ ଅବଦାନ । ଫିଲ୍ମରେ ଅଭିନେତା ସବ୍ୟସାଚୀଙ୍କ ସହ ସୁପ୍ରିୟାଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରାଂଶୁ ଦାଶ। ପୁଷ୍କରା ଏକ ଫିଲ୍ମ ନୁହଁ ବରଂ ହଜିଯାଉଥିବା ସଂସ୍କୃତି ଓ ପରମ୍ପରା ମଧ୍ୟରେ ବଂଚିଥିବା ଏକ ରହସ୍ୟମୟ ଚରିତ୍ର।
ସାହିତ୍ୟରୁ ସିନେମା.. ପୁରାପୁରି ଅରିଜିନାଲ ତଥା ଏକ ଜୀବନ୍ତ କାହାଣୀ। ବର୍ତ୍ତମାନ ସମାଜରେ ହଜି ଯାଉଥିବା କିଛି କୌଳିକ ବୃତ୍ତିକୁ ମଧ୍ୟ ଫିଲ୍ମରେ ସ୍ଥାନ ଦିଆଯାଇଛି। ଫିଲ୍ମର ଭିନ୍ନ ଏକ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବା ନେଇ ଆଶା କରାଯାଉଛି। ଶଙ୍କର ତ୍ରିପାଠୀଙ୍କ ଦ୍ୱାରା ରଚିତ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ ହୋଇଛି ଚଳଚ୍ଚିତ୍ର ପୁଷ୍କରା।
ଫିଲ୍ମକୁ ନେଇ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି ଯେ ଏଇ ମାଟି ପାଣି ଓ ପବନରେ ବଞ୍ଚିଥିବା ଗୋଟିଏ ରହସ୍ୟମୟ ଚରିତ୍ରକୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର ପୁଷ୍କରା । ଏନେଇ ଶଙ୍କର ତ୍ରିପାଠୀ କହିଛନ୍ତି ଯେ ''୨୦୦୦ ମସିହାରେ ଏହି ଉପନ୍ୟାସଟି ପ୍ରକାଶିତ ହୋଇଥିଲା। ସେତେବେଳେ ଏହା ପାଠକଙ୍କ ଆଦୃତି ଲାଭ କରିଥିଲା। ସେତେବେଳେ ଏହାକୁ ନେଇ ଚଳଚିତ୍ରର ରୂପ ଦେବା ପାଇଁ ଅନେକ ପାଠକ କହିଥିଲେ।''
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)