Advertisment

‘ଯାହାବି ଭୁଲ୍‌ ବୁଝାମଣା ଥିଲା, ସବୁ ସମାଧାନ ହୋଇଛି...ଆମେ ଏବେ ଏକାଠି ରହିବୁ’

ଶେଷରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ମନମାଳିନ୍ୟର ଅନ୍ତ ଘଟାଇ ପୁଣି ଏକାଠି ରହିବା ପାଇଁ ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ନିଷ୍ପତ୍ତି ନେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Humane Sagar-Shriya Marital Discord

Reunion of singer Hamane Sagar and wife Shriya

ଭାଙ୍ଗିବାକୁ ଯାଉଥିବା ସଂସାର ପୁଣିଥରେ ହସଖୁସିରେ ଆଗକୁ ବଢ଼ିବ। ଗାୟକ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ହୋଇଛି। ଶେଷରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ମନମାଳିନ୍ୟର ଅନ୍ତ ଘଟିଛି ଏବଂ ସେମାନେ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି।  ବିବାଦର ସମାଧାନ ଓ ଆପୋଷ ବୁଝାମଣା ହୋଇଥିବା ହ୍ୟୁମାନ କହିଛନ୍ତି।

Advertisment

ଏନେଇ ଶ୍ରୀୟା କହିଛନ୍ତି, ‘ଯାହା ବି ଆମ ଭିତରେ ଭୁଲ୍‌ ବୁଝାମଣା ଥିଲା, ସବୁ ସମାଧାନ ହୋଇଯାଇଛି। ପୂର୍ବରୁ ଥିବା ଅଭିଯୋଗ ଏବେ ଆଉ ନାହିଁ। ଆମେ ଦୁହେଁ ଏବେ ଏକାଠି ରହିବୁ।’ ସେପଟେ ହ୍ୟୁମାନ କହିଛନ୍ତି, ‘ସବୁ ସମାଧାନ ହୋଇଯାଇଛି। ମୁଁ ବହୁତ ଖୁସି। ଦେହ ଖରାପ ନେଇ ଏକ ପ୍ରଶ୍ନରେ ହ୍ୟୁମାନ କହିଛନ୍ତି, ମୁଁ ଡାଏଟିଂ କରୁଥିଲି। ଦେହ ଖରାପ ହୋଇନାହିଁ। ମୁଁ ସୁସ୍ଥ ଅଛି।’

Advertisment


— ଓଟିଭି (@otvkhabar) January 30, 2023

ସୂଚନାଥାଉ କି, କିଛିଦିନ ପୂର୍ବେ ପ୍ରେସ୍‌ମିଟ୍‌ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ କଥାର ଖୁଲାସା କରିଥିଲେ। ସେ କହିଥିଲେ, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି। ମଦ ପିଇ ମୋତେ ବହୁତ ପିଟନ୍ତି। ମଦ ପିଇବାକୁ ବାରଣ କରିବାରୁ ସେ ମାଡ଼ ମାରନ୍ତି। ଏପରିକି ମୋତେ ସିନ୍ଦୂର ଓ ବିନ୍ଦି ଲଗାଇବାକୁ ବାରଣ କରନ୍ତି।’ ତେବେ ବିବାଦର ସମାଧାନ ପରେ ଶ୍ରୀୟା କେବେ ଶାଶୁ ଘରକୁ ଫେରିବେ ଜଣାପଡ଼ିନଥିଲେ ମଧ୍ୟ ଅଭିଭାବକଙ୍କ ସହ କଥା ହୋଇ ସେ ଫେରିବେ ବୋଲି ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ କହିଛନ୍ତି।

Odia Singer Humane Sagar Humane Sagar
Advertisment
Advertisment